ଶ୍ରୀମନ୍ଦିରରେ ବ୍ୟବହାର ପାଇଁ କେବଳ ଓମଫେଡ ଘିଅକୁ ଅନୁମତି

ପୁରୀ : ଶ୍ରୀମନ୍ଦିରରେ କେବଳ ଓମଫେଡ୍ ଘିଅ ବ୍ୟବହାର ପାଇଁ ସ୍ଥିର ହୋଇଛି। ଶ୍ରୀମନ୍ଦିର ମଧ୍ୟରେ ମହାପ୍ରସାଦ ପ୍ରସ୍ତୁତି ଏବଂ ଦୀପରେ କେବଳ ଓମ୍‌ଫେଡ ଘିଅ ବ୍ୟବହାର ହେବ । ଏନେଇ ଓମଫେଡକୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ଶ୍ରୀଜଗନ୍ନାଥ ମନ୍ଦିର ଆବଶ୍ୟକତାକୁ ନଜରରେ ରଖି ଏକ ସ୍ବତନ୍ତ୍ର ଡିପୋ ଖୋଲାଯିବା ସକାଶେ ଓମଫେଡ ପରିଚାଳନା ନିର୍ଦେଶକଙ୍କୁ ପତ୍ର ଲେଖିଛନ୍ତି ମୁଖ୍ୟ ପ୍ରଶାସକ। ଘିଅ ଦାମ୍ ହ୍ରାସ ପାଇଁ ନିଯୋଗ ଅନୁରୋଧ କରିଥିବା […]

Samaya Live Picture
Published On

ପୁରୀ : ଶ୍ରୀମନ୍ଦିରରେ କେବଳ ଓମଫେଡ୍ ଘିଅ ବ୍ୟବହାର ପାଇଁ ସ୍ଥିର ହୋଇଛି। ଶ୍ରୀମନ୍ଦିର ମଧ୍ୟରେ ମହାପ୍ରସାଦ ପ୍ରସ୍ତୁତି ଏବଂ ଦୀପରେ କେବଳ ଓମ୍‌ଫେଡ ଘିଅ ବ୍ୟବହାର ହେବ । ଏନେଇ ଓମଫେଡକୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ଶ୍ରୀଜଗନ୍ନାଥ ମନ୍ଦିର ଆବଶ୍ୟକତାକୁ ନଜରରେ ରଖି ଏକ ସ୍ବତନ୍ତ୍ର ଡିପୋ ଖୋଲାଯିବା ସକାଶେ ଓମଫେଡ ପରିଚାଳନା ନିର୍ଦେଶକଙ୍କୁ ପତ୍ର ଲେଖିଛନ୍ତି ମୁଖ୍ୟ ପ୍ରଶାସକ।

ଘିଅ ଦାମ୍ ହ୍ରାସ ପାଇଁ ନିଯୋଗ ଅନୁରୋଧ କରିଥିବା ଚିଠିରେ ଓମଫେଡକୁ ଜଣାଇଛନ୍ତି ମୁଖ୍ୟ ପ୍ରଶାସକ । ଏଥିସହ ଅନ୍ୟ ଘିଅ ଶ୍ରୀମନ୍ଦିର ଭିତରକୁ ନେଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଛି । ବରିଷ୍ଠ ସୁପରଭାଇଜର ଏବଂ କମାଣ୍ଡର ଏଥିପ୍ରତି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ମୁଖ୍ୟ ପ୍ରଶାସକ ଶ୍ରୀ ପାଢୀ ପତ୍ରରେ ଲେଖିଛନ୍ତି ଯେ, ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି ଏବଂ ଦୀପରେ କେବଳ ଓମଫେଡ୍ ଘିଅ ବ୍ୟବହାର ପାଇଁ ସ୍ଥିର ହୋଇଛି। ଏନେଇ ସମ୍ପୃକ୍ତ ନିଯୋଗଗୁଡ଼ିକ ସହ ଆଲୋଚନା ହେବା ସହ ସହମତି ପ୍ରକାଶ ପାଇଛି। ତେଣୁ ଓମଫେଡ ଘିଅର ଆବଶ୍ୟକତାକୁ ନଜରରେ ରଖି ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି। ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ଡିପୋ କରାଗଲେ ଆବଶ୍ୟକତା ପୂରଣ ହେବା ସହ ଅପମିଶ୍ରିତ ଘିଅକୁ ରୋକାଯାଇ ପାରିବ।

Tags: