ହାତୀ କଚାଡି ଦେବାରୁ ଜଣଙ୍କର ମୃତ୍ୟୁ
ବଡ଼ଗାଁ : ହାତୀ କଚାଡି ଦେବାରୁ ଜଣଙ୍କର ମୃତ୍ୟ । ଧାନ ବିଲ ଜଗିବାକୁ ଯାଇଥିବା ସମୟରେ ହାତୀଟି ଆକ୍ରମଣ କରିଥିଲା । ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଳକ୍ ଅଧୀନ ଗରଗଡ଼ବାହାଲ ଗାଁରେ। ଆଜି ଭୋର ସମୟରେ ଏହି ଗାଁର ଚାଷୀ ହିରାଲାଲ ବେହେରା(୫୫)ଙ୍କର ହାତୀ ହାବୁଡ଼ରେ ପଡି ମୃତ୍ୟୁ ଘଟି ଥିବା ଜଣ। ପଡିଛି । ମିଳିଥିବା ସୂଚନା ମୁତାବକ,ପଞ୍ଚରା ଅଞ୍ଚଳରୁ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ହାତୀ ଗାଁକୁ ପଶି ଆସିଥିବା ନେଇ […]
ବଡ଼ଗାଁ : ହାତୀ କଚାଡି ଦେବାରୁ ଜଣଙ୍କର ମୃତ୍ୟ । ଧାନ ବିଲ ଜଗିବାକୁ ଯାଇଥିବା ସମୟରେ ହାତୀଟି ଆକ୍ରମଣ କରିଥିଲା । ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଳକ୍ ଅଧୀନ ଗରଗଡ଼ବାହାଲ ଗାଁରେ। ଆଜି ଭୋର ସମୟରେ ଏହି ଗାଁର ଚାଷୀ ହିରାଲାଲ ବେହେରା(୫୫)ଙ୍କର ହାତୀ ହାବୁଡ଼ରେ ପଡି ମୃତ୍ୟୁ ଘଟି ଥିବା ଜଣ। ପଡିଛି ।
ମିଳିଥିବା ସୂଚନା ମୁତାବକ,ପଞ୍ଚରା ଅଞ୍ଚଳରୁ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ହାତୀ ଗାଁକୁ ପଶି ଆସିଥିବା ନେଇ ସୋମବାର ରାତିରେ କେହି ଜଣେ ଫୋନକରି ଗାଁ ଲୋକଙ୍କୁ ଜଣାଇଥିଲେ। ଏହି ଖବର ପାଇ ହିରାଲାଲ ନିଜ ଧାନ ବିଲରେ ହାତୀ ପଶିଯିବା ଆଶଙ୍କା କରି ଘରୁ ବାହାରିଥିଲେ। ହେଲେ ବାଟରେ ସେ ଏକ ହାତୀ ହାବୁଡ଼ରେ ପଡିଯାଇଥିଲେ। ହାତୀଟି ଶୁଣ୍ଡରେ ତାଙ୍କୁ କଚାଡି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏନେଇ ବନ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।




