ଆଜି ୩ ଘଣ୍ଟା ପାଇଁ ଟ୍ୱିନ ସିଟିକୁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ୱର: ଆସନ୍ତା ଦୁଇ ଘଣ୍ଟାରେ ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା । ବିଜୁଳି ଘଡଘଡି ସହ ବର୍ଷା ନେଇ ସତର୍କତା ଜାରି କଲା ପାଣିପାଗ କେନ୍ଦ୍ର । କଟକ ଭୁବନେଶ୍ୱରକୁ ଅରେଞ୍ଜ ଆଲର୍ଟ ଜାରି କଲା ପାଣିପାଗ କେନ୍ଦ୍ର । ଏହା ସହ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ବର ଓ ଭଦ୍ରକର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଘଡ଼ଘଡ଼ି ନେଇ ସତର୍କତା ଅବଲମ୍ବନ କରିବାକୁ ସୂଚନା […]
ଭୁବନେଶ୍ୱର: ଆସନ୍ତା ଦୁଇ ଘଣ୍ଟାରେ ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା । ବିଜୁଳି ଘଡଘଡି ସହ ବର୍ଷା ନେଇ ସତର୍କତା ଜାରି କଲା ପାଣିପାଗ କେନ୍ଦ୍ର । କଟକ ଭୁବନେଶ୍ୱରକୁ ଅରେଞ୍ଜ ଆଲର୍ଟ ଜାରି କଲା ପାଣିପାଗ କେନ୍ଦ୍ର । ଏହା ସହ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ବର ଓ ଭଦ୍ରକର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଘଡ଼ଘଡ଼ି ନେଇ ସତର୍କତା ଅବଲମ୍ବନ କରିବାକୁ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। ଟ୍ଵିନସିଟି ସମେତ ପୁରୀ ଓ ଗଞ୍ଜାମକୁ ମଧ୍ୟ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ରାଜ୍ୟରେ ଅନେକ ସ୍ଥାନରେ ଆଜି ସକାଳୁ ଝିପଝିପ ବର୍ଷା ହୋଇଥିବା ବେଳେ ଆଉ କିଛି ସ୍ଥାନରେ ମେଘୁଆ ପାଗ ରହିଛି। ରବିବାର ମଧ୍ୟ ୩ ଘଣ୍ଟା ପାଇଁ ୩ ଜିଲାକୁ ସତର୍କ ସୂଚନା ଜାରି କରିଥିଲେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଅନ୍ୟପଟେ, ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ ରାଜ୍ୟରୁ ବିଳମ୍ବରେ ବିଦାୟ ନେବ ମୌସୁମୀ । ଆସନ୍ତା ୧୭ ତାରିଖ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ । ତେବେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ। ଉତ୍ତର ବଙ୍ଗୋପସାଗରରେ ମୌସୁମୀ ନିଷ୍କ୍ରିୟ ଅଛି । ୯ ତାରିଖ ବେଳକୁ ତାମିଲନାଡୁ ପାଖ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରୁ କେରଳ ପାଖ ଦକ୍ଷିଣ ପୂର୍ବ ଆରବସାଗର ଯାଏ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ପରେ ଏହା ଲଘୁଚାପ ଓ ଗଭୀର ଅବପାତରେ ପରିଣତ ହେବ । ଏହା ପ୍ରଭାବରେ ୧୬ ଓ ୧୭ ତାରିଖରେ ରାଜ୍ୟରେ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି।
ସେହିପରି ଅକ୍ଟୋବର ୧୫ ତାରିଖ ଯାଏ ଉତ୍ତର ବଙ୍ଗୋପସାଗର ନିଷ୍କ୍ରିୟ ରହିବ। କୌଣସି ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା ନାହିଁ । କିନ୍ତୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ବଳ ଗୋଟାଇ ପରବର୍ତ୍ତୀ ଦୁଇଦିନରେ ଦକ୍ଷିଣ ଆରବ ସାଗର ଉପରେ ଲଘୁଚାପରେ ପରିଣତ ହେବ। ପରେ ଏହା ଉତ୍ତର ଆଡ଼କୁ ମୁହାଁଇବ। ୧୪ ତାରିଖ ବେଳକୁ ଏହା ଗଭୀର ଅବପାତରେ ପରିଣତ ହୋଇପାରେ। ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ଓ ବର୍ଷା ହୋଇପାରେ। ୧୨ ତାରିଖରେ ପବନର ଦିଗ ବଦଳିବ। ଉତ୍ତର ପଶ୍ଚିମ ଭାରତରୁ ପବନ ବହିବ। ଉପକୂଳ ସହିତ ଉତ୍ତର ଓଡ଼ିଶାରେ ରାତିବେଳାର ତାପମାତ୍ରା ଧୀରେ ଧୀରେ କମିବ। କିନ୍ତୁ ଦିନବେଳାର ତାପମାତ୍ରା ସ୍ଥିର ରହିବାସହିତ ଗୁଳୁଗୁଳି କମିବ ବୋଲି ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି ।




