ବାତ୍ୟା ‘ମିଗଜମ’ ଦିନକପାଇଁ ସ୍କୁଲ ଛୁଟି
ସୁନ୍ଦରଗଡ଼ : ଟଳିଯାଇଛି ବାତ୍ୟା ମିଗଜମ I ଏହାର ପ୍ରଭାବରେ ସାରା ଓଡ଼ିଶାରେ ହଳୁକାରୁ ମଧ୍ୟମ ଧରଣର ବର୍ଷା ଲାଗିରହିଛି I ପଶ୍ଚିମ ଓଡ଼ିଶାରେ ଲଗାଣ ବର୍ଷା ଯୋଗୁଁ ଆଜି ଦିନକ ପାଇଁ ସୁନ୍ଦରଗଡରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଗତକାଲି ସନ୍ଧ୍ୟାରୁ ଜିଲ୍ଲାରେ ଲାଗି ରହିଛି ଲଗାଣ ବର୍ଷା । ସମସ୍ତ ସରକାରୀ, ବେସରକାରୀ ଓ ଅଙ୍ଗନବାଡି କେନ୍ଦ୍ର ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ସେହିପରି ଗତକାଲି ଠାରୁ ଉପକୂଳ […]
ସୁନ୍ଦରଗଡ଼ : ଟଳିଯାଇଛି ବାତ୍ୟା ମିଗଜମ I ଏହାର ପ୍ରଭାବରେ ସାରା ଓଡ଼ିଶାରେ ହଳୁକାରୁ ମଧ୍ୟମ ଧରଣର ବର୍ଷା ଲାଗିରହିଛି I ପଶ୍ଚିମ ଓଡ଼ିଶାରେ ଲଗାଣ ବର୍ଷା ଯୋଗୁଁ ଆଜି ଦିନକ ପାଇଁ ସୁନ୍ଦରଗଡରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଗତକାଲି ସନ୍ଧ୍ୟାରୁ ଜିଲ୍ଲାରେ ଲାଗି ରହିଛି ଲଗାଣ ବର୍ଷା । ସମସ୍ତ ସରକାରୀ, ବେସରକାରୀ ଓ ଅଙ୍ଗନବାଡି କେନ୍ଦ୍ର ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ସେହିପରି ଗତକାଲି ଠାରୁ ଉପକୂଳ ଅଂଚଳ ତଥା ଉତ୍ତର ଓଡ଼ିଶାର ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରେ ବର୍ଷାର ପ୍ରକୋପ ଜାରି ରହିଛି I ମୟୁରଭଞ୍ଜ ଜିଲ୍ଲାର କେତେକ ସ୍କୁଲ ଗୁଡିକୁ ମଧ୍ୟ ଛୁଟି ଘୋଷଣା କରାଯାଇଛି I ଅନ୍ୟପଟେ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ କୋହଲା ପାଗ ରହିଛି ।
ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇଛି । କୋରାପୁଟର କୋଟପାଡ଼ରେ ୬୪ ମିମି ବର୍ଷା ଲାଗି ରହିଛି । ହିଞ୍ଜିଳିରେ ୫୯ ମିମି, ଆସ୍କା ୫୫.୮ ମିମି, କୁକୁଡ଼ାହାଣ୍ଡି ୫୪ ମିମି, ଝାରସୁଗୁଡ଼ାରେ ୪୮.୯ ମିମି, କୋଲବରା ୫୭.୬ ମିମି, ଲାଇକେରା ୫୬.୪ ମିମି, କୁନମୁନ ୫୫ ମିମି, ବୋଡେନ୍ ୫୧.୬ ମିମି, ନୂଆପଡ଼ା ୪୪.୮ ମିମି ବର୍ଷା ରେକର୍ଡ ହୋଇଛି ।




