ମୃତ୍ୟୁ ପରେ ବି ଅମର ଓଁ ସାଇ
କେନ୍ଦ୍ରାପଡା : ମୃତ୍ୟୁ ପରେ ବି ଅମର ହୋଇ ରହିଲେ ଓଁ ସାଇ । ଆଖି ବୁଜିବା ଆଗରୁ ୨ ଜଣଙ୍କୁ ଦେଇଛନ୍ତି ଜୀବନଦାନ I ମାତ୍ର ୧୮ ବର୍ଷ ବୟସରେ ଦୁନିଆ ଛାଡି ଯିବା ଆଗରୁ ସବୁଦିନ ପାଇଁ ଅମର ହୋଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ନୟାକୋଟ ଗାଁର ଯୁକ୍ତଦୁଇ ଛାତ୍ର ଶ୍ରୀ ଓଁ ସାଇ ଶିବୁ ଦାସ I ସେ ବ୍ରେନ ଟ୍ୟୁମରରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ I ବ୍ରେନ୍ ଡେଡ୍ […]
କେନ୍ଦ୍ରାପଡା : ମୃତ୍ୟୁ ପରେ ବି ଅମର ହୋଇ ରହିଲେ ଓଁ ସାଇ । ଆଖି ବୁଜିବା ଆଗରୁ ୨ ଜଣଙ୍କୁ ଦେଇଛନ୍ତି ଜୀବନଦାନ I ମାତ୍ର ୧୮ ବର୍ଷ ବୟସରେ ଦୁନିଆ ଛାଡି ଯିବା ଆଗରୁ ସବୁଦିନ ପାଇଁ ଅମର ହୋଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ନୟାକୋଟ ଗାଁର ଯୁକ୍ତଦୁଇ ଛାତ୍ର ଶ୍ରୀ ଓଁ ସାଇ ଶିବୁ ଦାସ I ସେ ବ୍ରେନ ଟ୍ୟୁମରରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ I ବ୍ରେନ୍ ଡେଡ୍ ପରେ ତାଙ୍କର ଦୁଇଟି ଯାକ କିଡନୀ ଦାନ କରିଛନ୍ତି ପରିବାର।
ଘଟନାନୁସାରେ,କେନ୍ଦ୍ରାପଡା କଲେଜରେ +୨ ପଢୁଥିଲେ ପଟ୍ଟାମୁଣ୍ଡାଇର ଶ୍ରୀ ଓଁ ସାଇ ଶିବୁ ଦାସ I କିଛି ଦିନ ପୂର୍ବରୁ ସେ ବ୍ରେନ୍ ଟ୍ୟୁମରରେ ପୀଡ଼ିତ ହୋଇ ଦେଢ଼ ମାସ ଧରି କଟକ ଏସସିବିରେ ମେଡିକାଲରେ ସେ ଚିକିତ୍ସାଧୀନ ଥିଲେ। ତେବେ ୨ ଦିନ ପୂର୍ବରୁ ତାଙ୍କର ବ୍ରେନ ଡେଡ଼ ହୋଇଥିବା ନେଇ ଡାକ୍ତର ସୂଚନା ଦେଇଥିଲେ I ଏହାପରେ ତାଙ୍କ ବାପା, ମାଆ ଓ ପରିବାର ଲୋକ ଓଁ ସାଇଙ୍କ ଅଙ୍ଗଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଆଜି ମୂତ୍ରରୋଗ ଶଲ୍ୟ ଚିକିତ୍ସା ଓ ବୃକକ୍ ପ୍ରତିରୋପଣ ବିଭାଗ ତାଙ୍କର ଦୁଇଟି କିଡନୀକୁ ସଫଳତାର ସହ ବାହାର କରିଥିଲେ I ଏହା ଅନ୍ୟ ଦୁଇ ଜଣଙ୍କ ଶରୀରରେ ପ୍ରତିରୋପଣ କରାଯିବ । ଗୋଟିଏ କିଡିନୀ କଟକ ଏସସିବି ମେଡିକାଲ ଏବଂ ଆଉ ଗୋଟିଏ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ପଠାଯାଇଛି । ଓଁ ସାଇଙ୍କ କିଡନୀ ଦାନ ପରେ ତାଙ୍କର ମର ଶରୀରକୁ ଏସସିବି କର୍ତୃପକ୍ଷ ସସମ୍ମାନେ ପଟ୍ଟାମୁଣ୍ଡାଇ ନିଜ ଘରକୁ ପଠାଇଛନ୍ତି I ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ I




