ବୟସ ମାତ୍ର ୨୧ ମାସ, ବଞ୍ଚାଇ ଦେଲା ୨ ଜୀବନ

ଭୁବନେଶ୍ୱର : ଅଙ୍ଗଦାନ କରି ୨ ଟି ଜୀବନ ବଞ୍ଚାଇ ଦେଲା ମାତ୍ର ୨୧ ମାସର ଶିଶୁ ପୁତ୍ର I ମୃତ୍ୟୁ ପରେ ବି ଆମର ହୋଇଯାଇଛି କୁନି ଶିଶୁ ପ୍ରତ୍ୟୁଷ ପାଣିଗ୍ରାହୀ I ଜନ୍ମ ବେଳୁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲା ପ୍ରତ୍ୟୁଷର I ଅନେକ ଥର ହସ୍ପିଟାଲ ଆସି ଚିକିତ୍ସା ପରେ ଘରକୁ ଫେରୁଥିଲା I ଗତ ୧୫ ଦିନ ପୂର୍ବରୁ ପୁଣିଥରେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି […]

Samaya Live Picture
Published On

ଭୁବନେଶ୍ୱର : ଅଙ୍ଗଦାନ କରି ୨ ଟି ଜୀବନ ବଞ୍ଚାଇ ଦେଲା ମାତ୍ର ୨୧ ମାସର ଶିଶୁ ପୁତ୍ର I ମୃତ୍ୟୁ ପରେ ବି ଆମର ହୋଇଯାଇଛି କୁନି ଶିଶୁ ପ୍ରତ୍ୟୁଷ ପାଣିଗ୍ରାହୀ I ଜନ୍ମ ବେଳୁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲା ପ୍ରତ୍ୟୁଷର I ଅନେକ ଥର ହସ୍ପିଟାଲ ଆସି ଚିକିତ୍ସା ପରେ ଘରକୁ ଫେରୁଥିଲା I ଗତ ୧୫ ଦିନ ପୂର୍ବରୁ ପୁଣିଥରେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା I ତେବେ ଗତ ଶନିବାର ଦିନ ସେଫଟିକ ସକ ହେବା ପରେ ଶିଶୁଟିର ବ୍ରେନ ଡେଡ଼ ଘୋଷଣା କରିଥିଲେ ଡାକ୍ତର I ଏହା ଶୁଣି ବାପା ଗୌରୀଶଙ୍କର ପାଣିଗ୍ରାହୀ ଓ ମା’ ଶର୍ମିଷ୍ଠା ପାଣିଗ୍ରାହୀ ଦୁଃଖରେ ଭାଙ୍ଗି ପଡ଼ିଥିଲେ ମଧ୍ୟ ଅଙ୍ଗଦାନ କରି ମହାନତା ଦେଖାଇଛନ୍ତି । ତେବେ ଏତେ କମ୍‌‌ ବୟସର ଶିଶୁର ଅଙ୍ଗ ପ୍ରତ୍ୟାରୋପଣ ପାଇଁ ଦିଆଯିବା ରାଜ୍ୟରେ ପ୍ରଥମ ବୋଲି କୁହାଯାଇଛି।

ସୂଚନା ଅନୁସାରେ, ୨୦୨୨ ଜୁଲାଇରେ ଭୁବନେଶ୍ୱରରେ ବାପା ଚିତ୍ରକର ଗୌରୀଶଙ୍କର ପାଣିଗ୍ରାହୀ ଓ ଶର୍ମିଷ୍ଠା ପାଣିଗ୍ରାହୀଙ୍କ କୋଳରେ ଜନ୍ମ ନେଇଥିଲା ପ୍ରତ୍ୟୁଷ I ୧୫ଦିନ ତଳେ ଶିଶୁଟି ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ବ୍ରେନ୍‌‌ଡେଡ୍‌‌ ଘୋଷଣା କରାଯାଇଥିଲା। ଶିଶୁଟିର ବ୍ରେନ୍‌‌ଡେଡ୍‌‌ ହୋଇଯିବା ପରେ ପିତାମାତା ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେଇଥିଲେ।

ଏହି ନିଷ୍ପତି ପରେ ହସ୍ପିଟାଲ୍‌‌ କର୍ତ୍ତୃପକ୍ଷ ଷ୍ଟେଟ୍‌‌ ଅର୍ଗାନ୍‌‌ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ୍‌‌ (ସୋଟୋ)କୁ ଏହି ସୂଚନା ଦେବା ସହ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ନ୍ୟାସନାଲ୍‌‌ ଅର୍ଗାନ୍‌‌ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ୍‌‌ (ନୋଟୋ)କୁ ଯୋଗାଯୋଗ କରିଥିଲେ। ଶିଶୁଟିର ଲିଭରକୁ ନୂଆଦିଲ୍ଲୀରେ ଚିକିତ୍ସିତ ହେଉଥିବା ଜଣେ ଶିଶୁର ଶରୀରରେ ପ୍ରତ୍ୟାରୋପଣ ପାଇଁ ପଠାଯାଇଥିବା ବେଳେ ଦୁଇଟି କିଡ୍‌‌ନୀକୁ ଭୁବନେଶ୍ୱରର ଏକ ହସ୍ପିଟାଲ୍‌‌ରେ ଚିକିତ୍ସିତ ହେଉଥିବା ଆଉ ଜଣେ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯିବ।

ଭୁବନେଶ୍ୱର ଏମ୍ସର ଏକ ଡାକ୍ତରୀ ଟିମ୍‌‌ ଶିଶୁଟିର ଶରୀରରୁ ଲିଭର୍‌ଟିକୁ ବାହାର କରିଥିଲେ। ଏହା ପରେ କମିସନରେଟ୍‌‌ ପୁଲିସ ସହାୟତାରେ ହସ୍ପଟାଲ୍‌‌ରୁ ବିମାନବନ୍ଦର ଯିବା ପାଇଁ ରାସ୍ତାରେ ଏକ ଗ୍ରୀନ କରିଡର୍‌ ପ୍ରସ୍ତୁତ କରାଯାଇଥିଲା। ଆଇଏମ୍‌ଏସ୍‌ ଆଣ୍ଡ ସମ୍‌‌ ହସ୍ପିଟାଲର ମେଡିକାଲ ଅଧୀକ୍ଷକ ଡାକ୍ତର ରଚିତା ଷଡ଼ଙ୍ଗୀ କହିଛନ୍ତି ଯେ ଓଡ଼ିଶାରେ ପ୍ରଥମଥର ପାଇଁ ଏତେ ଛୋଟ୍‌‌ ଶିଶୁର ଅଙ୍ଗ କଢ଼ାଯାଇ ଅନ୍ୟ କାହାର ଜୀବନ ବଞ୍ଚାଇବା ନିମନ୍ତେ ପ୍ରତ୍ୟାରୋପଣ ପାଇଁ ପଠାଯାଇଛି। ଦୁଃଖରେ ଭାଙ୍ଗିପଡ଼ିଥିବା ଶିଶୁର ମାଆ ଶର୍ମିଷ୍ଠା କହିଛନ୍ତି ଯେ ଯଦିଓ ତାଙ୍କ ପୁଅ ତାଙ୍କ କୋଳରେ ନାହିଁ, କିନ୍ତୁ ଅନ୍ୟ କାହାର ଶରୀରରେ ତାଙ୍କ ପୁଅର ଅଙ୍ଗ ପ୍ରତ୍ୟାରୋପଣ କରାଗଲେ ନିଜ ପିଲା ଅନ୍ୟର ଶରୀରେ ଜୀବିତ ରହିବ ବୋଲି କହିଛନ୍ତି। ଆଇଏମଏସ ଆଣ୍ଡ ସମ୍‌‌ ହସ୍ପିଟାଲରେ ୨୦୨୨ ପରଠାରୁ ତୃତୀୟଥର ପାଇଁ ବ୍ରେନ୍‌‌ଡେଡ୍‌‌ ବ୍ୟକ୍ତିଙ୍କ ଶରରୀରୁ ଅଙ୍ଗ କଢ଼ାଯାଇ ପ୍ରତ୍ୟାରୋପଣ ପାଇଁ ବାହାରକୁ ପଠାଯାଇଥିବା ବେଳେ ଗତ ଏକ ବର୍ଷ ମଧ୍ୟରେ ସମ୍‌‌ ଅଲ୍ଟିମେଟ୍‌‌ ମେଡିକେୟାରରେ ମଧ୍ୟ ଦୁଇଜଣ ବ୍ରେନ୍‌‌ଡେଡ୍‌‌ ବ୍ୟକ୍ତିଙ୍କ ଶରୀରରୁ ଅଙ୍ଗ କଢ଼ାଯାଇ ଅନ୍ୟ ସହରଗୁଡ଼ିକରେ ପ୍ରତ୍ୟାରୋପଣ ପାଇଁ ପଠାଯାଇଥିଲା।

Tags: