ଦ୍ୱିତୀୟ ଦିନରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ,ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ଅଳିଆ

ଭୁବନେଶ୍ୱର : ସଫେଇ କର୍ମଚାରୀଙ୍କ ଝାଡୁ ଛାଡ଼ ଆନ୍ଦୋଳନ । ୨ ଦିନ ହେଲାଣି ରାଜଧାନୀରେ ବିଭିନ୍ନ ସ୍ଥାନରୁ ଉଠୁନାହିଁ ଅଳିଆ I ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଁଚି ଥିବାବେଳେ ୯ ହଜାରରୁ ୧୫ ହଜାର ଟଙ୍କା ମାସିକ ପାରିଶ୍ରମିକ ଦାବି କରିଛନ୍ତି ସଫେଇ କର୍ମଚାରୀ । ଆଜି ପୁଣି ରାଜମହଲ ଛକରେ ୫୫ ଟି ୱାର୍ଡର କର୍ମଚାରୀ ମାନେ ଏକାଠି ହୋଇଛନ୍ତି । ଏହା ପରେ ସଫେଇ କର୍ମଚାରୀମାନେ ଶୋଭାଯାତ୍ରା କରି ଲୋୟର […]

Samaya Live Picture
Published On

ଭୁବନେଶ୍ୱର : ସଫେଇ କର୍ମଚାରୀଙ୍କ ଝାଡୁ ଛାଡ଼ ଆନ୍ଦୋଳନ । ୨ ଦିନ ହେଲାଣି ରାଜଧାନୀରେ ବିଭିନ୍ନ ସ୍ଥାନରୁ ଉଠୁନାହିଁ ଅଳିଆ I ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଁଚି ଥିବାବେଳେ ୯ ହଜାରରୁ ୧୫ ହଜାର ଟଙ୍କା ମାସିକ ପାରିଶ୍ରମିକ ଦାବି କରିଛନ୍ତି ସଫେଇ କର୍ମଚାରୀ । ଆଜି ପୁଣି ରାଜମହଲ ଛକରେ ୫୫ ଟି ୱାର୍ଡର କର୍ମଚାରୀ ମାନେ ଏକାଠି ହୋଇଛନ୍ତି । ଏହା ପରେ ସଫେଇ କର୍ମଚାରୀମାନେ ଶୋଭାଯାତ୍ରା କରି ଲୋୟର ପିଏମ୍ଜି ପର୍ଯ୍ୟନ୍ତ ଯିବେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଜଣାପଡ଼ିଛି ।

ସଫେଇ କର୍ମଚାରୀମାନେ ଓଦା, ଶୁଖିଲା ଆବର୍ଜନା ପୃଥକ୍‌ କରି ନ ଦେବା ଏବଂ ଦରମା ୯ ହଜାରରୁ ୧୫ହଜାରକୁ ବୃଦ୍ଧି କରିବା ଦାବିରେ ଅଟଳ ରହିଛନ୍ତି। ଏହି କ୍ରମରେ ସୋମବାର ସକାଳୁ ୫୦ରୁ ଊର୍ଦ୍ଧ୍ୱ ଓ୍ବାର୍ଡର ସଫେଇ କର୍ମଚାରୀ ଏବଂ ସେମାନଙ୍କ ପ୍ରତିନିଧିମାନେ ଏକାଠି ହୋଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ। ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ଭୁବନେଶ୍ୱରର ୫୫ଟି ୱାର୍ଡ ପ୍ରଭାବିତ ହୋଇଛି । ଦାବି ପୂରଣ ନହେଲେ ରାସ୍ତାରେ ଅଳିଆ ପକାଇବେ ବୋଲି ସଫେଇ କର୍ମଚାରୀ ଚେତାବନୀ ଦେଇଛନ୍ତି । ପ୍ରତି ୱାର୍ଡରେ ଥିବା ଅଳିଆ ଉଠାଇବେ ନାହିଁ ବୋଲି କହିଛନ୍ତି । ଗତକାଲି ପ୍ରାୟ ୧ ଘଂଟା ଧରି ସଫେଇ କର୍ମଚାରୀମାନେ ରାଜମହଲ ଓଭରବ୍ରିଜ୍ ତଳେ ବସିଥିଲେ । ଏହା ପରେ ମେୟର ସୁଲୋଚନା ଦାସ ବୈଠକ ପାଇଁ ଡାକିଥିଲେ । ଏକ ଘଂଟା କାଳ ବୈଠକ ବସିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିଲା I ବୈଠକରେ ବିଏମ୍‌ସିର ଅତିରିକ୍ତ କମିଶନର (ପରିମଳ) ଶୁଭେନ୍ଦୁ ସାହୁ ମଧ୍ୟ ଉପସ୍ଥିତ ଥିଲେ। ତେବେ ଦାବି ପୂରଣ ହେବା ନେଇ ଆଶଙ୍କା ଥିବାରୁ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ବିଏମ୍‌ସି ସଫେଇ ମଜଦୁର ସଂଘ ସମ୍ପାଦକ ସହଦେବ ନାୟକ ସୂଚନା ଦେଇଛନ୍ତି।

Tags: