ଘରୋଇ ମେଡ଼ିକାଲରେ ଅଙ୍ଗ ତସ୍କରୀ !
ବାଲିଗୁଡା : କଟକର ଏକ ଘରୋଇ ମେଡିକାଲ ବିରୋଧରେ ସାଙ୍ଘାତିକ ଅଭିଯୋଗ । ମେଡିକାଲରେ ଚାଲିଛି ଅଙ୍ଗ ତସ୍କରୀ । ଚଳିତ ମାସ ୧୩ ତାରିଖରେ ବାଲିଗୁଡ଼ା ତୁମୁଡିବନ୍ଧର ଜଣେ ବ୍ୟକ୍ତି ଦୁର୍ଘଟଣାରେ ଆହତ ହୋଇଥିଲେ । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ଚିକିତ୍ସାପାଇଁ ତାଙ୍କୁ କଟକ ର ଏକ ଘରୋଇ ମେଡ଼ିକାଲରେ ଭର୍ତି କରିଥିଲେ ପରିବାର ଲୋକେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ମୃତଦେହ ଘରକୁ ନେବାପରେ […]
ବାଲିଗୁଡା : କଟକର ଏକ ଘରୋଇ ମେଡିକାଲ ବିରୋଧରେ ସାଙ୍ଘାତିକ ଅଭିଯୋଗ । ମେଡିକାଲରେ ଚାଲିଛି ଅଙ୍ଗ ତସ୍କରୀ । ଚଳିତ ମାସ ୧୩ ତାରିଖରେ ବାଲିଗୁଡ଼ା ତୁମୁଡିବନ୍ଧର ଜଣେ ବ୍ୟକ୍ତି ଦୁର୍ଘଟଣାରେ ଆହତ ହୋଇଥିଲେ । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ଚିକିତ୍ସାପାଇଁ ତାଙ୍କୁ କଟକ ର ଏକ ଘରୋଇ ମେଡ଼ିକାଲରେ ଭର୍ତି କରିଥିଲେ ପରିବାର ଲୋକେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ମୃତଦେହ ଘରକୁ ନେବାପରେ ତାଙ୍କ ପେଟ କଟାଯାଇଥିବା ଦେଖିବାକୁ ପାଇଥିଲେ ପରିବାର ଲୋକେ । ଏନେଇ ଅଙ୍ଗ ତସ୍କରୀ ସନ୍ଦେହ ହେବାରୁ ମୃତକଙ୍କ ପୁଅ ବାଲିଗୁଡା ଥାନାରେ ଏତଲା ଦେଇଥିଲେ । ଏତଲା ପରେ ବାଲିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି କବର ଖୋଳି ମୃତଦେହ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ।




