ଅନଲାଇନ୍ ଟ୍ରେଡିଂ ଠକେଇ, ଆସାମରୁ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

କଟକ : କଟକ ସାଇବର ଥାନା ପୋଲିସକୁ ବଡ଼ ସଫଳତା । ଧରାପଡ଼ିଲା ଅନଲାଇନ୍ ଟ୍ରେଡିଂ ଠକେଇ ଗ୍ୟାଙ୍ଗ । ଆସାମ ରୁ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ । ତାଙ୍କ ସହ ଏହି ଗ୍ୟାଙ୍ଗର ଆଉ ୫ ଠକଙ୍କୁ ମଧ୍ୟ ବାନ୍ଧିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ହେଲା ବରଗଡ଼ ଜିଲ୍ଲା ଭିଏସଏସ ନଗରର ଦେବଜିତ ତ୍ରିପାଠୀ । ତାଙ୍କ ନାମରେ ଠକେଇ ଅଭିଯୋଗ ଆଣିଥିଲେ ମାଲକାନଗିରିର ଜଣେ ବ୍ୟବସାୟୀ ଜିତେନ୍ଦ୍ର ପାତ୍ର । ସମସ୍ତ […]

ଅନଲାଇନ୍ ଟ୍ରେଡିଂ ଠକେଇ, ଆସାମରୁ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ
Samaya Live Picture
Published On

କଟକ : କଟକ ସାଇବର ଥାନା ପୋଲିସକୁ ବଡ଼ ସଫଳତା । ଧରାପଡ଼ିଲା ଅନଲାଇନ୍ ଟ୍ରେଡିଂ ଠକେଇ ଗ୍ୟାଙ୍ଗ । ଆସାମ ରୁ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ । ତାଙ୍କ ସହ ଏହି ଗ୍ୟାଙ୍ଗର ଆଉ ୫ ଠକଙ୍କୁ ମଧ୍ୟ ବାନ୍ଧିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ହେଲା ବରଗଡ଼ ଜିଲ୍ଲା ଭିଏସଏସ ନଗରର ଦେବଜିତ ତ୍ରିପାଠୀ । ତାଙ୍କ ନାମରେ ଠକେଇ ଅଭିଯୋଗ ଆଣିଥିଲେ ମାଲକାନଗିରିର ଜଣେ ବ୍ୟବସାୟୀ ଜିତେନ୍ଦ୍ର ପାତ୍ର । ସମସ୍ତ ଗିରଫ ଅଭିଯୁକ୍ତ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳର ହୋଇଥିବା ପୋଲିସ ସୂତ୍ରରୁ ଜଣ।ପଡିଛି ।

ଘଟନାନୁସାରେ, ମାଲକାନଗିରିର ଜିତେନ୍ଦ୍ର ପ।ତ୍ର ନାମକ ଜଣେ ବ୍ୟବସାୟୀଙ୍କ ଠାରୁ ୮୦ ଲକ୍ଷ ଟଙ୍କା ଠକେଇ ପରେ ଘଟଣା ସାମ୍ନାକୁ ଆସିଥିଲା । ଠକେଇରେ ଶିକାର ହୋଇଥିବା ଜାଣି ଜିତେନ୍ଦ୍ର ପାତ୍ର ଗତ ସେପ୍ଟେମ୍ବର ୪ ତାରିଖରେ ମାଲକାନଗିରି ଥାନାର ଦ୍ୱାରସ୍ଥ ହୋଇଥିଲେ । ତାଙ୍କ ଅଭିଯୋଗ ଅଭିଯୋଗ ମୁତାବକ ୨୦୧୭ ମସିହାରେ ବରଗଡ ଜିଲ୍ଲା ଭିଏସଏସ ନଗର ଗାଁର ଦେବଜିତ ତ୍ରିପାଠୀ ନାମକ ଜଣେ ବ୍ୟକ୍ତି ଜିତେନ୍ଦ୍ର ପାତ୍ରଙ୍କ ଦୋକାନକୁ ଆସିଥିଲେ । ଦେବଜିତ ତ୍ରିପାଠୀ ମାଲକାନଗିରିରେ କମଡିଟି ଟ୍ରେଡିଙ୍ଗ ନାମକ ସଂସ୍ଥା ଖୋଲିଥିବା ନେଇ କହିଥିଲେ । ଏହା ସହ ଟ୍ରେଡିଙ୍ଗରେ ଟଙ୍କା ରଖିଲେ ୩ ମାସରେ ୨୦ ପ୍ରତିଶତ ଟଙ୍କା ଅଧିକ ମିଳିବ ବୋଲି ମଧ୍ୟ କହିଥିଲେ। ତାଙ୍କ କଥାକୁ ବିଶ୍ୱାସ କରି କିଛି ଟଙ୍କା ରଖିବା ପରେ ତିନିମାସ ପରେ ୨୦ ପ୍ରତିଶତ ଅଧିକ ଟଙ୍କା ଫେରସ୍ତ ପାଇଥିଲେ ଜିତେନ୍ଦ୍ର । ପରେ ବିଭିନ୍ନ ଆକାଉଣ୍ଟ ମାଧ୍ୟମରେ ୮୦ ଲକ୍ଷ ଟଙ୍କା ରଖିଥିଲେ । ହେଲେ ତିନି ମାସ ପରେ ଟଙ୍କା ଆଉ ଫେରସ୍ତ ପାଇନଥିଲେ । ପରେ ଖୋଜିଲା ବେଳକୁ ଦେବଜିତ ମାଲକାନଗିରିରୁ ଫେରାର ହୋଇ ଯାଇଥିଲେ । ଏନେଇ ସେପ୍ଟେମ୍ବର ମାସରେ ମାଲକାନଗିରି ଥାନାରେ ଏତଲା ଦେଇଥିଲେ ଜିତେନ୍ଦ୍ର । ଅଭିଯୋଗ ଆଧାରରେ ଠକ ଦେବଜିତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ତନାଘନା ଆରମ୍ଭ କରିଥିଲା ମାଲକାନଗିରି ସଦର ପୋଲିସ । ଶେଷରେ ଆସାମର ସୋନିତପୁର ଜିଲ୍ଲା ଅନ୍ତର୍ଗତ ତେଜପୁର ଗାଁରୁ ଠକ ଦେବଜିତକୁ ଗିରଫ କରିବାରେ ସଫଳ ହୋଇଛି । ଦେବଜିତଙ୍କ ନାଁରେ ମାଲକାନଗିରି ଥାନାରେ ମୋଟ ୫ଟି ମାମଲା ରୁଜୁ ହୋଇଛି । ତାଙ୍କ ସହିତ ଅନ୍ୟ ୫ ଅଭିଯୁକ୍ତଂକୁ ମଧ୍ୟ ଗିରଫ କରାଯାଇଛି । ସେମାନଙ୍କର ୧୫ ଟି ବ୍ୟାଙ୍କ୍ ପାସ୍ ବୁକ ଓ ୬୬ ବ୍ୟାଙ୍କ୍ ଆକାଉଣ୍ଟ ଫ୍ରିଜ କରିଛି ପୋଲିସ । ଏହି ବ୍ୟାଙ୍କ୍ ଆକାଉଣ୍ଟ ଗୁଡ଼ିକରେ ୭ ଲକ୍ଷରୁ ଅଧିକ ଟଙ୍କା ରହିଛି । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Tags: