ଧାରଣାରେ ଓମଫେଡ ଡ୍ରାଇଭର
କଟକ : ଓମଫେଡ୍ ଡ୍ରାଇଭରଙ୍କ ଆନ୍ଦୋଳନ । ନରାଜ ସ୍ଥିତ ଅରିଲୋ ଓମଫେଡ୍ ପ୍ଲାଣ୍ଟରୁ କ୍ଷୀରେ ଚୋରି ଅଭିଯୋଗରେ ପୁଲିସ୍ ଜଣେ ଓମଫେଡ୍ ଗାଡି ଡ୍ରାଇଭରଙ୍କୁ ଗିରଫ କରିଛି। ଏହା ପ୍ରତିବାଦରେ ଧାରଣା ଦେଇଛନ୍ତି ନରାଜ ଓମଫେଡ୍ ଠିକା ଡ୍ରାଇଭର । ନରାଜ ଓମଫେଡ୍ କାର୍ଯ୍ୟାଳୟ ସାମ୍ନାରେ ଗାଡ଼ି ରଖି ଡ୍ରାଇଭର ଧାରଣା ଦେଇଛନ୍ତି । ଏହି ଧାରଣା ଯୋଗୁଁ କଟକ ଓ ଭୁବନେଶ୍ୱରରେ କ୍ଷୀର ଯୋଗାଣ ବାଧାପ୍ରାପ୍ତ ହୋଇଛି । ସୂଚନାନୁସାରେ,ସୋମବାର ଓମଫେଡ୍ ପ୍ଲାଣ୍ଟରୁ ୧୪୦ […]
କଟକ : ଓମଫେଡ୍ ଡ୍ରାଇଭରଙ୍କ ଆନ୍ଦୋଳନ । ନରାଜ ସ୍ଥିତ ଅରିଲୋ ଓମଫେଡ୍ ପ୍ଲାଣ୍ଟରୁ କ୍ଷୀରେ ଚୋରି ଅଭିଯୋଗରେ ପୁଲିସ୍ ଜଣେ ଓମଫେଡ୍ ଗାଡି ଡ୍ରାଇଭରଙ୍କୁ ଗିରଫ କରିଛି। ଏହା ପ୍ରତିବାଦରେ ଧାରଣା ଦେଇଛନ୍ତି ନରାଜ ଓମଫେଡ୍ ଠିକା ଡ୍ରାଇଭର । ନରାଜ ଓମଫେଡ୍ କାର୍ଯ୍ୟାଳୟ ସାମ୍ନାରେ ଗାଡ଼ି ରଖି ଡ୍ରାଇଭର ଧାରଣା ଦେଇଛନ୍ତି । ଏହି ଧାରଣା ଯୋଗୁଁ କଟକ ଓ ଭୁବନେଶ୍ୱରରେ କ୍ଷୀର ଯୋଗାଣ ବାଧାପ୍ରାପ୍ତ ହୋଇଛି ।
ସୂଚନାନୁସାରେ,ସୋମବାର ଓମଫେଡ୍ ପ୍ଲାଣ୍ଟରୁ ୧୪୦ ଲିଟର କ୍ଷୀର ଚୋରି ହୋଇଥିବା ନେଇ ପ୍ଲାଣ୍ଟର ଜଣେ କର୍ମଚାରୀ ଏବଂ ସିକ୍ୟୁରିଟି ଗାର୍ଡ ଗୋଡିସାହି ଫାଣ୍ଡିରେ ଅଭିଯୋଗ କରିଥିଲେ। ଯାହାକୁ ଭିତ୍ତି କରି ପୁଲିସ ଜଣେ ଡ୍ରାଇଭରଙ୍କୁ ଗିରଫ କରିଥିଲା। ଉକ୍ତ ଡ୍ରାଇଭର ଗାଡ଼ିରୁ ଅଧିକ ଦୁଗ୍ଧଜାତୀୟ ସାମଗ୍ରୀ ମିଳିଥିଲା । ଏତଲା ପରେ ଉକ୍ତ ଡ୍ରାଇଭରଙ୍କୁ ଥାନାରେ ଅକଟ ରଖାଯାଇଥିବା ଜଣାପଡ଼ିଛି । ଯାହାର ପ୍ରତିବାଦରେ ଆଜି ଓମଫେଡ୍ ଗାଡିର ସାଥି ଡ୍ରାଇଭରମାନେ ଆନ୍ଦୋଳନ କରିଛନ୍ତି। ଯେ ପର୍ଯ୍ୟନ୍ତ ଉଚିତ୍ ନ୍ୟାୟ ନ ମିଳିଛି , ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା ଜାରି ରଖିଛି। ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ଆଜି କଟକ-ଭୁବନେଶ୍ଵରକୁ କ୍ଷୀର ଯୋଗାଣ ବାଧାପ୍ରାପ୍ତ ହୋଇଛି।




