ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ଏକ ହଜାର ବସ୍

ପୁରୀ: ଚଳିତବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ଏକ ହଜାର ବସ୍ । ସାରା ରାଜ୍ୟରୁ ପୁରୀକୁ ବସ ଗଡିବ। ପୁରୀ ତାଳବଣିଆ ଓ ମାଳତିପାଟପୁରରେ ହେବ ବସ ପାର୍କିଂ। ଅନ୍ୟ ବସ୍ ଗୁଡ଼ିକୁ ରେଗୁଲାର ବସ୍ ସହ ସ୍ୱତନ୍ତ୍ର ପରମିଟ ଦିଆଯିବ। ଯାତ୍ରୀଙ୍କ ବସ୍ ରହଣି ସ୍ଥଳରୁ ବଡ଼ଦାଣ୍ଡ ଯାଏ ଚାଲିବ ୧୦୦ଟି ବ୍ୟାଟେରୀ ଚାଳିତ ଗାଡ଼ି। ପୁରୀ ରଥଯାତ୍ରା ପାଇଁ ଏସଟିଏ ତଥା ରାଜ୍ୟ ସଡକ ପରିବହନ ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ […]

ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ଏକ ହଜାର ବସ୍
Samaya Live Picture
Published On

ପୁରୀ: ଚଳିତବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ଏକ ହଜାର ବସ୍ । ସାରା ରାଜ୍ୟରୁ ପୁରୀକୁ ବସ ଗଡିବ। ପୁରୀ ତାଳବଣିଆ ଓ ମାଳତିପାଟପୁରରେ ହେବ ବସ ପାର୍କିଂ। ଅନ୍ୟ ବସ୍ ଗୁଡ଼ିକୁ ରେଗୁଲାର ବସ୍ ସହ ସ୍ୱତନ୍ତ୍ର ପରମିଟ ଦିଆଯିବ। ଯାତ୍ରୀଙ୍କ ବସ୍ ରହଣି ସ୍ଥଳରୁ ବଡ଼ଦାଣ୍ଡ ଯାଏ ଚାଲିବ ୧୦୦ଟି ବ୍ୟାଟେରୀ ଚାଳିତ ଗାଡ଼ି।

ପୁରୀ ରଥଯାତ୍ରା ପାଇଁ ଏସଟିଏ ତଥା ରାଜ୍ୟ ସଡକ ପରିବହନ ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏସଟିଏ କମିଶନର ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା। ଧାର୍ଯ୍ୟ ଭଡ଼ାଠାରୁ ଅଧିକ ଭଡ଼ା ନେଇ ପାରିବେନି ଗାଡ଼ି ମାଲିକ। ଏନେଇ ଏସଟିଏ କମିଶନର ଅମିତାଭ ଠାକୁର ଦେଇଛନ୍ତି ସୂଚନା। ଉକ୍ତ ବୈଠକରେ ଘରୋଇ ବସ୍ ମାଲିକ ସଂଘ ସହ ପୁରୀ, କଟକ, ଭୁବନେଶ୍ବର ବସ୍ ମାଲିକ ସଂଘ, କଟକ ଡିସିପି, ପୁରୀ ଏସପି, କଟକ, ଭୁବନେଶ୍ୱର, ପୁରୀ ଜିଲ୍ଲାର ପରିବହନ ଅଧିକାରୀ, ଏନଏଚଆଇ କର୍ତ୍ତୃପକ୍ଷ ବୈଠକରେ ସାମିଲ ହୋଇଥିଲେ ।

Tags: