ଗଠନ ହେବ ଓଡ଼ିଆ ଭାଷା କମିଶନ, ଓଡ଼ିଆ ଭାଷାରେ ହେବ ସରକାରୀ କାର୍ଯ୍ୟ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଗୁରୁବାର ପୂଜାର୍ଚ୍ଚନା ପରେ ବିଧିବଦ୍ଧ ଭାବରେ ଲୋକସେବା ଭବନରେ ଥିବା ନିଜ ପ୍ରକୋଷ୍ଠରେ କାର୍ଯ୍ୟ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ I ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଆ ଅସ୍ମିତା ସଂରକ୍ଷଣ ଓ ପ୍ରସାରକୁ ଗୁରୁତ୍ୱ ଦିଆଯିବ । ଓଡ଼ିଆ ଭାଷାରେ ହେବ ସମସ୍ତ ସରକାରୀ କାର୍ଯ୍ୟ I ଏହାସହ ସାହିତ୍ୟ, କଳା, ସଙ୍ଗୀତ ଓ ଲଳିତ କଳା ଏକାଡେମୀର ପୁନଃଗଠନ ହେବା ନେଇ ସେ କହିଛନ୍ତି। ଓଡ଼ିଆ ଭାଷାର ବ୍ୟବହାରକୁ ବ୍ୟାପକ […]

Samaya Live Picture
Published On

ଭୁବନେଶ୍ବର: ଗୁରୁବାର ପୂଜାର୍ଚ୍ଚନା ପରେ ବିଧିବଦ୍ଧ ଭାବରେ ଲୋକସେବା ଭବନରେ ଥିବା ନିଜ ପ୍ରକୋଷ୍ଠରେ କାର୍ଯ୍ୟ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ I ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଆ ଅସ୍ମିତା ସଂରକ୍ଷଣ ଓ ପ୍ରସାରକୁ ଗୁରୁତ୍ୱ ଦିଆଯିବ । ଓଡ଼ିଆ ଭାଷାରେ ହେବ ସମସ୍ତ ସରକାରୀ କାର୍ଯ୍ୟ I ଏହାସହ ସାହିତ୍ୟ, କଳା, ସଙ୍ଗୀତ ଓ ଲଳିତ କଳା ଏକାଡେମୀର ପୁନଃଗଠନ ହେବା ନେଇ ସେ କହିଛନ୍ତି।

ଓଡ଼ିଆ ଭାଷାର ବ୍ୟବହାରକୁ ବ୍ୟାପକ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଆବଶ୍ୟକ ପଡ଼ିଲେ ଆଇନରେ ସଂଶୋଧନ କରାଯିବ। ଏହା ସହିତ ବରୁଣେଇରେ ପାଇକ ଏକାଡେମୀ ଗଠନ ସହିତ ସ୍ବାରକୀ ବିକାଶ କରାଯିବ।

ଉଚ୍ଚ ବିଦ୍ୟାଳୟସ୍ତରରେ ଓଡ଼ିଆ ଶିକ୍ଷକ ନିଯୁକ୍ତି କରାଯିବ। ସାହିତ୍ୟ, ସଙ୍ଗୀତ ଏବଂ ନାଟକ ଓ ଲଳିତ କଳା ଆଦି ୩ଟି ଏକାଡେମୀର ପୁନରୁର୍ଦ୍ଧାର ତଥା ପୁନର୍ଗଠନ କରାଯିବ। ଏସବୁ ଏକାଡେମୀର କାର୍ୟ୍ୟକ୍ଷମତା ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ । ଭାଷା କମିଶନ ଗଠନ କରାଯିବ। ଭୌତିକ ପ୍ରଗତି ସହ ସାଂସ୍କୃତିକ ପ୍ରଗତିକୁ ପ୍ରାଥମିକତା ଦିଆଯିବ । ଓଡ଼ିଆ ଅସ୍ମିତାର ପ୍ରତିଷ୍ଠା, ଅଭିବୃଦ୍ଧି, ସରଂକ୍ଷଣ ଓ ପ୍ରସାରକୁ ଗୁରୁତ୍ବ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି I ।

Tags: