ନାସିକ ପାଇଁ ବଢିଛି ପିଆଜ ଦର – ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର : କାର୍ତ୍ତିକ ମାସରେ ବଢି ଚାଲିଛି ପିଆଜ ଦର । ପରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ ତା’ସାଙ୍ଗକୁ ତାଳ ଦେଇ ବଢିଚାଲିଛି ପିଆଜ ଦର । ଗୋଟିଏ ମାସରେ ୩୦ ରୁ ୪୦ ଟଙ୍କା ବଢିଛି ପିଆଜ ଦର । ଖୁଚୁରା ବଜାରରେ ଏବେ ପିଆଜ ଦର ୭୦ ଟଙ୍କା ରହିଥିବାବେଳେ ,ତା’ସାଙ୍ଗକୁ ରସୁଣ ଏବଂ ଅଦା ଦର ମଧ୍ୟ ଉଚ୍ଚା ରହିଛି । ଏବେ ପଞ୍ଚୁକ ଚାଲିଥିବାରୁ ଅବଶ୍ୟ ପିଆଜକୁ ନେଇ […]
ଭୁବନେଶ୍ୱର : କାର୍ତ୍ତିକ ମାସରେ ବଢି ଚାଲିଛି ପିଆଜ ଦର । ପରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ ତା’ସାଙ୍ଗକୁ ତାଳ ଦେଇ ବଢିଚାଲିଛି ପିଆଜ ଦର । ଗୋଟିଏ ମାସରେ ୩୦ ରୁ ୪୦ ଟଙ୍କା ବଢିଛି ପିଆଜ ଦର । ଖୁଚୁରା ବଜାରରେ ଏବେ ପିଆଜ ଦର ୭୦ ଟଙ୍କା ରହିଥିବାବେଳେ ,ତା’ସାଙ୍ଗକୁ ରସୁଣ ଏବଂ ଅଦା ଦର ମଧ୍ୟ ଉଚ୍ଚା ରହିଛି । ଏବେ ପଞ୍ଚୁକ ଚାଲିଥିବାରୁ ଅବଶ୍ୟ ପିଆଜକୁ ନେଇ ହୋହାଲ୍ଲା ବେଶୀ ନାହିଁ । କିନ୍ତୁ ପଞ୍ଚୁକରେ ପିଆଜର ଚାହିଦା ସେତେ ଅଧିକ ନଥିବା ସତ୍ୱେ ଦର ବୃଦ୍ଧି ବିସ୍ମୟ ସୃଷ୍ଟି କରିଛି ।
ବର୍ତ୍ତମାନ ସମୟରେ ପିଆଜ ଦର ବୃଦ୍ଧି ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି, ନାସିକ ପାଇଁ ବଢିଛି ପିଆଜ ଦର । ନାସିକରେ ପିଆଜ କିଲୋ ପ୍ରତି ୪୫ ଟଙ୍କାରେ ବିକ୍ରି ହେଉଛି । ସେଠୁ ଆସିଲେ ଏଠି ବିକ୍ରି ହେବ । ଯେହେତୁ ଆମର ଉତ୍ପାଦନ ନାହିଁ, ତେଣୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ନାଫେଡ଼ ଜରିଆରେ ପିଆଜ କେ.ଜି. ପ୍ରତି ୩୦ ଟଙ୍କାରେ ବିକିବାକୁ କୁହାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ସେହିପରି ନୂଆ ରାସନ କାର୍ଡ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଜାନୁଆରୀ ମାସ ସୁଦ୍ଧା ହିତାଧିକାରୀଙ୍କୁ ମିଳିବ ରାସନ କାର୍ଡ । ନଭେମ୍ବର ମାସ ସୁଦ୍ଧା ଇ-କେୱାଇସି ସାରିବାକୁ କୁହାଯାଇଛି । ଏବେ ବି ଇ-କେୱାଇସି ପ୍ରକ୍ରିୟା ଜାରି ରହିଥିବା ବେଳେ ଆଉ କିଛି ଦିନ ପରେ ଏହା ଶେଷ ହେବ। ପ୍ରକ୍ରିୟା ଶେଷ ହେଲା ପରେ ରାଜ୍ୟରେ କେତେ ଜଣ ଲୋକ ରାସନକାର୍ଡରେ ସାମିଲ ହୋଇଛନ୍ତି, ଏହାର ତାଲିକା ପ୍ରସ୍ତୁତ ହେବ। ଇ-କେୱାଇସି ଯାଞ୍ଚ ସରିବା ପରେ ହିତାଧିକାରୀମାନଙ୍କୁ ଜାନୁଆରୀରେ ମିଳିବ ନୂଆ ରାସନ କାର୍ଡ ।




