ପୁଣି ପଦାରେ ପଡିଲା ଓଲିଉଡ କଳି: କାଲି କଟକରେ ଏତଲା, ଆଜି ଭୁବନେଶ୍ବରରେ ଉତ୍ତର
ଭୁବନେଶ୍ୱର: ପୁଣି ପଦାରେ ପଡିଛି ଓଲିଉଡ କଳି। ଗତକାଲି ସନ୍ଧ୍ୟାରେ କଟକରେ ଅଭିଯୋଗ ହୋଇଥିଲା । ଆଉ ଆଜି ଭୁବନେଶ୍ବରରେ ଉତ୍ତର ରଖାଯାଇଛି। ଗତକାଲି ଓଲିଉଡ ଡାଇରେକ୍ଟର ଆସୋସିଏସନ ସାଇବର ଥାନାରେ ଦେଇଥିବା ମାମଲାକୁ ନେଇ ଜବାବ ଦେଇଛନ୍ତି ଅଭିନେତା ମନୋଜ ମିଶ୍ର । ସେ କହିଛନ୍ତି ଏପର୍ଯ୍ଯନ୍ତ ପୋଲିସ ପକ୍ଷରୁ କୌଣସି ସମନ ଆସିନାହିଁ। ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି କାହାର ବାପା ସମ୍ପତ୍ତି ନୁହଁ । ସମୟ ସହ ତାଳଦେଇ ଓଡ଼ିଆ ସିନେମା ଆଗକୁ ବଢୁନି, […]
ଭୁବନେଶ୍ୱର: ପୁଣି ପଦାରେ ପଡିଛି ଓଲିଉଡ କଳି। ଗତକାଲି ସନ୍ଧ୍ୟାରେ କଟକରେ ଅଭିଯୋଗ ହୋଇଥିଲା । ଆଉ ଆଜି ଭୁବନେଶ୍ବରରେ ଉତ୍ତର ରଖାଯାଇଛି। ଗତକାଲି ଓଲିଉଡ ଡାଇରେକ୍ଟର ଆସୋସିଏସନ ସାଇବର ଥାନାରେ ଦେଇଥିବା ମାମଲାକୁ ନେଇ ଜବାବ ଦେଇଛନ୍ତି ଅଭିନେତା ମନୋଜ ମିଶ୍ର ।
ସେ କହିଛନ୍ତି ଏପର୍ଯ୍ଯନ୍ତ ପୋଲିସ ପକ୍ଷରୁ କୌଣସି ସମନ ଆସିନାହିଁ। ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି କାହାର ବାପା ସମ୍ପତ୍ତି ନୁହଁ । ସମୟ ସହ ତାଳଦେଇ ଓଡ଼ିଆ ସିନେମା ଆଗକୁ ବଢୁନି, ଯାହାକି ଦୁଃଖର ବିଷୟ ଅଟେ। ଏଠି କାମ କରିବା ଅପେକ୍ଷା ଅଧିକ ଷଡଯନ୍ତ୍ର ଚାଲିଛି ।
ଓଡ଼ିଆ ସିନେମା ଦମନ, କର୍ମ ଭଳି ଅନେକ ଭଲ ଫିଲ୍ମ ଅଛି। ମୁଁ ଯଦି ଖରାପ କରେ ମୁଁ ଏହାକୁ ପ୍ରମୋଟ କରେନାହିଁ। ଏହି ଅବସରରେ ସେ ବବି ଇସଲାମ, ତାପସ ସରଘରିଆ, ସବ୍ଯସାଚୀ ମହାପାତ୍ର ପ୍ରମୁଖଙ୍କୁ ଟାର୍ଗେଟ କରିଛନ୍ତି ।
ସେପଟେ ଏହାର ଉତ୍ତର ରଖିଛନ୍ତି ନିର୍ଦ୍ଦେଶକ ସବ୍ଯସାଚୀ ମହାପାତ୍ର। ମନୋଜ ମିଶ୍ରଙ୍କୁ ସେ ଅପିଲ କରି କହିଛନ୍ତି ବାରମ୍ବାର ଅଭିଯୋଗରୁ ସେ କ୍ଷାନ୍ତ ରୁହନ୍ତୁ । ସେ ଗତ ଦିନ ମାନଙ୍କରେ ଓଡ଼ିଆ ସିନେମାକୁ ବହୁ ବିବାଦକୁ ଟାଣିଛନ୍ତି । ତେଣୁ ବର୍ତ୍ତମାନ ସମୟ ଆସିଛି ଏ ସବୁ ବିବାଦର ଆପୋଷ ସମାଧାନ ହେବା ଦରକାର ।




