ଆଗାମୀ ୩ ଘଣ୍ଟା ପାଇଁ ଭୁବନେଶ୍ୱରକୁ ଓରେଞ୍ଜ ୱାର୍ଣିଂ
ଭୁବନେଶ୍ୱର : ବଙ୍ଗପୋସାଗରରେ ଦାନ ବାନ୍ଧୁଛି ପୁଣି ଏକ ଲଘୁଚାପ । ଗୁରୁବାର ଏହା ଲଘୁଚାପର ରୂପ ନେବ । ଆଗାମୀ ୨ ଦିନରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ମୁହାଇଁ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଦେଇ ଗତି କରିବ । ଏହାର ପ୍ରଭାବରେ ଆସନ୍ତା ୩୧ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ପୂର୍ବାହ୍ନ ୧୧ ଟା ଠାରୁ ୩ ଘଣ୍ଟା ପାଇଁ ଭୁବନେଶ୍ୱରକୁ ଓରେଞ୍ଜ ୱାର୍ଣିଂ ଜାରି […]
ଭୁବନେଶ୍ୱର : ବଙ୍ଗପୋସାଗରରେ ଦାନ ବାନ୍ଧୁଛି ପୁଣି ଏକ ଲଘୁଚାପ । ଗୁରୁବାର ଏହା ଲଘୁଚାପର ରୂପ ନେବ । ଆଗାମୀ ୨ ଦିନରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ମୁହାଇଁ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଦେଇ ଗତି କରିବ । ଏହାର ପ୍ରଭାବରେ ଆସନ୍ତା ୩୧ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ପୂର୍ବାହ୍ନ ୧୧ ଟା ଠାରୁ ୩ ଘଣ୍ଟା ପାଇଁ ଭୁବନେଶ୍ୱରକୁ ଓରେଞ୍ଜ ୱାର୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବ । ସେହିପରି କଟକରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣିଂ ଜାରି କରାଯାଇଛି । ପୁରୀ ଏବଂ ଖୋର୍ଦ୍ଧାରେ ବି ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । କୌଣସି ଅଘଟଣକୁ ଏଡ଼ାଇବା ପାଇଁ ଦରକାର ନଥିଲେ ବର୍ଷା ସମୟରେ ଘରୁ ନବାହାରିବା ପାଇଁ ଆଗୁଆ ସତର୍କ କରିଛି ବିଭାଗ ।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଗୁରୁବାର ସୃଷ୍ଟି ହେବ ଏକ ଲଘୁଚାପ । ଏହି ଲଘୁଚାପଟି ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ପରବର୍ତ୍ତୀ ଦୁଇ ଦିନରେ ଦକ୍ଷିଣ ଓଡ଼ିଶା ଉତ୍ତର ଆନ୍ଧ୍ର ପ୍ରଦେଶ ମୁହାଁ ହୋଇ ସ୍ଥଳଭାଗ ଅତିକ୍ରମ କରିବ।ସେହିପରି ଆଜି ୪ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ା । ସେହିପରି ପ୍ରବଳ ବର୍ଷା ସମ୍ଭାବନା ଥିବା ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ନୂଆପଡ଼ା, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ପ୍ରଭାବରେ ଆସନ୍ତା ୩୧ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେପଟେ ଆସନ୍ତାକାଲିଠୁ ବର୍ଷାର ପରିମାଣ ବଢ଼ିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।




