ଆରମ୍ଭ ହେଲା ଅପରେସନ ‘ସିନ୍ଦୁର’, ସାହସୀ ସେନାକୁ ନମନ କଲେ ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆରମ୍ଭ ହେଲା ଭାରତର ଆତଙ୍କବାଦୀ ନିପାତ ଅଭିଯାନ । ମଙ୍ଗଳବାର ବିଳମ୍ବିତ ରାତିରେ ଭାରତୀୟ ସେନାବାହିନୀ ପକ୍ଷରୁ ଆରମ୍ଭ ହୋଇଛି ଅପରେସନ ‘ସିନ୍ଦୁର’ । ରାତି ପ୍ରାୟ ୧.୪୪ ମିନିଟ ସମୟରେ ପାକିସ୍ତାନ ଭିତରେ ପଶି ଆତଙ୍କବାଦୀ ଶିବିର ସହ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଭାରତୀୟ ସେନା ପକ୍ଷରୁ ହୋଇଛି ପ୍ରଚଣ୍ଡ ହମଲା । ପହଲଗାମ୍ ନରସଂହାରର ଠିକ୍ ୧୫ ଦିନ ପରେ ପ୍ରତିଶୋଧ ନେଇଛି ବାୟୁସେନା । ଏହି ଆକ୍ରମଣରେ ପାକିସ୍ତାନର […]

ଆରମ୍ଭ ହେଲା ଅପରେସନ ‘ସିନ୍ଦୁର’, ସାହସୀ ସେନାକୁ ନମନ କଲେ ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ
Samaya Live Picture
Published On

ଭୁବନେଶ୍ୱର : ଆରମ୍ଭ ହେଲା ଭାରତର ଆତଙ୍କବାଦୀ ନିପାତ ଅଭିଯାନ । ମଙ୍ଗଳବାର ବିଳମ୍ବିତ ରାତିରେ ଭାରତୀୟ ସେନାବାହିନୀ ପକ୍ଷରୁ ଆରମ୍ଭ ହୋଇଛି ଅପରେସନ ‘ସିନ୍ଦୁର’ । ରାତି ପ୍ରାୟ ୧.୪୪ ମିନିଟ ସମୟରେ ପାକିସ୍ତାନ ଭିତରେ ପଶି ଆତଙ୍କବାଦୀ ଶିବିର ସହ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଭାରତୀୟ ସେନା ପକ୍ଷରୁ ହୋଇଛି ପ୍ରଚଣ୍ଡ ହମଲା । ପହଲଗାମ୍ ନରସଂହାରର ଠିକ୍ ୧୫ ଦିନ ପରେ ପ୍ରତିଶୋଧ ନେଇଛି ବାୟୁସେନା ।

ଏହି ଆକ୍ରମଣରେ ପାକିସ୍ତାନର ୭ଟି ସହରରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଛି ଭାରତ । ବ୍ରହ୍ମୋସ୍ ମିଶାଇଲ ମାଡ଼ରେ ଛାରଖାର ହୋଇଯାଇଛି ଆତଙ୍କୀ ଶିବିର । ତେବେ ବର୍ତ୍ତମାନ ସୁଦ୍ଧା କେତେ ଆତଙ୍କବାଦୀ ନିପାତ ହୋଇଛନ୍ତି ସଠିକ ତଥ୍ୟ ମିଳିପାରି ନଥିବାବେଳେ,ଭାରତର ବାଲାକୋଟ ଏୟାରଷ୍ଟ୍ରାଇକରେ ୩୦୦ ଆତଙ୍କବାଦୀ ନିପାତ ହୋଇଥିବା ଅସମର୍ଥିତ ସୂତ୍ରରୁ ଜଣାପଡିଛି । ପାକିସ୍ତାନ ISPR ନିର୍ଦ୍ଦେଶକ ଲେପ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ ଚୌଧୁରୀଙ୍କ ସୂଚନା ଅନୁଯାୟୀ ଭାରତ ମୋଟ ୨୪ଟି କ୍ଷେପଣାସ୍ତ୍ର ମାଡ଼ କରିଛି ।

ଅପରେସନ ସିନ୍ଦୂରକୁ ନେଇ ଭାରତୀୟ ସେନାକୁ ଭୂରି ଭୂରି ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସେ ଏକ୍ସରେ ପୋଷ୍ଟ କରିଛନ୍ତି -‘ସେନାକୁ ସାଲ୍ୟୁଟ । ଅପରେସନ ସିନ୍ଦୂରର ସଫଳତା ପାଇଁ ସାହସୀ ସେନାକୁ ସାଲ୍ୟୁଟ । ଭାରତର ସାର୍ବଭୌମତ୍ବ ଉପରେ ବିପଦକୁ କଦାପି ବରଦାସ୍ତ କରାଯିବ ନାହିଁ । ଆମ ସଂସ୍କୃତିରେ ‘ସିନ୍ଦୂର’ କେବଳ ପରମ୍ପରା ନୁହେଁ, ଏହା ତ୍ୟାଗ ଏବଂ ସଂକଳ୍ପର ପ୍ରତୀକ। ଏହି ଭାବନା ଆମ ସୈନିକମାନଙ୍କ ମନରେ ମଧ୍ୟ ରହିଛି। ଭାରତ ବର୍ତ୍ତମାନ କେବଳ ପ୍ରତିରକ୍ଷା କରୁନାହିଁ ବରଂ ସଂପୂର୍ଣ୍ଣ ଭାବରେ ଆତଙ୍କବାଦକୁ ଉଚ୍ଛେଦ କରିବାକୁ ଆଗେଇ ଚାଲିଛି। ଆମେ ସେନାର ସାହସକୁ ନମନ କରୁଛୁ। ଆମେ ସେନା ସହିତ ଅଛୁ। ଆମେ ସେନାର ବିଜୟରେ ବିଶ୍ୱାସ କରୁଛୁ। ଜୟ ହିନ୍ଦ। ଭାରତ ମାତାକି ଜୟ’…

— Mohan Charan Majhi (@MohanMOdisha) May 7, ୨୦୧୫

ସେହିପରି ଅପରେସନ ସିନ୍ଦୂର ପାଇଁ ଭାରତୀୟ ସେନାକୁ ଅଭିନନ୍ଦନ ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ସାର୍ବୋଭୌମତ୍ବ ଓ ସୁରକ୍ଷା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ । ମାତୃଭୂମିର ପ୍ରତି ଇଞ୍ଚ ଜାଗାକୁ ସୁରକ୍ଷା ଦେବା ଆମର ପ୍ରାଥମିକତା ।

ପହଲଗାମ ଆକ୍ରମଣ ପରେ ଭାରତ ’ଅପରେସନ ସିନ୍ଦୁର’ ମାଧ୍ୟମରେ ପାକିସ୍ତାନ ଉପରେ ଉଚିତ୍ ପ୍ରତିଶୋଧ ନେଇଛି । ପାକିସ୍ତାନ ଏବଂ ପିଓକେ ଉପରେ ଆକ୍ରମଣ କରି ୯ଟି ଆତଙ୍କବାଦୀ ଶିବିରକୁ ଧ୍ବଂସ କରିଦେଇଛି ଭାରତ । ’ଅପରେସନ ସିନ୍ଦୁର’ ଆକ୍ରମଣ ପରେ ଏଲଓସି ଉପରେ ଗୁଳିଚାଳନା କରିଥିଲା ପାକିସ୍ତାନ ।

ଅନ୍ୟପଟେ,ପାକିସ୍ତାନ ଉପରେ ଭାରତର ଏପରି ପ୍ରତିଶୋଧକୁ ନେଇ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ‘X’ ପୋଷ୍ଟରେ ଜୟହିନ୍ଦ #JaiHind ଲେଖିଛନ୍ତି । ଭାରତୀୟ ସେନାକୁ ଅପରେସନ ପାଇଁ ନବୀନ ଅଭିନନ୍ଦନ ଜଣାଇଛନ୍ତି ।

Tags: