ପୁଣି ଥରେ ଶ୍ରୀମନ୍ଦିର ଫୋଟୋ ଭାଇରାଲ ପରେ ବଢ଼ିଲା ବିବାଦ

ପୁରୀ:ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତର ଫଟୋ ।‌ ଶ୍ରୀମନ୍ଦିର ଭିତର ବେଢାରେ ଫଟୋ ଉଠାଇ ସୋସିଆଲ ମିଡିଆରେ ଭାଇରାଲ୍ କଲେ ଦୁଇଜଣ ଭକ୍ତ । ତେବେ ଏହି ଦୁଇଜଣ ଭକ୍ତ ସୋସିଆଲ ମିଡିଆରେ ଫଟୋ ଭାଇରାଲ୍ କରିଥିବାବେଳେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଫଟୋ ଭାଇରାଲ୍ କରିଥିବା ଦୁଇ ଜଣ ଭକ୍ତ କେଉଁଠାର ଏବଂ ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ଫୋନ୍ କିଭଳି ନେଲେ ତାହା ସ୍ପଷ୍ଟ ହୋଇନାହିଁ । […]

Samaya Live Picture
Published On

ପୁରୀ:ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତର ଫଟୋ ।‌ ଶ୍ରୀମନ୍ଦିର ଭିତର ବେଢାରେ ଫଟୋ ଉଠାଇ ସୋସିଆଲ ମିଡିଆରେ ଭାଇରାଲ୍ କଲେ ଦୁଇଜଣ ଭକ୍ତ । ତେବେ ଏହି ଦୁଇଜଣ ଭକ୍ତ ସୋସିଆଲ ମିଡିଆରେ ଫଟୋ ଭାଇରାଲ୍ କରିଥିବାବେଳେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଫଟୋ ଭାଇରାଲ୍ କରିଥିବା ଦୁଇ ଜଣ ଭକ୍ତ କେଉଁଠାର ଏବଂ ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ଫୋନ୍ କିଭଳି ନେଲେ ତାହା ସ୍ପଷ୍ଟ ହୋଇନାହିଁ ।

ଶ୍ରୀମନ୍ଦିର ସୁରକ୍ଷା ପାଇଁ ରାଜ୍ୟ ସରକାର ଏବଂ ମନ୍ଦିର ପ୍ରସାଶନ ଅନେକ ପ୍ରକାରର ବ୍ୟବସ୍ଥା କରୁଥିଲେ ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ଶିଥିଳତା ଥିବାକୁ ବାରମ୍ବାର ଏପରି ଅଶୋଭନୀୟ ଘଟଣା ଦେଖିବାକୁ ମିଳୁଛି । ମନ୍ଦିର ଭିତରକୁ କିପରି ମୋବାଇଲ ଫୋନ୍ ଗଲା ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରି ଘଟଣା ବାରମ୍ବାର ହେଉଥିବାରୁ ଭକ୍ତ ମହଲରେ ତିବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ଏ ସମ୍ପର୍କରେ ସାଇବର ସେଲ୍ କୁ ଅବଗତ କରାଯିବା ସହ ସମ୍ପୃକ୍ତ ବ୍ୟକ୍ତିକୁ ଚିହ୍ନଟ ପାଇଁ ଉଦ୍ୟମ କରାଯାଉଛି ଏବଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ପିନାକ ମିଶ୍ର କହିଛନ୍ତି ।

Tags: