ବିଧାନସଭା ୨ୟ ଦିନରେ ପ୍ରବଳ ହଟଗୋଳ, ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ୨୧ ତାରିଖରୁ ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ I ଏହା ଡିସେମ୍ବର ୩୦ ତାରିଖ ଯାଏଁ ଚାଲିବ I କିନ୍ତୁ ଆଜି ୨ୟ ଦିନରେ ସ୍ୱାଭାବିକ ଭାବରେ ଚାଲିପାରିନି ଗୃହ I ଆଜି ଦିନ ୧୦.୩୦ରେ ବିଧାନସଭା ଆରମ୍ଭ ହେଉ ହେଉ ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହକୁ ଦିନ ୧୨ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ । ଏହାପରେ ଗୃହ ଆରମ୍ଭ ବେଳକୁ ଆଦିବାସୀଙ୍କ ଜମିକୁ ନେଇ ହୋଇଥିବା […]

Samaya Live Picture
Published On

ଭୁବନେଶ୍ୱର : ୨୧ ତାରିଖରୁ ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ I ଏହା ଡିସେମ୍ବର ୩୦ ତାରିଖ ଯାଏଁ ଚାଲିବ I କିନ୍ତୁ ଆଜି ୨ୟ ଦିନରେ ସ୍ୱାଭାବିକ ଭାବରେ ଚାଲିପାରିନି ଗୃହ I ଆଜି ଦିନ ୧୦.୩୦ରେ ବିଧାନସଭା ଆରମ୍ଭ ହେଉ ହେଉ ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହକୁ ଦିନ ୧୨ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ । ଏହାପରେ ଗୃହ ଆରମ୍ଭ ବେଳକୁ ଆଦିବାସୀଙ୍କ ଜମିକୁ ନେଇ ହୋଇଥିବା କ୍ୟାବିନେଟ ନିଷ୍ପତ୍ତିକୁ ନେଇ ବିରୋଧୀଙ୍କ ଗୃହରେ ହଙ୍ଗାମା ଯୋଗୁଁ ପୁଣି ଗୃହ ମୁଲତବୀ କରିଥିଲେ ବାଚସ୍ପତି ।ତେବେ ଗୃହକାର୍ଯ୍ୟକୁ ସୁରୁଖୁରରେ ଚଳାଇବାକୁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ସର୍ବଦଳୀୟ ବୈଠକ ପରେ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇପାରେ ।

ଏହାପୂର୍ବରୁ ଆଜି ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା । ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରସଙ୍ଗକୁ ନେଇ ବାଚସ୍ପତିଙ୍କ ପୋଡ଼ିୟମ ତଳେ କଂଗ୍ରେସ ଓ ବିଜେପି ବିଧାୟକ ମାନେ ପ୍ରତିବାଦ କରିଥିଲେ । ଆଦିବାସୀଙ୍କ ଜମି ହଡ଼ପ ଯୋଜନା କରିଥିବା କହି ବିରୋଧୀ ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ପେସା ଆଇନ ଲାଗୁ କରିବା ପାଇଁ ବିରୋଧୀ ଦାବି କରିଥିଲେ ।ହଟଗୋଳ ଯୋଗୁଁ ପ୍ରଥମେ ଦିନ ୧୨ ଯାଏଁ ଗୃହ ମୁଲତବୀ କରାଯାଇଥିଲା।ପରେ ପୁଣିଥରେ ଗୃହରେ ସମାନ ସ୍ଥିତି ଦେଖିବା ପରେ ଗୃହକୁ ଆଉ ୪୫ ମିନିଟ୍ ପାଇଁ ମୁଲତବି କରିଥିଲେ ବାଚସ୍ପତି ।

Tags: