ଅପରେସନ ‘ପ୍ରହାର’,ମାଟିରେ ମିଶିଲା ନିଶା ମାଫିଆ ଘର

ଭୁବନେଶ୍ୱର : ପାର୍ବଣ ପୂର୍ବରୁ ସାବାଡ଼ ହେବେ ନିଶା ମାଫିଆ । ମାଫିଆଙ୍କୁ ନାହିଁ ମାଫ । କମିଶନରେଟ ପୋଲିସ ଆରମ୍ଭ କଲା ଅପରେସନ ‘ପ୍ରହାର’ । ନୟାପଲ୍ଲୀ ଅଞ୍ଚଳରେ ଭଙ୍ଗାଯାଉଛି ଜଣେ ମହିଳା ନିଶା ବେପାରୀଙ୍କ ଘର । ନୟାପଲ୍ଲୀରେ ଥିବା ନିଶା ମାଫିଆ ସାବିତ୍ରୀର ଘର ଭାଙ୍ଗୁଛି କମିଶନରେଟ ପୋଲିସ । ପୋଲିସକୁ ବେଖାତିର କରି ଶିକ୍ଷାନୁଷ୍ଠାନ ପାଖେ ବେଧଡକ ଚଳାଇଥିଲା ନିଶା କାରବାର। ବାରମ୍ବାର ଜେଲ ଯାଇ ଜାମିନରେ ଆସି ପୁଣି ଚଳାଇଥିଲା […]

ଅପରେସନ ‘ପ୍ରହାର’,ମାଟିରେ ମିଶିଲା ନିଶା ମାଫିଆ ଘର
Samaya Live Picture
Published On

ଭୁବନେଶ୍ୱର : ପାର୍ବଣ ପୂର୍ବରୁ ସାବାଡ଼ ହେବେ ନିଶା ମାଫିଆ । ମାଫିଆଙ୍କୁ ନାହିଁ ମାଫ । କମିଶନରେଟ ପୋଲିସ ଆରମ୍ଭ କଲା ଅପରେସନ ‘ପ୍ରହାର’ । ନୟାପଲ୍ଲୀ ଅଞ୍ଚଳରେ ଭଙ୍ଗାଯାଉଛି ଜଣେ ମହିଳା ନିଶା ବେପାରୀଙ୍କ ଘର । ନୟାପଲ୍ଲୀରେ ଥିବା ନିଶା ମାଫିଆ ସାବିତ୍ରୀର ଘର ଭାଙ୍ଗୁଛି କମିଶନରେଟ ପୋଲିସ । ପୋଲିସକୁ ବେଖାତିର କରି ଶିକ୍ଷାନୁଷ୍ଠାନ ପାଖେ ବେଧଡକ ଚଳାଇଥିଲା ନିଶା କାରବାର। ବାରମ୍ବାର ଜେଲ ଯାଇ ଜାମିନରେ ଆସି ପୁଣି ଚଳାଇଥିଲା ନିଶା କାରବାର । ଅଞ୍ଚଳରେ ସାବିତ୍ରୀର ରହିଥିଲା ଅଖଣ୍ଡ ଦବଦବା । ପ୍ରଶାସନକୁ ନଥିଲା ଭୟ । ସାବିତ୍ରୀ ଭୟରେ କେହି ମୁହଁ ଖୋଲୁ ନଥିଲେ । ସାବିତ୍ରୀର ନିଶା କାରବାରକୁ ସବୁଦିନ ପାଇଁ ବନ୍ଦ କରିବାକୁ ଏବେ ବୁଲଡୋଜର ଚଢାଇ ଖେଳ ଖତମ କରିଛି ପୁଲିସ ।

ଭୁବନେଶ୍ୱର ନୟାପଲ୍ଲୀ ଥାନା ଆଇଡି ମାର୍କେଟରେ ନିଶା ମାଫିଆ ଓରଫ ଲେନି ଡନ ସାବିତ୍ରୀଙ୍କ ଘର ରହିଥିଲା। ଯେଉଁଠି ବେଧଡକ ଭାବେ ଗଞ୍ଜେଇ, ଡ୍ରଗ୍ସ କାରବାର ଚାଲୁଥିଲା। କେହି କିଛି ପ୍ରତିବାଦ କଲେ ମିଛ କେସ୍ ଲଗାଇ ଜେଲ ପଠାଇଦେବ ବୋଲି ସେ ଧମକ ବି ଦେଉଥିଲା। ତେବେ ଅନେକ ଥର ଧରାପଡ଼ି ସେ ଜେଲ ଯାଇଛି, ପୁଣି ଫେରିଆସି ଏଠାରେ ନିଶା କାରବାର ବି ଚଳାଇଛି। ତେବେ ପରିଶେଷରେ ଆଜି ବିଏମସି ଓ ବିଡିଏ ସହଯୋଗରେ ଭଙ୍ଗାଯାଇଛି ଅଭିଯୁକ୍ତ ମହିଳାଙ୍କ ଘର। ଅପରେସନ ‘ପ୍ରହାର’ ଅଧୀନରେ ନିଶା କାରବାର କରୁଥିବା ମାଫିଆଙ୍କୁ ଦମନ କରୁଛନ୍ତି ସରକାର । ଶିକ୍ଷାନୁଷ୍ଠାନ ପାଖରେ ନିଶାଡିଙ୍କ ଉତ୍ପାତ ଏବଂ ନିଶା କାରବାର ରୋକିବାକୁ ପୁଲିସ ପ୍ରୟାସ ଚଲାଇଛି।

Tags: