ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରଥକାଠ ଅନୁକୂଳ ସହ ଚାପ ଖେଳିବେ ମହାପ୍ରଭୁ
ପୁରୀ : ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ଚଳଚଞ୍ଚଳ ପୁରୀ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡ । ଆଗକୁ ମହାପ୍ରଭୁଙ୍କର ଘୋଷ ଯାତ୍ରା ଥିବାରୁ ଆଜି ଅନୁକୂଳ ହେବ ରଥକାଠ । ମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିରରୁ ତିନି ଠାକୁରଙ୍କ ତିନି ଆଜ୍ଞାମାଳ ଆସିବା ପରେ ବନଜାଗ ବିଧିରେ ରଥନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ରଥ ନିର୍ମାଣ ଅନୁକୂଳ ପାଇଁ ଚାଳି ପ୍ରସ୍ତୁତ କରିଛନ୍ତି ଭୋଇ ସେବାୟତ । ୨୯୮ ଖଣ୍ଡ କାଠ ରଥଖଳାରେ ଆସି […]
ପୁରୀ : ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ଚଳଚଞ୍ଚଳ ପୁରୀ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡ । ଆଗକୁ ମହାପ୍ରଭୁଙ୍କର ଘୋଷ ଯାତ୍ରା ଥିବାରୁ ଆଜି ଅନୁକୂଳ ହେବ ରଥକାଠ । ମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିରରୁ ତିନି ଠାକୁରଙ୍କ ତିନି ଆଜ୍ଞାମାଳ ଆସିବା ପରେ ବନଜାଗ ବିଧିରେ ରଥନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ରଥ ନିର୍ମାଣ ଅନୁକୂଳ ପାଇଁ ଚାଳି ପ୍ରସ୍ତୁତ କରିଛନ୍ତି ଭୋଇ ସେବାୟତ । ୨୯୮ ଖଣ୍ଡ କାଠ ରଥଖଳାରେ ଆସି ପହଞ୍ଚିସାରିଛି । ଖରାକୁ ନଜରରେ ରଖି ରଥ ଚାଳିରେ ପାଣି ବ୍ୟବସ୍ଥା କରାଯିବା ସହ ସେବକଙ୍କ ପାଇଁ ପ୍ରତିବର୍ଷ ଭଳି ଖାଦ୍ୟ ବ୍ୟବସ୍ଥା କରାଯାଇଛି ।
ସେପଟେ ଆଜିଠାରୁ ମଧ୍ୟ ଆରମ୍ଭ ହେଉଛି ଚନ୍ଦନ ଯାତ୍ରା । ଏନେଇ ଆଜି ଶୀତଳ ଉପଚାରରେ ଚାପ ଖେଳିବେ ମଦନମୋହନ । ସେଥିପାଇଁ ନରେନ୍ଦ୍ର ପୁଷ୍କରିଣୀରେ ଆରମ୍ଭ ହୋଇଛି ଚାପ ନିର୍ମାଣ । ମହାପ୍ରଭୁଙ୍କ ଆଗମନକୁ ଅପେକ୍ଷା କରିଛନ୍ତି ଚାପ ଡଙ୍ଗା ନନ୍ଦା ଓ ଭଦ୍ରା । ଚନ୍ଦନ ଯାତ୍ରା ପାଇଁ ପୁରୀ ପୋଲିସ ପକ୍ଷରୁ ହୋଇଛି ବ୍ୟାପକ ପ୍ରସ୍ତୁତି । ସୁରକ୍ଷା ଦାୟିତ୍ବରେ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଗତ ବର୍ଷ ହୋଇଥିବା ବାଣ ବିସ୍ଫୋରଣ ଭଳି ଅଘଟଣ ଏଡାଇବା ପାଇଁ ବାଣ ଫୁଟାଇବା ପୂରା ବାରଣ କରାଯାଇଛି ।
ଏହି ଅବସରରେ ଆଜି ଭୁବନେଶ୍ଵରସ୍ଥିତ ଇସ୍କନ୍ ମନ୍ଦିର ପରିସରରେ ରଥ କାଠ ଅନୁକୂଳ ହୋଇଛି।




