ଦୁର୍ଘଟଣାର ଦିନ, ବସ ଦୁର୍ଘଟଣାରେ ୧୫ ଆହତ,କାର ଦୁର୍ଘଟଣାରେ ୪ ମୃତ
ସୁନ୍ଦରଗଡ଼ : ପାହାଡ଼ରେ ପିଟି ହେଲା OSRTC ବସ I ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ଥାନା ତାମଡା ନିକଟରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୧୫ଜଣ ଯାତ୍ରୀ ଆହତ ହେବା ସହିତ ୫ଜଣ ଗୁରୁଥିବା ଥିବା ସୂଚନା ମିଳିଛି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ରାଉରକେଲା ଆଇଜିଏଚ୍ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ବସ୍ ଟି ଆଜି ସକାଳୁ ପଙ୍କଡିହିରୁ ୩୦ରୁ ଅଧିକ ଯାତ୍ରୀଙ୍କୁ ଧରି ବଣାଇ ଆସୁଥିଲା। ବ୍ରେକ୍ ଫେଲ୍ ହବାରୁ ଏହି ଦୁର୍ଘଟଣା ଘଟିଥିବା […]
ସୁନ୍ଦରଗଡ଼ : ପାହାଡ଼ରେ ପିଟି ହେଲା OSRTC ବସ I ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ଥାନା ତାମଡା ନିକଟରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୧୫ଜଣ ଯାତ୍ରୀ ଆହତ ହେବା ସହିତ ୫ଜଣ ଗୁରୁଥିବା ଥିବା ସୂଚନା ମିଳିଛି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ରାଉରକେଲା ଆଇଜିଏଚ୍ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ବସ୍ ଟି ଆଜି ସକାଳୁ ପଙ୍କଡିହିରୁ ୩୦ରୁ ଅଧିକ ଯାତ୍ରୀଙ୍କୁ ଧରି ବଣାଇ ଆସୁଥିଲା। ବ୍ରେକ୍ ଫେଲ୍ ହବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଖବର ପାଇ ଘଟଣାସ୍ଥଳରେ ବଣାଇ ପୁଲିସ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

ଅନ୍ୟପଟେ ଗତ ବିଳମ୍ବିତ ରାତିରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ୪ ଜଣଙ୍କର ମୃତ୍ୟୁ ଘଟିଛି I ଏକ ଜନ୍ମଦିନ ଭୋଜିରୁ ଫେରୁଥିବା ବେଳେ ଏକ ଟ୍ରାକ୍ଟର ସହ ପିଟି ହୋଇ ଏହି ଦୁର୍ଘଟଣା ଘଟିଛି । ୪ ମୃତକ ଖଡ଼ିଆଳ ଅଞ୍ଚର ବାସିନ୍ଦା ବୋଲି ଜଣାପଡ଼ିଛି। ମୃତକମାନେ ହେଲେ ଖଡ଼ିଆଳ ସହରର ଶୁଭମ ମହାନ୍ତି, ଦେବେନ୍ଦ୍ର ସିଂ ଲାଲ, ରିଷି ସାହୁ ଏବଂ ଗୋଇମୁଣ୍ଡି ଗାଁଁର ଦେବରାଜ ପଟେଲ ବୋଲି ଜଣାପଡ଼ିଛି।




