ଆମ୍ବୁଲାନ୍ସ ଧକ୍କାରେ ଜଣେ ମୃତ,୨ ଗୁରୁତର

ବଲାଙ୍ଗୀର : ଆମ୍ବୁଲାନ୍ସ ଧକ୍କାରେ ଜଣେ ମୃତ ୨ ଗୁରୁତର I ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ମାୟାବର୍ହା ଛକ ନିକଟରେ ଏପରି ସଡ଼କ ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣକ ଭାଳୁଜୁରୀ ଗାଁର ଖୁସିରାମ ମହନନ୍ଦ। ଆହତଙ୍କ ମଧ୍ୟରେ ତାଙ୍କ ପତ୍ନୀ ଓ ଝିଅ ଅଛନ୍ତି I ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ପରିବାର ସଦସ୍ୟଙ୍କ ଦେହ ଖରାପ ଥିବାରୁ ଚିକିତ୍ସା ପାଇଁ ସେମାନଙ୍କୁ ନେଇ ମେଡିକାଲ ଯାଉଥିଲେ I […]

Samaya Live Picture
Published On

ବଲାଙ୍ଗୀର : ଆମ୍ବୁଲାନ୍ସ ଧକ୍କାରେ ଜଣେ ମୃତ ୨ ଗୁରୁତର I ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ମାୟାବର୍ହା ଛକ ନିକଟରେ ଏପରି ସଡ଼କ ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣକ ଭାଳୁଜୁରୀ ଗାଁର ଖୁସିରାମ ମହନନ୍ଦ। ଆହତଙ୍କ ମଧ୍ୟରେ ତାଙ୍କ ପତ୍ନୀ ଓ ଝିଅ ଅଛନ୍ତି I ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ପରିବାର ସଦସ୍ୟଙ୍କ ଦେହ ଖରାପ ଥିବାରୁ ଚିକିତ୍ସା ପାଇଁ ସେମାନଙ୍କୁ ନେଇ ମେଡିକାଲ ଯାଉଥିଲେ I

ଗତକାଲି ରାତିରେ ଖୁସିରାମ ନିଜ ପରିବାରକୁ ନେଇ ମେଡିକାଲ ଯାଉଥିବା ବେଳେ ବାଟରେ କିଛି ସମୟ ଅଟକି ବାହାରେ ଫୋନରେ କଥା ହେଉଥିଲେ I ଏହି ସମୟରେ ପଛପଟୁ ଦ୍ରୁତ ଗତିରେ ଆସି ଏକ ଆମ୍ବୁଲାନ୍ସ ତାଙ୍କୁ ଧକ୍କା ଦେଇଥିଲା I ଘଟଣାସ୍ଥଳରେ ଖୁସିରାମଙ୍କ ମୃତ୍ୟୁ ଘଟିଥିବାବେଳେ ପାଖରେ ଥିବା ତାଙ୍କ ସ୍ତ୍ରୀ ଓ ଝିଅ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ I ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଖୁସିରାମଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଭଲ ଥିବା ଜଣାପଡିଛି।

ଦୁର୍ଘଟଣାପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ବଲାଙ୍ଗୀର-ପାଟଣାଗଡ଼ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି। ପାଟଣାଗଡ଼ ପୁଲିସ ପହଞ୍ଚି ତଦନ୍ତ କରିବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ତେବେ ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

Tags: