ଆଳୁ ପରେ ପିଆଜ ଦର ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ ଆଳୁ ସଙ୍କଟ ଥମି ନଥିବାବେଳେ ଏବେ ପିଆଜ ଦର ହେଲାଣି ଆକାଶ ମୁହାଁ । ୩୫ ୪୦ ରୁ ଏକାଥରକେ ପିଆଜ ଦର ବୃଦ୍ଧି ପାଇ ୫୦ ଛୁଇଁଛି । ତେବେ ନାସିକରୁ ରାଜ୍ୟକୁ ପିଆଜ କମ ପରିମାଣରେ ଆସୁଥିବାରୁ ଦର ବୃଦ୍ଧି ହେଉଥିବା ବ୍ୟବସାୟୀ କହିଛନ୍ତି। ଆଗକୁ ଆମଦାନୀ କମିଲେ ଆହୁରି ଦର ବୃଦ୍ଧି ହୋଇପାରେ ବୋଲି ବ୍ୟବସାୟୀ ଆଶଙ୍କା କରିଛନ୍ତି। ଅନ୍ୟପଟେ ବଜାରରେ ବର୍ତ୍ତମାନ ସୁଦ୍ଧା ଆଳୁ ସଙ୍କଟ ଟଳିବାର […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ଆଳୁ ସଙ୍କଟ ଥମି ନଥିବାବେଳେ ଏବେ ପିଆଜ ଦର ହେଲାଣି ଆକାଶ ମୁହାଁ । ୩୫ ୪୦ ରୁ ଏକାଥରକେ ପିଆଜ ଦର ବୃଦ୍ଧି ପାଇ ୫୦ ଛୁଇଁଛି । ତେବେ ନାସିକରୁ ରାଜ୍ୟକୁ ପିଆଜ କମ ପରିମାଣରେ ଆସୁଥିବାରୁ ଦର ବୃଦ୍ଧି ହେଉଥିବା ବ୍ୟବସାୟୀ କହିଛନ୍ତି। ଆଗକୁ ଆମଦାନୀ କମିଲେ ଆହୁରି ଦର ବୃଦ୍ଧି ହୋଇପାରେ ବୋଲି ବ୍ୟବସାୟୀ ଆଶଙ୍କା କରିଛନ୍ତି।

ଅନ୍ୟପଟେ ବଜାରରେ ବର୍ତ୍ତମାନ ସୁଦ୍ଧା ଆଳୁ ସଙ୍କଟ ଟଳିବାର ନାଧରୁନି। ବଜାରରେ ଏବେବି ଆଳୁ ୪୦ଟଙ୍କା ଲେଖାଏଁ କିଲୋପ୍ରତି ବିକ୍ରି ହେଉଛି। ତେବେ ସରକାରଙ୍କ ପକ୍ଷରୁ ବ୍ୟବସାୟୀ ମାନଙ୍କ ପାଇଁ ସ୍ୱତନ୍ତ୍ର ରେଟ ଚାର୍ଟ ପ୍ରସ୍ତୁତ ହୋଇଥିଲେ ମଧ୍ୟ ବ୍ୟବସାୟୀ ମନ ଇଛା ଦର ନେଉଛନ୍ତି । ଆଳୁ ଦର କମିନଥିବାରୁ ପିଆଜ ଦର ବୃଦ୍ଧି ହେବା ନେଇ ଖାଉଟିଙ୍କ ମୁଣ୍ଡରେ ଚଡକ ପଡିଛି।

Tags: