ଦ୍ଵିତୀୟ ଦିନରେ ବ୍ରଜ କିଶୋର ଦାସଙ୍କ ଘରେ ଆୟକର ଚଢ଼ାଉ

ଭୁବନେଶ୍ୱର : ସୁପର କ୍ଲାସ କଣ୍ଟ୍ରାକଟର ବ୍ରଜକିଶୋର ଦାସଙ୍କ ଘରେ ୨ୟ ଦିନରେ ଚାଲିଛି ଆୟକର ଚଢାଉ । ସମ୍ବଲପୁର ସ୍ଥିତ ଘର ଓ ଅଫିସ ସମେତ ବ୍ରଜ ଦାସଙ୍କ ସମ୍ପର୍କରେ ଥିବା ୭ ଠିକାଦାରଙ୍କ ଘରେ ବି ରେଡ୍‌ ଜାରି ରହିଛି। କାଲି ୪୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଆୟକର ବିଭାଗ। ଓଡିଶା ଏବଂ ଛତିଶ ଗଡ଼ରୁ ୧୦ଟି ଇନୋଭା ଗାଡିରେ ଆୟକର ଟିମ୍ ଆସି ରେଡ କରାଯାଉଥିବା ସୂଚନା ମିଳିଛି । ତେବେ […]

Samaya Live Picture
Published On

ଭୁବନେଶ୍ୱର : ସୁପର କ୍ଲାସ କଣ୍ଟ୍ରାକଟର ବ୍ରଜକିଶୋର ଦାସଙ୍କ ଘରେ ୨ୟ ଦିନରେ ଚାଲିଛି ଆୟକର ଚଢାଉ । ସମ୍ବଲପୁର ସ୍ଥିତ ଘର ଓ ଅଫିସ ସମେତ ବ୍ରଜ ଦାସଙ୍କ ସମ୍ପର୍କରେ ଥିବା ୭ ଠିକାଦାରଙ୍କ ଘରେ ବି ରେଡ୍‌ ଜାରି ରହିଛି। କାଲି ୪୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଆୟକର ବିଭାଗ। ଓଡିଶା ଏବଂ ଛତିଶ ଗଡ଼ରୁ ୧୦ଟି ଇନୋଭା ଗାଡିରେ ଆୟକର ଟିମ୍ ଆସି ରେଡ କରାଯାଉଥିବା ସୂଚନା ମିଳିଛି । ତେବେ ରେଡ ସମ୍ପର୍କରେ କେହି ମୁହଁ ଖୋଲିନଥିବା ଜଣାପଡିଛି । ଦ୍ୱିତୀୟ ଦିନରେ ଆଜି ସକାଳୁ ପୁଣି ଥରେ ରେଡ୍ ଆରମ୍ଭ ହୋଇଛି ।

ଶୁକ୍ରବାର ସକାଳୁ ବ୍ରଜ ଦାସଙ୍କ ଘରେ ଆଇଟି ରେଡ୍‌ କରାଯାଇଥିବା ବେଳେ ଶନିବାର ସକାଳୁ ମଧ୍ୟ ଆଉ ଥରେ ଚଢାଉ କରାଯାଇଛି। ଆୟକର ଫାଙ୍କିବା ଅଭିଯୋଗରେ ଏହି ଚଢାଉ କରାଯାଉଥିବା ସୂଚନା ମିଳିଛି। ବ୍ରଜ କେବେଠୁ ଆୟକର ଟ୍ୟାକ୍ସ ଦେଉ ନ ଥିଲେ , ତାଙ୍କ ଉପରେ ବକେୟା ଟିକସ ରହିଛି। ୪ ବର୍ଷ ପୂର୍ବରୁ ମଧ୍ୟ ବ୍ରଜଙ୍କ ଘରେ ଆଇଟି ରେଡ ହୋଇଥିଲା।

Tags: