ବିଜେଡି ଲୋକ ହିଁ ଗଠନ କରିବେ ନୂଆ ବିଜେଡି – ଅମର ଶତପଥୀ

ଭୁବନେଶ୍ୱର : ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ବିଜେଡିର ଦଳୀୟ କନ୍ଦଳ । ଜଳଜଳ ହୋଇ ଦିଶୁଛି ଦଳ ଭିତରେ ଫାଟ । ଛାମୁଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇ ପାରୁନାହିଁ ଦଳ । ନିର୍ଦ୍ଦିଷ୍ଟ ଜଣେ ବ୍ୟକ୍ତି ଏବଂ ତାଙ୍କ ଅନୁଗାମୀଙ୍କୁ ନେଇ ତେଜୁଛି ଅସନ୍ତୋଷ । କେଉଁଠି ଅସନ୍ତୁଷ୍ଟ ନେତା ନୂଆ ଦଳ ଗଠନ କରିବା ସଂକେତ ଦେଇ ଦଳ ଛାଡିଲେଣି ତ କେଉଁଠି ପୁଣି ବରିଷ୍ଠ ମାନଙ୍କର ଆସୁଛି ବିସ୍ଫୋରକ ବୟାନ । […]

ବିଜେଡି ଲୋକ ହିଁ ଗଠନ କରିବେ ନୂଆ ବିଜେଡି – ଅମର ଶତପଥୀ
Samaya Live Picture
Published On

ଭୁବନେଶ୍ୱର : ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ବିଜେଡିର ଦଳୀୟ କନ୍ଦଳ । ଜଳଜଳ ହୋଇ ଦିଶୁଛି ଦଳ ଭିତରେ ଫାଟ । ଛାମୁଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇ ପାରୁନାହିଁ ଦଳ । ନିର୍ଦ୍ଦିଷ୍ଟ ଜଣେ ବ୍ୟକ୍ତି ଏବଂ ତାଙ୍କ ଅନୁଗାମୀଙ୍କୁ ନେଇ ତେଜୁଛି ଅସନ୍ତୋଷ । କେଉଁଠି ଅସନ୍ତୁଷ୍ଟ ନେତା ନୂଆ ଦଳ ଗଠନ କରିବା ସଂକେତ ଦେଇ ଦଳ ଛାଡିଲେଣି ତ କେଉଁଠି ପୁଣି ବରିଷ୍ଠ ମାନଙ୍କର ଆସୁଛି ବିସ୍ଫୋରକ ବୟାନ । ଅରୁଣ,ସାହୁ ଶ୍ରିମୟୀ ମିଶ୍ରଙ୍କ ପରେ ଦଳର ବରିଷ୍ଠ ନେତା ଅମର ଶତପଥୀଙ୍କର ବୟାନକୁ ନେଇ ପୁଣି ଚର୍ଚ୍ଚା । ବିଜେଡି ଗଠନ ନେଇ ସଂକେତ ଦେଲେ ବରିଷ୍ଠ ନେତା ଅମର ଶତପଥୀ। ସେ କହିଛନ୍ତି, ବିଜେଡି ଲୋକ ହିଁ ଗଠନ କରିବେ ନୂଆ ବିଜେଡି। ନିର୍ଦ୍ଦିଷ୍ଟ ନୀତି ଓ ବିଚାରଧାରାରେ ନ ଚାଲିଲେ ନେତା ଓ କର୍ମୀ ଦୂରେଇ ଯିବେ।

ଗତକାଲି ବିଜେଡ଼ିର ଦୁଇ ବରିଷ୍ଠ ନେତା ଏମ୍. ଭାସ୍କର ରାଓ ଏବଂ ଲାଲ ବିହାରୀ ହିମିରିକାଙ୍କ ଦଳ ଛାଡ଼ିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଅମର ଶତପଥୀ । ସେ କହିଛନ୍ତି କେବଳ ରାୟଗଡ଼ାରେ ନୁହେଁ ଏହା ସାରା ରାଜ୍ୟରେ ବ୍ୟାପିଯିବ । ଲୋକଙ୍କ ଭରସା ଆଉ ପାଉ ନାହିଁ । ଯଦି ଭୁଲକୁ ନ ସୁଧାରିବେ ଏହା ସାରା ଓଡ଼ିଶାରେ ଦେଖାଯିବ । ଲୋକଙ୍କ ଆସ୍ଥା, ଅନାସ୍ଥାରେ ପରିବର୍ତ୍ତନ ହୋଇଯିବ ।

ଲଗାତର ଭାବେ ବଡ଼ଚଣା ନିର୍ବାଚନମଣ୍ଡଳୀରୁ ବିଜୟ ହାସଲ କରିଥିବା ଅମରଙ୍କୁ ଗତ ନିର୍ବାଚନରେ ବିଜେଡି ଟିକେଟ୍‌ ମିଳି ନ ଥିଲା। ତାଙ୍କ ସ୍ଥାନରେ ଅଭିନେତ୍ରୀ ବର୍ଷଙ୍କ ଉପରେ ଆଶା ପ୍ରକଟ କରିଥିଲା ବିଜେଡି। ଯେଉଁଟା ଫେଲ୍‌ ମାରିଥିଲା।

ଅନ୍ୟପକ୍ଷେ ଯାଜପୁରକୁ ବିଜେଡି ଗଡ଼ କୁହାଯାଉଥିବା ବେଳେ ଏହି ଗଡ଼ ଭୁଶୁୁଡି ପଡ଼ିଥିଲା। ବୁଧବାର ମଧ୍ୟ ଧର୍ମଶାଳାରେ ମିଶ୍ରଣ ପର୍ବ ହେଉଛି। ଯେଉଁଠାରେ ଶହଶହ ଲୋକେ ଭାଜପାରେ ଯୋଗଦେଉଛନ୍ତି।

Tags: