ନିଆଳିରେ ସ୍କ୍ରବ ଟାଇଫସ୍ ରେ ଜଣେ ମୃତ

ଭୁବନେଶ୍ୱର : ସ୍କ୍ରବ ଟାଇଫସ୍ ରେ ପୁଣି ଜଣଙ୍କର ମୃତ୍ୟୁ । କଟକ ଜିଲ୍ଲା ନିଆଳିରେ ସ୍କ୍ରବ୍ ଟାଇଫସ୍ ଜଣଙ୍କର ଜୀବନ ନେଇଛି । ଘଟଣା ଜଣା ପଡିବା ପରେ କଟକ ଜିଲ୍ଲା ମେଡିକାଲ୍ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ ସହ ଗ୍ରାମବାସୀଙ୍କ ୬୦ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରିଛି । କିଛି ଦିନ ତଳେ ସ୍ଥାନୀୟ ଅଁଳୋ ଠାରେ ଥିବା ମହିମା ଆଶ୍ରମର ସାଧୁ ପ୍ରଭାକର ଦାସଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଚିକିତ୍ସା […]

Samaya Live Picture
Published On

ଭୁବନେଶ୍ୱର : ସ୍କ୍ରବ ଟାଇଫସ୍ ରେ ପୁଣି ଜଣଙ୍କର ମୃତ୍ୟୁ । କଟକ ଜିଲ୍ଲା ନିଆଳିରେ ସ୍କ୍ରବ୍ ଟାଇଫସ୍ ଜଣଙ୍କର ଜୀବନ ନେଇଛି । ଘଟଣା ଜଣା ପଡିବା ପରେ କଟକ ଜିଲ୍ଲା ମେଡିକାଲ୍ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ ସହ ଗ୍ରାମବାସୀଙ୍କ ୬୦ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରିଛି । କିଛି ଦିନ ତଳେ ସ୍ଥାନୀୟ ଅଁଳୋ ଠାରେ ଥିବା ମହିମା ଆଶ୍ରମର ସାଧୁ ପ୍ରଭାକର ଦାସଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ଵର ସ୍ଥିତି ଏକ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ସେ ସ୍କ୍ରବ୍ ଟାଇଫସ୍ ରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଥିଲେ। ମାତ୍ର ତାଙ୍କର ସ୍ଥିତିରେ ସୁଧାର ନହେବାରୁ ତାଙ୍କୁ ତାଙ୍କ କହିବାନୁସାରେ ଅଁଳୋ ସ୍ଥିତ ମହିମା ଆଶ୍ରମକୁ ଫେରାଇ ଅଣାଯାଇଥିବାବେଳେ ଗତ ୨୩ ତାରିଖ ବିଳମ୍ବିତ ରାତିରେ ମୃତ୍ୟୁ ବରଣ କରିଥିଲେ । ମୃତ ସାଧୁ ପ୍ରଭାକର ଗତ କିଛି ଦିନ ହେବ ନୟାଗଡ ଯାଇଥିଲେ। ସେଠାରୁ ଫେସାଧୁ ପ୍ରଭାକରରି ଅସୁସ୍ଥ ହୋଇ ପଡିଥିଲେ ବୋଲି ଜଣା ପଡିଛି ।

Tags: