ଲକ୍ଷ୍ମୀ ବସ ଧକ୍କାରେ ଜଣେ ମୃତ ଜଣେ ଗୁରୁତର

ବୌଦ୍ଧ : ଲକ୍ଷ୍ମୀ ବସ ଧକ୍କାରେ ଜଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି I ଦୁର୍ଘଟଣା ଘଟିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଲମ୍ବସରି ଛକରେ I ଆଜି ସକାଳ ସାଢେ ଆଠଟା ସମୟରେ ଲକ୍ଷ୍ମୀବସ ଏକ ବୁଲାଣିରେ ପଛକୁ କରୁଥିବା ବେଳେ ବାଇକ ରେ ଯାଉଥିବା ୨ ଆରୋହୀଙ୍କୁ ଧକ୍କା ଦେଇଥିଲା l ଘଟଣା ସ୍ଥଳରେ ବାଇକରେ ଥିବା ବଡବାପା ବାଲ୍ମୀକି ମହାନନ୍ଦିଆ (୫୫)ଙ୍କ ମୃତ୍ୟୁ ଘଟିଥିବାବେଳେ ,ପୁତୁରା ପ୍ରଶାନ୍ତ […]

Samaya Live Picture
Published On

ବୌଦ୍ଧ : ଲକ୍ଷ୍ମୀ ବସ ଧକ୍କାରେ ଜଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି I ଦୁର୍ଘଟଣା ଘଟିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଲମ୍ବସରି ଛକରେ I ଆଜି ସକାଳ ସାଢେ ଆଠଟା ସମୟରେ ଲକ୍ଷ୍ମୀବସ ଏକ ବୁଲାଣିରେ ପଛକୁ କରୁଥିବା ବେଳେ ବାଇକ ରେ ଯାଉଥିବା ୨ ଆରୋହୀଙ୍କୁ ଧକ୍କା ଦେଇଥିଲା l ଘଟଣା ସ୍ଥଳରେ ବାଇକରେ ଥିବା ବଡବାପା ବାଲ୍ମୀକି ମହାନନ୍ଦିଆ (୫୫)ଙ୍କ ମୃତ୍ୟୁ ଘଟିଥିବାବେଳେ ,ପୁତୁରା ପ୍ରଶାନ୍ତ ମହାନନ୍ଦିଆ(୨୦) ଗୁରୁତର ଆହତ ହୋଇଥିଲେ I ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ସୋନପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ l ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବାଲ୍ମୀକି ମହାନନ୍ଦିଆଙ୍କର ମୃତ୍ୟୁ ଘଟିଥିଲା I

ସୂଚନା ଅନୁସାରେ, ମନମୁଣ୍ଡା ଥାନା ବିଳାସପୁର ପଞ୍ଚାୟତ ବିଚିକା ଗ୍ରାମର ପ୍ରଶାନ୍ତ ମହାନନ୍ଦିଆ ତାଙ୍କ ବଡବାପା ବାଲ୍ମୀକି ମହାନନ୍ଦିଆଙ୍କୁ ବାଇକରେ ବସାଇ ସକାଳ ସାଢେ ଆଠଟା ସମୟରେ କୌଣସି କାମରେ ଲମ୍ବସରିକୁ ଯାଉଥିଲେ l ଏହି ସମୟରେ ଲମ୍ବସରି ରାସ୍ତାର ଏକ ବୁଲାଣି ଛକରେ ଲକ୍ଷ୍ମୀବସ୍ ପଛକୁ ଉଭୟଙ୍କୁ ଧକ୍କା ଦେଇଥିଲା । ଏଥିରେ ବାଇକ ଆରୋହୀ ଦୁହେଁ ତଳେ ପଡି ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ କଣ୍ଟାମାଳ ଡାକ୍ତରଖାନା ନେଇଥିଲେ । ଡାକ୍ତରଖାନାରେ ବାଲ୍ମୀକି ମହାନନ୍ଦିଆଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏବଂ ପୁତୁରାଙ୍କୁ ପ୍ରାଥମିକ ଚିକିତ୍ସା ପରେ ସୋନପୁର ଜିଲ୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଥିଲା l ଦୁର୍ଘଟଣା ସ୍ଥଳରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଖବର ପାଇ କଣ୍ଟାମାଳ ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଏନେଇ କଣ୍ଟାମାଳ ଥାନାରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖାଯାଇଥିବା ସୂଚନା ରହିଛି ।

Tags: