ସାଂସଦଙ୍କ ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ

ବଲାଙ୍ଗୀର : ପାଟଣାଗଡ଼ ସାଂସଦଙ୍କ କାର୍‌ ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ । ସାଂସଦଙ୍କ କାର୍‌ଟି ସ୍କୁଟି ଚାଳକଙ୍କୁ ଧକ୍କା ଦେବା ସହିତ ୨୦୦ ମିଟର ପର୍ଯ୍ୟନ୍ତ ଘୋଷାରି ନେଇଥିଲା I ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ତମିଆଁ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତ ସ୍କୁଟି ଆରୋହୀ ଲାରମ୍ଭା ଥାନା ଇନପୁର ଗାଁର ଟଙ୍କଧର ବିଶ୍ୱାଳ ବୋଲି ଜଣାପଡିଛି । ଦୁର୍ଘଟଣା ପରେ ସ୍କୁଟି ଚାଳକକୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର […]

Samaya Live Picture
Published On

ବଲାଙ୍ଗୀର : ପାଟଣାଗଡ଼ ସାଂସଦଙ୍କ କାର୍‌ ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ । ସାଂସଦଙ୍କ କାର୍‌ଟି ସ୍କୁଟି ଚାଳକଙ୍କୁ ଧକ୍କା ଦେବା ସହିତ ୨୦୦ ମିଟର ପର୍ଯ୍ୟନ୍ତ ଘୋଷାରି ନେଇଥିଲା I ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ତମିଆଁ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତ ସ୍କୁଟି ଆରୋହୀ ଲାରମ୍ଭା ଥାନା ଇନପୁର ଗାଁର ଟଙ୍କଧର ବିଶ୍ୱାଳ ବୋଲି ଜଣାପଡିଛି । ଦୁର୍ଘଟଣା ପରେ ସ୍କୁଟି ଚାଳକକୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଦୁର୍ଘଟଣା ସମୟରେ ନିଜେ ସାଂସଦ ନିରଞ୍ଜନ ବିଶି ଗାଡ଼ିରେ ଉପସ୍ଥିତ ଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

ସେପଟେ ଘଟଣାକୁ ନେଇ ପାଟଣାଗଡ଼ ପୋଲିସ ତଦନ୍ତ ଆରମ୍ଭ କରିଛି । ସେପଟେ ଦୁର୍ଘଟଣା ସମୟରେ ନିଜେ ଉପସ୍ଥିତ ନଥିବା ଏବଂ ଡ୍ରାଇଭର ଗାଡି ନେଇକି ଯାଇଥିବା କହିଛନ୍ତି ସାଂସଦ ।

Tags: