ପ୍ରଥମ ଦିନରେ ଧରାପଡ଼ିଲେ ୮୪ ଅମାନିଆ ଗାଡିଚାଳକ, ଗଣିଲେ ୨୧ ଲକ୍ଷ ତଣ୍ଡ
ଭୁବନେଶ୍ୱର : ଅମାନିଆ ହେଉଛନ୍ତି ନାବାଳକ I ନାବାଳକ ଗାଡ଼ି ଚଳାଇବା ଉପରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍ଟିଏ) ଲଗାଇଛନ୍ତି ଅଙ୍କୁଶ । ୧୮ ବର୍ଷରୁ କମ୍ ନାବାଳକ ଗାଡ଼ିଚାଳକଙ୍କ ଗାଡି ଚାଳନା ରୋକିବାକୁ ଏଭଳି କଠୋର ନିଷ୍ପତ୍ତି ନିଆଯାଇଛି। ତଥାପି ସୁଧୁରୁନାହାନ୍ତି ପିଲା ଓ ଅଭିଭାବକ I ପ୍ରଥମ ଦିନରେ ୮୪ ଜଣ ଧରାପଡ଼ି ଜାଣିଛନ୍ତି ୨୧ ଲକ୍ଷର ତଣ୍ଡ I ସୂଚନାନୁସାରେ ମଙ୍ଗଳବାର ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୮୪ଜଣ ନାବାଳକ ଗାଡି ଚାଳକଙ୍କ […]
ଭୁବନେଶ୍ୱର : ଅମାନିଆ ହେଉଛନ୍ତି ନାବାଳକ I ନାବାଳକ ଗାଡ଼ି ଚଳାଇବା ଉପରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍ଟିଏ) ଲଗାଇଛନ୍ତି ଅଙ୍କୁଶ । ୧୮ ବର୍ଷରୁ କମ୍ ନାବାଳକ ଗାଡ଼ିଚାଳକଙ୍କ ଗାଡି ଚାଳନା ରୋକିବାକୁ ଏଭଳି କଠୋର ନିଷ୍ପତ୍ତି ନିଆଯାଇଛି। ତଥାପି ସୁଧୁରୁନାହାନ୍ତି ପିଲା ଓ ଅଭିଭାବକ I ପ୍ରଥମ ଦିନରେ ୮୪ ଜଣ ଧରାପଡ଼ି ଜାଣିଛନ୍ତି ୨୧ ଲକ୍ଷର ତଣ୍ଡ I
ସୂଚନାନୁସାରେ ମଙ୍ଗଳବାର ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୮୪ଜଣ ନାବାଳକ ଗାଡି ଚାଳକଙ୍କ ଉପରେ ୨୧ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ନିଷ୍ପତ୍ତି ଅନୁସାରେ, ନିୟମ ଉଲ୍ଲଂଘନକାରୀ ପ୍ରତି ନାବାଳକ ଗାଡ଼ିଚାଳକଙ୍କ ଉପରେ ୨୫ ହଜାର ଟଙ୍କା ଲେଖାଏ ଜରିମାନା କରାଯାଇଛି। ଆସନ୍ତା ୪୮ ଘଣ୍ଟା ଭିତରେ ଜରିମାନା ପୈଠ ନ ହେଲେ ମାମଲାଗୁଡ଼ିକୁ କୋର୍ଟକୁ ପଠାଇ ଦିଆଯିବ ବୋଲି ବିଭାଗୀୟ ଅଧିକାରୀ ଏସିଟି(ଆରଏସ) ଲାଲମୋହନ ସେଠୀ ସୂଚନା ଦେଇଛନ୍ତି। ତେବେ, ଅଧିକାଂଶ ଅଭିଭାବକ ଆଜି ଅନ୍ଲାଇନରେ ଜରିମାନା ପୈଠ କରିଥିବା ସେ କହିଛନ୍ତି। ଆସନ୍ତାକାଲି ମଧ୍ୟ ଚଢ଼ାଉ ଜାରି ରହିବ। ଏହି ନିୟମକୁ ଆହୁରି କଡ଼ାକଡ଼ି କରାଯିବା ସହିତ ଏହାକୁ ବ୍ୟାପକ କରାଯିବ ବୋଲି ଶ୍ରୀ ସେଠୀ କହିଛନ୍ତି।
ଆଜିର ଚଢ଼ାଉରେ ଗଞ୍ଜାମରେ ସର୍ବାଧିକ ୧୨ଟି ମାମଲା ରୁଜୁ ହୋଇଥିବା ବେଳେ ରାଉରକେଲାରେ ଦ୍ବିତୀୟ ସର୍ବାଧିକ ୧୧ ଜଣଙ୍କ ଉପରେ ଜରିମାନା କରାଯାଇଛି। ସେହିଭଳି ଝାରସୁଗୁଡ଼ା ଜିଲ୍ଲାରେ ୫, ସମ୍ବଲପୁରରେ ୩, ସୁନ୍ଦରଗଡ଼ରେ ୧, ବାଲେଶ୍ବରରେ ୯, ଯାଜପୁରରେ ୩, ଚଣ୍ଡିଖୋଲରେ ୨, ବରଗଡ଼ରେ ୧, ଢେଙ୍କାନାଳରେ ୩, ଅନୁଗୁଳରେ ୧, ତାଳେଚରରେ ୧, ବଡବିଲରେ ୫, କୋରାପୁଟରେ ୨, ନବରଙ୍ଗପୁରରେ ୧, ରାୟଗଡ଼ାରେ ୩, କଳାହାଣ୍ଡିରେ ୫, ନୂଆପଡାରେ ୧, ଭଂଜନଗରରେ ୨, କଟକରେ ୭, ଭୁବନେଶ୍ବର(୧)ରେ ୫, ଭୁବନେଶ୍ବର(୨)ରେ ୧ଟି ମାମଲା ରୁଜୁ କରଯାଇଛି।




