୫ ଦିନ ପରେ ଉଦ୍ଧାର ହେଲା ଓମ ପ୍ରକାଶଙ୍କ ମୃତଦେହ

ଖୋର୍ଦ୍ଧା :୫ ଦିନ ପରେ ତାପଙ୍ଗ ଖଣି ପାଣିରୁ ମିଳିଲା ନିଖୋଜ ଓମ ପ୍ରକାଶ ରଥଙ୍କ ମୃତଦେହ । ଆଜି ସକାଳେ ଖଣି ପାଣିରେ ଭାସୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଅଗ୍ନିଶମ ବାହିନୀ ଓମ ପ୍ରକାଶଙ୍କ ମୃତଦେହ ଉଦ୍ଧାର କରିଛି । ଗତ ସୋମବାର ଦିନ ଓମ ପ୍ରକାଶଙ୍କ ସହିତ ୩ ଜଣ ସାଙ୍ଗ ତାପଙ୍ଗ ଖଣି ଅଞ୍ଚଳକୁ ବୁଲିବାକୁ ଯାଇଥିଲେ । ସେଠାରେ ଓମ ପ୍ରକାଶ ରିଲ୍ସ କରିବା ବେଳେ ତଳକୁ ଖସିପଡିଥିଲେ […]

Samaya Live Picture
Published On

ଖୋର୍ଦ୍ଧା :୫ ଦିନ ପରେ ତାପଙ୍ଗ ଖଣି ପାଣିରୁ ମିଳିଲା ନିଖୋଜ ଓମ ପ୍ରକାଶ ରଥଙ୍କ ମୃତଦେହ । ଆଜି ସକାଳେ ଖଣି ପାଣିରେ ଭାସୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଅଗ୍ନିଶମ ବାହିନୀ ଓମ ପ୍ରକାଶଙ୍କ ମୃତଦେହ ଉଦ୍ଧାର କରିଛି ।

ଗତ ସୋମବାର ଦିନ ଓମ ପ୍ରକାଶଙ୍କ ସହିତ ୩ ଜଣ ସାଙ୍ଗ ତାପଙ୍ଗ ଖଣି ଅଞ୍ଚଳକୁ ବୁଲିବାକୁ ଯାଇଥିଲେ । ସେଠାରେ ଓମ ପ୍ରକାଶ ରିଲ୍ସ କରିବା ବେଳେ ତଳକୁ ଖସିପଡିଥିଲେ । ଏହାପରେ ତାଙ୍କର କୌଣସି ପତ୍ତା ମିଳିନଥିଲା । ଓମ ପ୍ରକାଶଙ୍କୁ ଠାବ କରିବା ପାଇଁ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ଏନଡିଆରଏଫ୍‍, ନାଭାଲ ଟିମ୍‍ ସହ ରାଉରକେଲା ଏନଆଇଟିର ରୋବଟ୍‍ । ବହୁ ଖୋଜା ଖୋଜି ପରେ ଶେଷରେ ଶୁକ୍ରବାର ସକାଳେ ତାଙ୍କ ମୃତଦେହ ଠାବ ହୋଇଛି । ମୃତଦେହ ମିଳିବା ପରେ ଓମ୍‍ ପ୍ରକାଶଙ୍କ ପରିବାର ଲୋକଙ୍କୁ ଖବର ଦେଇଛି ପୁଲିସ । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।

Tags: