ବିରୋଧୀଙ୍କ ଅଶାଳୀନ ବ୍ୟବହାର ମୋତେ କଷ୍ଟ ଦେଉଛି : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ପୁଣି ଏକ ଭିଡିଓ ବାର୍ତା ଜାରି କରିଛନ୍ତି I ବାର୍ତାରେ ସାଢ଼େ ୪ କୋଟି ଓଡ଼ିଆଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ‘ବିରୋଧୀ ନେତା ମୋତେ ଅଶାଳୀନ ବ୍ୟବହାର କରୁଛନ୍ତି। ଯାହା ମାତେ କଷ୍ଟ ଦେଇଛି।’ ପ୍ରତିଟି ଓଡ଼ିଆଙ୍କୁ ମୋର ପରିବାର ଭାବି ମୁଁ ସେମାନଙ୍କ ସେବା କରି ଆସୁଛି I ସୁଖରେ ଦୁଃଖରେ ମୁଁ ସବୁବେଳେ ଆପଣଙ୍କ ସାଥୀରେ ଅଛି । କୋଭିଡ ମୁକାବିଲା ହେଉ କି ବନ୍ୟା-ବାତ୍ୟା ହେଉ, […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ପୁଣି ଏକ ଭିଡିଓ ବାର୍ତା ଜାରି କରିଛନ୍ତି I ବାର୍ତାରେ ସାଢ଼େ ୪ କୋଟି ଓଡ଼ିଆଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ‘ବିରୋଧୀ ନେତା ମୋତେ ଅଶାଳୀନ ବ୍ୟବହାର କରୁଛନ୍ତି। ଯାହା ମାତେ କଷ୍ଟ ଦେଇଛି।’ ପ୍ରତିଟି ଓଡ଼ିଆଙ୍କୁ ମୋର ପରିବାର ଭାବି ମୁଁ ସେମାନଙ୍କ ସେବା କରି ଆସୁଛି I ସୁଖରେ ଦୁଃଖରେ ମୁଁ ସବୁବେଳେ ଆପଣଙ୍କ ସାଥୀରେ ଅଛି । କୋଭିଡ ମୁକାବିଲା ହେଉ କି ବନ୍ୟା-ବାତ୍ୟା ହେଉ, ସବୁଥିରେ ମୁଁ ସେମାନଙ୍କ ସହ ଛିଡା ହୋଇଛି । ଶେଷ ଯାଏଁ ଛିଡା ହୋଇଥିବି’ ।
ମିଶନଶକ୍ତି ମାଆମାନଙ୍କ ସଫଳତା ମତେ ବହୁତ ଖୁସି ଦେଇଛି । ସେହିପରି ଯୁବ ପୀଢ଼ି ଆତ୍ମ ବିଶ୍ବାସର ସହିତ ଆଗକୁ ବଢୁଛି । ଯୁବ ଶକ୍ତି ହିଁ ଓଡ଼ିଶାକୁ ଆଗକୁ ନେବ ଓ ଦେଶରେ ରାଜ୍ଯକୁ ନମ୍ଵର ୱାନ କରିବ । ଦୁଃଖର କଥା ବାହାର ନେତା ଆସି ମତେ ବ୍ୟକ୍ତିଗତ ଭାବେ ଆକ୍ଷେପ କରୁଛନ୍ତି । କଟୁ କଥା କହୁଛନ୍ତି, ଅଭଦ୍ର ଭାଷା ବ୍ୟବହାର କରୁଛନ୍ତି । ଆପଣ ଭଲ ଭାବେ ଜାଣନ୍ତି,ମୁଁ କାହାକୁ ଅସମ୍ମାନ କରେ ନାହିଁ । କଟୁ କଥା କହେ ନାହିଁ । ଆପଣମାନେ ଏହାର ଜବାବ ଦେବେ ।
ତେଣୁ ମୋ ରାଜ୍ୟର ମା’ମାନେ ଓ ଯୁବ ବନ୍ଧୁମାନେ ମୋ ପ୍ରତି ହେଉଥିବା ଏ ଅସମ୍ମାନର ଉଚିତ ଜବାବ ୧ ତାରିଖରେ ଭୋଟରେ ଦେବେ । ମହାପ୍ରଭୁଙ୍କ ଆଶୀର୍ବାଦ ସବୁବେଳେ ଓଡିଶା ଉପରେ ରହିଛି ଓ ରହିବ’ ବୋଲି ନବୀନ କହିଛନ୍ତି।




