ଚଳିତ ବର୍ଷ ସମୁଦାୟ ୪ ଟି ପରାଗ ଓ ଗ୍ରହଣ,ଗୋଟିଏ ଭାରତରେ ଦୃଶ୍ୟମାନ
ଭୁବନେଶ୍ଵର : ୨୦୨୫ ମସିହାରେ ମୋଟ ୪ଟି ପରାଗ ଓ ଗ୍ରହଣ ସଂଗଠିତ ହେବ ଇ ଏ ମଧ୍ୟରୁ ଦୁଇଟି ଆଶିଂକ ସୂର୍ଯ୍ୟ ପରାଗ ଏବଂ ଦୁଇଟି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ – କିନ୍ତୁ ସେଥିମଧ୍ୟରୁ କେବଳ ଗୋଟିଏ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଭାରତରୁ ଦେଖିହେବ ବୋଲି ପ୍ଲନେଟାରିୟମ୍ର ପୂର୍ବତନ ଉପନିର୍ଦ୍ଦେଶକ ତଥା ଜନବିଜ୍ଞାନୀ ଡ.ଶୁଭେନ୍ଦୁ ପଟ୍ଟନାୟକ ପ୍ରକାଶ କରିଛନ୍ତି । ମାର୍ଚ୍ଚ ମାସରେ ପ୍ରଥମ ଚନ୍ଦ୍ରଗ୍ରହଣ: ଭାରତକୁ ଦୃଶ୍ୟମାନ ହେବ ନାହିଁ ଚଳିତ ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ […]
ଭୁବନେଶ୍ଵର : ୨୦୨୫ ମସିହାରେ ମୋଟ ୪ଟି ପରାଗ ଓ ଗ୍ରହଣ ସଂଗଠିତ ହେବ ଇ ଏ ମଧ୍ୟରୁ ଦୁଇଟି ଆଶିଂକ ସୂର୍ଯ୍ୟ ପରାଗ ଏବଂ ଦୁଇଟି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ – କିନ୍ତୁ ସେଥିମଧ୍ୟରୁ କେବଳ ଗୋଟିଏ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଭାରତରୁ ଦେଖିହେବ ବୋଲି ପ୍ଲନେଟାରିୟମ୍ର ପୂର୍ବତନ ଉପନିର୍ଦ୍ଦେଶକ ତଥା ଜନବିଜ୍ଞାନୀ ଡ.ଶୁଭେନ୍ଦୁ ପଟ୍ଟନାୟକ ପ୍ରକାଶ କରିଛନ୍ତି ।
ମାର୍ଚ୍ଚ ମାସରେ ପ୍ରଥମ ଚନ୍ଦ୍ରଗ୍ରହଣ: ଭାରତକୁ ଦୃଶ୍ୟମାନ ହେବ ନାହିଁ
ଚଳିତ ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ମାର୍ଚ୍ଚ ୧୪ ତାରିଖରେ ସଂଗଠିତ ହେବ କିନ୍ତୁ ଏହା ଭାରତକୁ ଦୃଶ୍ୟମାନ ହେବ ନାହିଁ I ଚନ୍ଦ୍ର ଗ୍ରହଣ ଆମେରିକା, ପଶ୍ଚିମ ୟୁରୋପ, ପଶ୍ଚିମ ଆଫ୍ରିକା ଏବଂ ଉତ୍ତର ଏବଂ ଦକ୍ଷିଣ ଆଟଲାଣ୍ଟିକ୍ ମହାସାଗର ପରି ଅଞ୍ଚଳରେ ଦେଖାଯିବ।
ଆଂଶିକ ଚନ୍ଦ୍ର ଗ୍ରହଣ ଭାରତୀୟ ସମୟ ପୂର୍ବାହ୍ନ ୧୦ଟା ୩୯ମିନିଟରେ ଆରମ୍ଭ ହୋଇ ପୂର୍ଣ୍ଣ ଗ୍ରହଣ ଦିନ ୧୧ଟା ୫୬ରୁ ଦିନ୧.୦୧ପର୍ଯ୍ୟନ୍ତ ଦେଖାଯିବ। ସେ ସମୟରେ ଚନ୍ଦ୍ର ସଂପୂର୍ଣ୍ଣ ରକ୍ତ ବର୍ଣ୍ଣ ଧାରଣ କରିବ। ଆଂଶିକ ଚନ୍ଦ୍ର ଗ୍ରହଣ ଭାରତୀୟ ସମୟ ଦିନ୦୨ଟା ୧୮ମିନିଟରେ ଶେଷ ହେବ। ଯେହେତୁ ଏହା ଭାରତରେ ଦିନ ସମୟରେ ଘଟୁଛି ଏହା ଭାରତର କୌଣସି ସ୍ଥାନରେ ଦୃଶ୍ୟମାନ ହେବ ନାହିଁ।
ମାର୍ଚ୍ଚ ମାସ ୨୯ ଆଂଶିକ ସୂର୍ଯ୍ୟ ପରାଗ
ଅନ୍ୟପଟେ ଆଂଶିକ ସୂର୍ଯ୍ୟ ପରାଗ ମାର୍ଚ୍ଚ ମାସ ୨୯ ତାରିଖରେ ଉତ୍ତର ଆମେରିକା, ଗ୍ରୀନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ, ଉତ୍ତର ଆଟଲାଣ୍ଟିକ୍ ମହାସାଗର, ୟୁରୋପ ଏବଂ ଉତ୍ତର-ପଶ୍ଚିମ ଋଷରେ ଦୃଶ୍ୟମାନ ହେବ ଓ ଏହା ଭାରତକୁ ଦୃଶ୍ୟମାନ ହେବ ନାହିଁ ।
ଇନ୍ଦୁ ପୂର୍ଣ୍ଣିମାରେ ପଡିବ ଚନ୍ଦ୍ର ଗ୍ରହଣ
ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସେପ୍ଟେମ୍ବର ୭–୮ ତାରିଖରେ ସମଗ୍ର ଭାରତ ସହ ଏସିଆର ଅନ୍ୟ ଦେଶ ତଥା ୟୁରୋପ, ଆଣ୍ଟାର୍ଟିକା, ପଶ୍ଚିମ ପ୍ରଶାନ୍ତ ମହାସାଗର, ଅଷ୍ଟ୍ରେଲିଆ ଏବଂ ଭାରତ ମହାସାଗରର କିଛି ଅଞ୍ଚଳରେ ମଧ୍ୟ ଦୃଶ୍ୟମାନ ହେବ। ଏହି ଦିନ ଭାରତ ତଥା ଓଡ଼ିଶାରେ ଇନ୍ଦ୍ରପୂର୍ଣ୍ଣିମା ବା ଇନ୍ଦୁ ପୂର୍ଣ୍ଣିମା (ଭାଗବତ ଜନ୍ମ ) ପାଳନ ହୋଇଥାଏ । ଚନ୍ଦ୍ରଗ୍ରହଣ ସେପ୍ଟେମ୍ବର ୭ ତାରିଖ ରାତି ୮.୫୮ ରୁ ୨.୨୫ ପର୍ଯ୍ୟନ୍ତ ରହିବ। ପୂର୍ଣ୍ଣ ଗ୍ରହଣ ରାତି ୧୦.୦୦ରୁ ରାତି ୧୨.୨୨ ଦୀର୍ଘ ୨ ଘଣ୍ଟା ୨୨ ମିନିଟ୍ ଧରି ଦେଖାଯିବ ଓ ସେ ସମୟରେ ଚନ୍ଦ୍ର ସଂପୂର୍ଣ୍ଣ ରକ୍ତ ବର୍ଣ୍ଣ ଧାରଣ କରିବ।
ସେହିପରି ୨୦୨୫ର ଅନ୍ତିମ ଆଂଶିକ ସୂର୍ଯ୍ୟ ପରାଗ ସେପ୍ଟେମ୍ବର ୨୧-୨୨ ତାରିଖରେ ନ୍ୟୁଜିଲ୍ୟାଣ୍ଡ, ଇଷ୍ଟର୍ଣ୍ଣ ମେଲାନେସିଆ ଏବଂ ପଶ୍ଚିମ ଆଣ୍ଟାର୍ଟିକାରେ ଦୃଶ୍ୟମାନ ହେବ ଏହା ମଧ୍ୟ ଭାରତରେ ଦୃଶ୍ୟମାନ ହେବ ନାହିଁ।




