ବିଦ୍ୟୁତ ଆଘାତରେ ଜଣେ ମୃତ,୪ ଗୁରୁତର
ଜଗତସିଂପୁର : ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ଝିଅଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୪ ଜଣ ସଦସ୍ୟ ଆହତ ହୋଇଛନ୍ତି I ଆଜି ସକାଳୁ ଗାଧୋଇଆସି ଝିଅ ରାନୁ ଓଦା ଲୁଗାରେ ଘରର ସୁଇଚ ଅନ କରିବାରୁ ସେଠାରେ ଅଟକି ଯାଇଥିଲେଇ ତାଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ,ଭାଇ ,ଜେଜେମା’,ଜେଜେବାପାଙ୍କ ସମେତ ଦାଦା ମଧ୍ୟ ଗୁରୁତର ଆହତ ହୋଇଛନ୍ତି I ଏଭଳି ଦୁଃଖଦ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବାଲିସାହିରେ। ସମସ୍ତଙ୍କୁ ଉଦ୍ଧାର […]
ଜଗତସିଂପୁର : ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ଝିଅଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୪ ଜଣ ସଦସ୍ୟ ଆହତ ହୋଇଛନ୍ତି I ଆଜି ସକାଳୁ ଗାଧୋଇଆସି ଝିଅ ରାନୁ ଓଦା ଲୁଗାରେ ଘରର ସୁଇଚ ଅନ କରିବାରୁ ସେଠାରେ ଅଟକି ଯାଇଥିଲେଇ ତାଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ,ଭାଇ ,ଜେଜେମା’,ଜେଜେବାପାଙ୍କ ସମେତ ଦାଦା ମଧ୍ୟ ଗୁରୁତର ଆହତ ହୋଇଛନ୍ତି I ଏଭଳି ଦୁଃଖଦ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବାଲିସାହିରେ। ସମସ୍ତଙ୍କୁ ଉଦ୍ଧାର କରି କୁଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ରାନୁଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ତାଙ୍କ ଭାଇ ଚନ୍ଦନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।




