ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ବୁମେରାଂ ହେବ – ରାଜସ୍ବମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ । ଏହାକୁ ନେଇ ଆରମ୍ଭ ହେବାକୁ ଥିବା ମୌସୁମୀ ଅଧିବେଶନରେ ସରକାରଙ୍କ ବିରୋଧରେ ବିରୋଧୀ ଆଣିବେ ଅନାସ୍ଥା ପ୍ରସ୍ତାବ । ତେବେ ଏହାକୁ ଚ୍ୟାଲେଞ୍ଜ କରିଛନ୍ତି ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ । ଖୋଲାଖୋଲି ଚ୍ୟାଲେଞ୍ଜ କରି ସେ କହିଛନ୍ତି ଅନାସ୍ଥା ପ୍ରସ୍ତାବ ବିରୋଧୀଙ୍କ ପାଇଁ ବୁମେରାଂ ହେବ । ମନ୍ତ୍ରୀ କହିଛନ୍ତି, ଅନାସ୍ଥାର ଦୁଇଟି ଦିଗ ଥାଏ । ଅନାସ୍ଥା ସେମାନେ ଆଣିବେ, ଆମେ ଉତ୍ତର ଦେବୁ । ପ୍ରଶ୍ନ […]

ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ବୁମେରାଂ ହେବ – ରାଜସ୍ବମନ୍ତ୍ରୀ
Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ । ଏହାକୁ ନେଇ ଆରମ୍ଭ ହେବାକୁ ଥିବା ମୌସୁମୀ ଅଧିବେଶନରେ ସରକାରଙ୍କ ବିରୋଧରେ ବିରୋଧୀ ଆଣିବେ ଅନାସ୍ଥା ପ୍ରସ୍ତାବ । ତେବେ ଏହାକୁ ଚ୍ୟାଲେଞ୍ଜ କରିଛନ୍ତି ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ । ଖୋଲାଖୋଲି ଚ୍ୟାଲେଞ୍ଜ କରି ସେ କହିଛନ୍ତି ଅନାସ୍ଥା ପ୍ରସ୍ତାବ ବିରୋଧୀଙ୍କ ପାଇଁ ବୁମେରାଂ ହେବ । ମନ୍ତ୍ରୀ କହିଛନ୍ତି, ଅନାସ୍ଥାର ଦୁଇଟି ଦିଗ ଥାଏ । ଅନାସ୍ଥା ସେମାନେ ଆଣିବେ, ଆମେ ଉତ୍ତର ଦେବୁ । ପ୍ରଶ୍ନ ସେହିଭଳି ଭାବେ ଯୋଗାଡ଼ କରନ୍ତୁ, ଉତ୍ତର ଶୁଣିପାରିବେ ନାହିଁ । ବିରୋଧୀ ଅନାସ୍ଥା ଆଣିପାରିବେ କିନ୍ତୁ ସେମାନେ ଭଲଭାବରେ ହୋମୱାର୍କ କରନ୍ତୁ । ଉଭୟ ବିରୋଧୀ ବିଜେଡି ଏବଂ କଂଗ୍ରେସ ୪୦ ବର୍ଷ ମଧ୍ୟରେ କଣ କରିଛନ୍ତି ତା’ର ହିସାବ ଦିଅନ୍ତୁ ,ଆମେ ଏକ ବର୍ଷର ହିସାବ ଦେବୁ । ସେମାନେ ଲମ୍ବା ସମୟ ସରକାରରେ ରହି କ’ଣ କରିଛନ୍ତି ଏବଂ ଆମେ ବର୍ଷକରେ କଣ କାମ କରିଛୁ ତାହାର ରିପୋର୍ଟ ଦେବୁ । ବିରୋଧୀ ଅନାସ୍ଥା ଆଣିଲେ ସରକାର ଆହତ ହେବେନାହିଁ ବରଂ ନିଜେ କ୍ଷତାକ୍ତ ହେବେ ।

ସୂଚନାନୁସାରେ,ଗତକାଲି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଭକ୍ତ ଦାସ କହିଥିଲେ ନାରୀ ନ୍ୟାୟ ପାଇଁ ଯଦି ବିଜେଡି ଆନ୍ତରିକତାର ସହ ଲଢ଼ୁଛି ତାହେଲେ ବିଧାନସଭାରେ ସରକାର ବିରୋଧରେ ଆଣୁ ଅନାସ୍ଥା ପ୍ରସ୍ତାବ, ଆଉ ଏହାକୁ ଆମେ ସମର୍ଥନ ଦେବୁ । ନଚେତ ଆମେ ଆଣିବୁ ଅନାସ୍ଥା ପ୍ରସ୍ତାବ, ବିଜେଡି ସମର୍ଥନ ଦେଉ । ଏହାକୁ ଚ୍ୟାଲେଞ୍ଜ କରି ରାଜସ୍ବ ମନ୍ତ୍ରୀ କହିଥିଲେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ତାଙ୍କ ପାଇଁ ବୁମେରାଂ ହେବ ।

Tags: