ମୁକୁଳା ଡ୍ରେନ ନେଲା ଜୀବନ
କଟକ : ମୁକୁଳା ଡ୍ରେନରେ ପଡି ଯୁବକ ମୃତ I ଏଭଳି ଅଭାବନୀୟ ଘଟଣା କଟକ ନୂଆ ବଜାର ଅଞ୍ଚଳରେ ଘଟିଛି I ସକାଳେ ସ୍ଥାନୀୟ ଲୋକେ ଡ୍ରେନରେ ଏକ ମୃତ ଦେହ ପଡିଥିବାର ଦେଖି ପୋଲିସ କୁ ଖବର ଦେଇଥିଲେ I ମୃତ ଯୁବକଙ୍କ ପରିଚୟ ମିଳି ପରି ନଥିବାବେଳେ ସେ ଜଣେ ରାଜମିସ୍ତ୍ରୀ ଭାବେ କାମ କରୁଥିବା ପୋଲିସ ସୂତ୍ରରୁ ଜଣା ପଡିଛି I ସୂଚନାନୁସାରେ,କଟକ ନୂଆ ବଜାର ମହିମା ନଗର ମଙ୍ଗଳା ମନ୍ଦିରଠାରେ […]
କଟକ : ମୁକୁଳା ଡ୍ରେନରେ ପଡି ଯୁବକ ମୃତ I ଏଭଳି ଅଭାବନୀୟ ଘଟଣା କଟକ ନୂଆ ବଜାର ଅଞ୍ଚଳରେ ଘଟିଛି I ସକାଳେ ସ୍ଥାନୀୟ ଲୋକେ ଡ୍ରେନରେ ଏକ ମୃତ ଦେହ ପଡିଥିବାର ଦେଖି ପୋଲିସ କୁ ଖବର ଦେଇଥିଲେ I ମୃତ ଯୁବକଙ୍କ ପରିଚୟ ମିଳି ପରି ନଥିବାବେଳେ ସେ ଜଣେ ରାଜମିସ୍ତ୍ରୀ ଭାବେ କାମ କରୁଥିବା ପୋଲିସ ସୂତ୍ରରୁ ଜଣା ପଡିଛି I
ସୂଚନାନୁସାରେ,କଟକ ନୂଆ ବଜାର ମହିମା ନଗର ମଙ୍ଗଳା ମନ୍ଦିରଠାରେ ଥିବା ଏକ ମୁକୁଳା ଡ୍ରେନ ରେ ପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି I ସମ୍ଭବତଃ ଯୁବକ ଜଣକ ରାତିରେ ସେହି ରାସ୍ତା ଦେଇ ଯାଉଥିଲେ I ତେବେ ରାତି ଅନ୍ଧାରରେ ନାଳ ଦେଖି ନପାରି ଡ୍ରେନରେ ଖସି ପଡିଛନ୍ତି I
ସ୍ଥାନୀୟ ଲୋକଙ୍କ ଅନୁସାରେ ଠିକାଦାର ମାସେରୁ ଅଧିକ ସମୟ ଧରି ଡ୍ରେନ୍ର ସ୍ଲାବ୍ ଉଠାଇ ନେଇ ଯାଇଥିଲେ। ଏହାକୁ ଘୋଡ଼ାଇବା ପାଇଁ ଲୋକେ ଦାବି କରିବାରୁ ଠିକାଦାର କହିଥିଲେ ଯେ, ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ଏହି କାର୍ଯ୍ୟ କରିବା ସମ୍ଭବ ହୋଇ ପାରୁନାହିଁ। ଫଳରେ ପୋତାପୋଖରୀ, ନୂଆ ବଜାର ସମେତ ଅନ୍ୟ ଅଞ୍ଚଳକୁ ଏହି ରାସ୍ତା ସଂଯୋଗ କରୁଥିବାବେଳେ ପ୍ରଶାସନ ଏନେଇ ଉଦାସୀନ ରହୁଥିବା ଲୋକେ ଅଭିଯୋଗ କରିଛନ୍ତି।




