ପରିତ୍ୟକ୍ତ ବୋରୱେଲ ଗାତରେ ଖସିପଡିଲେ ବୃଦ୍ଧା, ଉଦ୍ଧାର କାର୍ଯ୍ୟ ଜାରି
ସୁବର୍ଣ୍ଣପୁର : ପରିତ୍ୟକ୍ତ ବୋରୱେଲ ଗାତରେ ଖସିପଡିଲେ ୮୦ ବର୍ଷୀୟ ବୃଦ୍ଧା । ଗତକାଲି ରାତିରୁ ବୃଦ୍ଧ ମହିଳା ୨୦ ଫୁଟ ତଳେ ଥିବା ସୂଚନା ମିଳିଛି । ବେଣା କାଟିବାକୁ ଯାଇ ଥିବାବେଳେ ଏକ ଖୋଲା ଡିପ୍ ବୋରୱେଲରେ ଖସି ପଡିଥିଲେ ବୃଦ୍ଧା ଜଣକ । ଏହି ଅଘଟଣ ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ କଇଁଫୁଲ ଗାଁରେ । ଘଟଣାସ୍ଥଳରେ ସୋନପୁର ଓ ତରଭା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି […]
ସୁବର୍ଣ୍ଣପୁର : ପରିତ୍ୟକ୍ତ ବୋରୱେଲ ଗାତରେ ଖସିପଡିଲେ ୮୦ ବର୍ଷୀୟ ବୃଦ୍ଧା । ଗତକାଲି ରାତିରୁ ବୃଦ୍ଧ ମହିଳା ୨୦ ଫୁଟ ତଳେ ଥିବା ସୂଚନା ମିଳିଛି । ବେଣା କାଟିବାକୁ ଯାଇ ଥିବାବେଳେ ଏକ ଖୋଲା ଡିପ୍ ବୋରୱେଲରେ ଖସି ପଡିଥିଲେ ବୃଦ୍ଧା ଜଣକ । ଏହି ଅଘଟଣ ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ କଇଁଫୁଲ ଗାଁରେ । ଘଟଣାସ୍ଥଳରେ ସୋନପୁର ଓ ତରଭା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ବୃଦ୍ଧାଙ୍କ ନିକଟକୁ ଅକ୍ସଜେନ୍ ପଠାଯାଇଛି। ଏହି ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ।
ସୂଚନାନୁସାରେ, ଗୋବିନ୍ଦପୁର ଗାଁର ଦୁଃଖୀ ନାୟକ,ଖଲିଆପାଲି ସ୍ଥିତ ନିଜ ଝିଅଘରକୁ ଆସିଥିଲେ । ଗତକାଲି ଅପରାହ୍ନରେ ଝାଡୁ ତିଆରି କରିବା ପାଇଁ ବେଣା କାଟିବାକୁ ଯାଇଥିବାବେଳେ ଅସାବଧାନତା ବଶତଃ ସେ ବିଲ ଭିତରେ ଥିବା ପରିତ୍ୟକ୍ତ ଖୋଲା ବୋରୱେଲ ଗାତରେ ଖସି ପଡ଼ିଥିଲେ । ଏନେଇ ଘର ଲୋକ ଖୋଜା ଖୋଜି କରିଥିଲେ ହେଁ ପାଇ ନଥିଲେ । ତେବେ ଆଜି ସକାଳୁ କିଛି ଲୋକ ସେହି ରାସ୍ତା ଦେଇ ଗଲାବେଳେ ସନ୍ଦେହରେ ଦେଖୁଥିବାବେଳେ ବୃଦ୍ଧା ଜଣକ ପଡ଼ିଥିବା ଜାଣିବାକୁ ପାଇଥିଲେ । ଏନେଇ ତରଭା ଓ ସୋନପୁର ଦମକଳ ବିଭାଗକୁ ଖବର ଦେଇଥିବାବେଳେ ଏବେ ଉଦ୍ଧାର କର୍ଯ୍ୟ ଜାରି ରହିଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗାତ ଭିତରୁ ବୃଦ୍ଧାଙ୍କୁ ବାହାର କରିବାକୁ ଉଦ୍ୟମ ଜାରି ରଖିଛି। ଅନ୍ୟପକ୍ଷରେ SRCଙ୍କ ନିର୍ଦ୍ଦେଶ କ୍ରମେ ବୃଦ୍ଧାଙ୍କୁ ଉଦ୍ଧାର କରିବା ପାଇଁ ୪୨ ଜଣିଆ NDRF ଟିମ୍ ମୁଣ୍ଡଳିରୁ ଯାଇଛନ୍ତି। ଛତିଶଗଡ଼ରେ ଏହି ଟିମ୍ ‘ଅପରେସନ ରାହୁଲ’ରେ ସାମିଲ ଥିଲେ। ଏହାସହ ବୌଦ୍ଧର ଓଡ୍ରାଫ୍ ଟିମ୍ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ୍ ହୋଇଛନ୍ତି।




