ଜୁନ ୪ ରେ ଇଣ୍ଡି ମେଣ୍ଟ ସରକାର – ରାହୁଲ
ଭୁବନେଶ୍ୱର : ଆଜି ବଲାଙ୍ଗୀରରେ ପହଞ୍ଚଛନ୍ତି କଂଗ୍ରେସର ଷ୍ଟାର କ୍ୟାମ୍ପେନର ରାହୁଲ ଗାନ୍ଧୀ। ପହଞ୍ଚିବା ପରେ ବଲାଙ୍ଗୀର ଜନ ଆଶୀର୍ବାଦ ସଭାରେ ରାହୁଲ ସାମିଲ ହୋଇ ଜନସାଧାରଣଙ୍କୁ ସମ୍ବୋଧନ କରୁଛନ୍ତି। ଏହି ସମୟରେ ସେ ବଡ଼ ବୟାନ ଦେଇଛନ୍ତି। ରାହୁଲ କହିଛନ୍ତି ଜୁନ ୪ ରେ ଗଠନ ହେବ ଇଣ୍ଡି ମେଣ୍ଟ ସରକାର I ସରକାର ଗଠନ ପରେ ଦଳ ସମ୍ବିଧାନ ବଦଳାଇବ I ପ୍ରଥମ ଥର ପାଇଁ କୌଣସି ଦଳ କହିଛି ଜିତିଲେ ସମ୍ବିଧାନ ବଦଳାଇବ। […]
ଭୁବନେଶ୍ୱର : ଆଜି ବଲାଙ୍ଗୀରରେ ପହଞ୍ଚଛନ୍ତି କଂଗ୍ରେସର ଷ୍ଟାର କ୍ୟାମ୍ପେନର ରାହୁଲ ଗାନ୍ଧୀ। ପହଞ୍ଚିବା ପରେ ବଲାଙ୍ଗୀର ଜନ ଆଶୀର୍ବାଦ ସଭାରେ ରାହୁଲ ସାମିଲ ହୋଇ ଜନସାଧାରଣଙ୍କୁ ସମ୍ବୋଧନ କରୁଛନ୍ତି। ଏହି ସମୟରେ ସେ ବଡ଼ ବୟାନ ଦେଇଛନ୍ତି। ରାହୁଲ କହିଛନ୍ତି ଜୁନ ୪ ରେ ଗଠନ ହେବ ଇଣ୍ଡି ମେଣ୍ଟ ସରକାର I ସରକାର ଗଠନ ପରେ ଦଳ ସମ୍ବିଧାନ ବଦଳାଇବ I ପ୍ରଥମ ଥର ପାଇଁ କୌଣସି ଦଳ କହିଛି ଜିତିଲେ ସମ୍ବିଧାନ ବଦଳାଇବ। ଦୁନିଆର କୌଣସି ଶକ୍ତି ସମ୍ବିଧାନକୁ ଛୁଇଁ ପାରିବନି। ଆମେ ଜିତିଲେ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରିବୁ ବୋଲି ବି କହିଛନ୍ତି।
ରାହୁଲ ଆହୁରି କହିଛନ୍ତି, ଦିଲ୍ଲୀରେ ସରକାରକୁ ୯୦ ଅଫିସର ଚଳାଉଛନ୍ତି, ସେଥିରୁ ୩ ଦଳିତ। ଆମେ ସରକାରକୁ ଆସିଲେ କୋଟିଏ ଲକ୍ଷପତି ସୃଷ୍ଟି କରିବୁ। ଦେଶରେ ବର୍ଷକରେ କୋଟିଏ ମହିଳା ହେବେ ଲକ୍ଷପତି I ପ୍ରତି ପରିବାରରେ ଜଣେ ଜଣେ ମହିଳାଙ୍କୁ ଲକ୍ଷପତି କରିବ କଂଗ୍ରେସ। ଜୁଲାଇ ୪ରେ ପ୍ରଥମ କିସ୍ତି ଭାବେ ୮୫୦୦ ଟଙ୍କା ମହିଳାଙ୍କୁ ଦିଆଯିବ। ବର୍ଷକୁ ୧ଲକ୍ଷ ଟଙ୍କା ପ୍ରତି ମହିଳାଙ୍କ ଖାତାକୁ ଯିବ ବୋଲି ରାହୁଲ କହିଛନ୍ତି। ସାରା ଦେଶରେ ବନ୍ଦ ହୋଇପଡିଥିବା କାରଖାନା ସବୁ ଚାଲୁ କରାଯିବ। ୩୦ଲକ୍ଷ ସରକାରୀ ଚାକିରି ଦେବ କଂଗ୍ରେସ।




