ଆରପାରିରେ ଅନାଦି ଚରଣ ସାହୁ

କଟକ : ପୂର୍ବତନ ପୁଲିସ ଅଧିକାରୀ ତଥା ବ୍ରହ୍ମପୁର ଲୋକସଭା ଆସନର ପୂର୍ବତନ ବିଜେପି ସାଂସଦ ଅନାଦି ସାହୁଙ୍କ ପରଲୋକ । କଟକର ସିଡିଏ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। କିଛି ଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ସାହିତ୍ୟ କ୍ଷେତ୍ରରେ ତାଙ୍କର ଅନେକ ସୃଷ୍ଟି ସମ୍ଭାର ରହିଛି। ସୂଚନାଅନୁସାରେ,୧୯୯୬ରେ ଚାକିରିଛାଡି ପ୍ରଥମ ବରିଷ୍ଠ ଆଇପିଏସ ଅଫିସର ଭାବେ ଅନାଦି […]

Samaya Live Picture
Published On

କଟକ : ପୂର୍ବତନ ପୁଲିସ ଅଧିକାରୀ ତଥା ବ୍ରହ୍ମପୁର ଲୋକସଭା ଆସନର ପୂର୍ବତନ ବିଜେପି ସାଂସଦ ଅନାଦି ସାହୁଙ୍କ ପରଲୋକ । କଟକର ସିଡିଏ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। କିଛି ଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ସାହିତ୍ୟ କ୍ଷେତ୍ରରେ ତାଙ୍କର ଅନେକ ସୃଷ୍ଟି ସମ୍ଭାର ରହିଛି।

ସୂଚନାଅନୁସାରେ,୧୯୯୬ରେ ଚାକିରିଛାଡି ପ୍ରଥମ ବରିଷ୍ଠ ଆଇପିଏସ ଅଫିସର ଭାବେ ଅନାଦି ସାହୁ କଟକ ଲୋକସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିଥିଲେ। କଂଗ୍ରେସ ପ୍ରାର୍ଥୀ ଭାବେ କଟକ ଲୋକସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ସେହି ନିର୍ବାଚନରେ ଶ୍ରୀ ସାହୁ ବିଜୁ ପଟ୍ଟନାୟକଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ବିତା କରି ପରାସ୍ତ ହୋଇଥିଲେ। ଏହାପରେ ୧୯୯୯ ମସିହା ସାଧାରଣ ନିର୍ବାଚନରେ ସେ ବ୍ରହ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।

ସାହିତ୍ୟ କ୍ଷେତ୍ରରେ ଅନାଦିଙ୍କର ଅନେକ ସୃଷ୍ଟି ସମ୍ଭାର ରହିଛି। ସେ ବିଭିନ୍ନ ପୁସ୍ତକ ଲେଖିଛନ୍ତି। ଅନାଦି ସାହୁଙ୍କ ଶେଷ ଦର୍ଶନ କରିବା ପାଇଁ ସିଡିଏ ସ୍ଥିତ ବାସଭବନରେ ନେତା ଓ ଶୁଭେଚ୍ଛୁଙ୍କ ଭିଡ଼ ଜମିଛି। ଅନାଦି ସାହୁଙ୍କ ଶେଷକୃତ୍ୟ କଟକର ସତୀ ଚଉରାରେ ହେବ ବୋଲି ସୂଚନା ମିଳିଛି।

Tags: