କେବଳ ଜଣେ ଡାକ୍ତର ହିଁ ଲୋକଙ୍କ ଯନ୍ତ୍ରଣା ଦୂର କରିପାରିବେ: ରାଷ୍ଟ୍ରପତି

କଟକ : ୩ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ I ଆଜି ହାଇକୋର୍ଟଙ୍କ ୭୫ ତମ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବା ପରେ କଟକ ଏସ୍‌ସିବି ମେଡିକାଲ କଲେଜର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଡାକ୍ତରୀ ଏକ ବୃତ୍ତି ନୁହେଁ, ଏକ ବ୍ରତ। ଡାକ୍ତର, ଶିକ୍ଷକ ଓ ଓକିଲଙ୍କୁ ଗାଁ ଗହଳିରେ ଭଗବାନ ମାନନ୍ତି । ଡାକ୍ତର ପ୍ରବୀଣ ହେବା ସହ ଲୋକଙ୍କ […]

Samaya Live Picture
Published On

କଟକ : ୩ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ I ଆଜି ହାଇକୋର୍ଟଙ୍କ ୭୫ ତମ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବା ପରେ କଟକ ଏସ୍‌ସିବି ମେଡିକାଲ କଲେଜର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଡାକ୍ତରୀ ଏକ ବୃତ୍ତି ନୁହେଁ, ଏକ ବ୍ରତ। ଡାକ୍ତର, ଶିକ୍ଷକ ଓ ଓକିଲଙ୍କୁ ଗାଁ ଗହଳିରେ ଭଗବାନ ମାନନ୍ତି । ଡାକ୍ତର ପ୍ରବୀଣ ହେବା ସହ ଲୋକଙ୍କ ପ୍ରତି ଦରଦ ଥିବା ଆବଶ୍ୟକ I ଡାକ୍ତରଙ୍କୁ ନରରୂପୀ ନାରାୟଣ କୁହାଯାଇଥାଏ। ଅନ୍ୟମାନେ ଲୋକଙ୍କ ସେବା କରିପାରିବେ, କିନ୍ତୁ ଯନ୍ତ୍ରଣା ଦୂର କରିପାରିବେନି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି । କେବଳ ଜଣେ ଡାକ୍ତର ହିଁ ଲୋକଙ୍କ ଯନ୍ତ୍ରଣା ଦୂର କରିପାରିବେ । ଡାକ୍ତରଙ୍କ ପାଇଁ ଲୋକଙ୍କ ଆୟୁ ବଢ଼ିଛି। ମାତୃଶିଶୁ ମୃତ୍ୟୁହାର କମିଛି । ଡାକ୍ତରଙ୍କ ପାଇଁ ଆମେ ବହୁମୂଲ୍ୟ ଜୀବନ ବଞ୍ଚାଇ ପାରିଛୁ। ରୋଗୀ ସେବା ଭଳି ଗବେଷଣା ମଧ୍ୟ ମେଡିକାଲ ସାଇନ୍ସରେ ଜରୁରୀ।ରୋଗୀକୁ ଔଷଧ ଲେଖିବା ଭଳି ଔଷଧ ବାହାର କରିବା ବି ଗୁରୁତ୍ୱପୂର୍ଣ୍ଣ।

ରାଷ୍ଟ୍ରପତି କହିଛନ୍ତି, ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଖ୍ୟାତି କେବଳ ଓଡିଶା କି ପୂର୍ବ ଭାରତରେ ନୁହେଁ ବରଂ ସାରା ଦେଶରେ ରହିଛି। ଏଠାରେ କାର୍ଯ୍ୟ କରୁଥିବା ଚିକିତ୍ସକ ମାନଙ୍କୁ ପ୍ରଶଂସା କରି ରାଷ୍ଟ୍ରପତି କହିଛନ୍ତି ଯେ ଏହା ଡାକ୍ତରମାନଙ୍କ ଚିକିତ୍ସା ସେବାର ଉତ୍କୃଷ୍ଟତା ଓ ନିଷ୍ଠାକୁ ଦର୍ଶାଉଛି। ସେ କହିଛନ୍ତି, ନିଷ୍ଠାର ସହ ଚିକିତ୍ସା ସେବାର ଏହି ପରମ୍ପରା ଆଗକୁ ଜାରି ରହିବ ବୋଲି ଆଶାବାଦୀ। ସାରା ଦେଶରେ ଆଜି ଏହି ଅନୁଷ୍ଠାନର ପ୍ରସିଦ୍ଧି ରହିଛି । ଆଜି ଏସ୍‌ସିବି ମେଡିକାଲ କଲେଜ ଏକ ମିନି ଇଣ୍ଡିଆ ।

ରାଷ୍ଟ୍ରପତି କହିଛନ୍ତି, ମା’ ମାନେ ଯେଭଳି ଏକ ଉଦ୍ଦେଶ୍ୟ ନେଇ ବ୍ରତ ରଖିଥାନ୍ତି ସେହିଭଳି ସେବା କରିବାର ବ୍ରତ ନେଇ ଆଜିର ମେଡିକାଲ ଛାତ୍ରଛାତ୍ରୀ ଆସନ୍ତାକାଲି ପାଇଁ ସେବାର ନିଦର୍ଶନ ହୋଇପାରିବେ।

ଏହାପରେ ଅପରାହ୍ଣ ୪ଟା ୧୫ରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଦଶମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ସେଠାରୁ ସଂଧ୍ୟା ୬ଟା ୩୦ରେ କାର୍ଯ୍ୟକ୍ରମ ସାରି ପୁଣି ରାଜଭବନ ଅଭିମୁଖେ ଫେରିବେ ରାଷ୍ଟ୍ରପତି। କମିସନରେଟ ପୁଲିସ ପକ୍ଷରୁ କଟକ ଓ ଭୁବନେଶ୍ବରରେ ବ୍ୟାପକ ପୁଲିସ ବନ୍ଦୋବସ୍ତ କରାଯିବା ସହ ସହରକୁ ପୂରା ସୁରକ୍ଷାବଳୟରେ ରଖାଯାଇଛି।

Tags: