ରାଜଧାନୀ ହିଟ ଆଣ୍ଡ ରନ ମାମଲାରେ ଜଣେ ମୃତ
ଭୁବନେଶ୍ୱର : ଗତ ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ୱରରେ ଘଟି ଯାଇଛି ଏକ ଛାତିଥରା ଘଟଣା I ଚାଳକଙ୍କ ବେପରୁଆ ଗାଡି ଚାଳନାରୁ ଅନ୍ୟଜଣେ ହୋଇଛନ୍ତି ରକ୍ତାକ୍ତ I ରାଜମହଲ ଓଭର ବ୍ରିଜ ତଳେ ଫୁଟପାଥରେ ଶୋଇଥିବାବେଳେ,ଜଣଙ୍କ ଉପରେ ଗାଡି ଚଢାଇ ଘୋଷାଡି ନେଇଥିଲା I ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଁ ଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି I ସୂଚନାନୁସାରେ,ଗତ କାଲି ରାତିରେ ଫୁଟପାଥରେ ସୋଇଥିବା ଜଣେ ଶ୍ରମିକ ଶୋଇଥିବା […]
ଭୁବନେଶ୍ୱର : ଗତ ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ୱରରେ ଘଟି ଯାଇଛି ଏକ ଛାତିଥରା ଘଟଣା I ଚାଳକଙ୍କ ବେପରୁଆ ଗାଡି ଚାଳନାରୁ ଅନ୍ୟଜଣେ ହୋଇଛନ୍ତି ରକ୍ତାକ୍ତ I ରାଜମହଲ ଓଭର ବ୍ରିଜ ତଳେ ଫୁଟପାଥରେ ଶୋଇଥିବାବେଳେ,ଜଣଙ୍କ ଉପରେ ଗାଡି ଚଢାଇ ଘୋଷାଡି ନେଇଥିଲା I ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଁ ଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି I
ସୂଚନାନୁସାରେ,ଗତ କାଲି ରାତିରେ ଫୁଟପାଥରେ ସୋଇଥିବା ଜଣେ ଶ୍ରମିକ ଶୋଇଥିବା ବେଳେ ତାଙ୍କ ଉପରେ ଏକ ନାଲି ରଙ୍ଗର କାର ଚଢି ଯାଇ କିଛି ବାଟ ଘୋଷାରି ନେଇଥିଲା I କାର ଚାଳକ ଦୃତ ଗତିରେ ରାଜମହଲ ଛକରୁ ନବୀନ ନିବାସ ଆଡକୁ ଯିବାବେଳେ ଏହି ଦୁର୍ଘଟଣା ଘଟିଥିଲା I ଏହାପରେ ଚାଳକ ଜଣକ ସୁନ୍ଦରପଦା ଦେଇ ଲିଙ୍ଗିପୁର୍ ଗାଁରେ ପଶି ଯାଇ କାରଟିକୁ ଦୟା ନଦୀକୁ ଫିଙ୍ଗି ଫେରାର ହୋଇଯାଇଛନ୍ତି । ଏପର୍ଯ୍ୟନ୍ତ ଡ୍ରାଇଭରଙ୍କ ପତ୍ତା ମିଳି ପାରିନଥିବାବେଳେ I ଦୁର୍ଘଟଣା ଘଟାଇଥିବା କାରଟିକୁ ଧଉଳି ଥାନା ପୁଲିସ୍ ଜବତ କରିଛି । ମୃତ୍ୟୁ ହୋଇଥିବା ଶ୍ରମିକଙ୍କ ପରିଚୟ ମିଳିନଥିବା ବେଳେ ପରିଚୟ ପାଇଁ ମୃତକଙ୍କ ଫଟୋ ସାର୍ବଜନୀନ କରିଛି ପୋଲିସ । ଖୁବଶୀଘ୍ର ଗାଡ଼ି ଚାଳକଙ୍କୁ ଚିହ୍ନଟ କରାଯିବ ବୋଲି ଏସିପି କହିଛନ୍ତି ।




