ଟ୍ରକ-କାର ଧକ୍କା ଜଣେ ମୃତ, ଦୁଇ ଗୁରୁତର

ବରଗଡ଼ : ଭୟଙ୍କର ସଡକ ଦୁର୍ଘଟଣା I ଟ୍ରକ ପଛରେ କାର ପିଟି ହୋଇ ଜଣେ ମୃତ ୨ ଗୁରୁତର I ବଲାଙ୍ଗିର-ବରଗଡ଼ ଜାତୀୟ ରାଜପଥର ଡୁଙ୍ଗୁରିପାଲି ଚିନାଜୁରୀ ଢାବା ନିକଟରେ ଘଟିଛି ଏହି ଦୁର୍ଘଟଣା। ଗତକାଲି ରାତିରେ ଚିନାଜୁରୀ ଢାବା ନିକଟରେ ଟ୍ରକ୍‌ଟି ଛିଡ଼ା ହୋଇଥିବା ବେଳେ ଏକ କାର ଦ୍ରୁତଗତିରେ ଆସି ଏହା ପଛରେ ପିଟି ହୋଇଥିଲା। କାରଟିର ଗତି ଏତେ ଅଧିକ ଥିଲା ଯେ ତାହା ଟ୍ରକ୍‌କୁ ପିଟିବା ପରେ ତା’ର ଅର୍ଦ୍ଧାଧିକ […]

Samaya Live Picture
Published On

ବରଗଡ଼ : ଭୟଙ୍କର ସଡକ ଦୁର୍ଘଟଣା I ଟ୍ରକ ପଛରେ କାର ପିଟି ହୋଇ ଜଣେ ମୃତ ୨ ଗୁରୁତର I ବଲାଙ୍ଗିର-ବରଗଡ଼ ଜାତୀୟ ରାଜପଥର ଡୁଙ୍ଗୁରିପାଲି ଚିନାଜୁରୀ ଢାବା ନିକଟରେ ଘଟିଛି ଏହି ଦୁର୍ଘଟଣା।

ଗତକାଲି ରାତିରେ ଚିନାଜୁରୀ ଢାବା ନିକଟରେ ଟ୍ରକ୍‌ଟି ଛିଡ଼ା ହୋଇଥିବା ବେଳେ ଏକ କାର ଦ୍ରୁତଗତିରେ ଆସି ଏହା ପଛରେ ପିଟି ହୋଇଥିଲା। କାରଟିର ଗତି ଏତେ ଅଧିକ ଥିଲା ଯେ ତାହା ଟ୍ରକ୍‌କୁ ପିଟିବା ପରେ ତା’ର ଅର୍ଦ୍ଧାଧିକ ଅଂଶ ଟ୍ରକ୍ ଡାଲା ତଳକୁ ପଶି ଯାଇଥିଲା।

ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଯୁବକଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବରପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Tags: