ପରିତ୍ୟକ୍ତ ପାଇଖାନା ଟାଙ୍କିକୁ ଗଳି ବୃଦ୍ଧା ମୃତ
କଟକ: ଘର ପଛପଟେ ଫୁଲ ତୋଳୁଥିବା ସମୟରେ ପାଇଖାନା ଟାଙ୍କିକୁ ଖସି ପଡ଼ି ବୃଦ୍ଧା ମୃତ । ଘଟଣା ଘଟିଛି କଟକ ଯୋବ୍ରା ଅଞ୍ଚଳରେ । ମୃତ ମହିଳାଙ୍କ ନାଁ ଜୟନ୍ତୀ ରାଉତ ଓ ତାଙ୍କ ବୟସ ୫୫ ବର୍ଷ । ଆଜି ସକାଳ ପ୍ରାୟ ୫ଟା ସମୟରେ ଜୟନ୍ତୀ ନିଜ ଘର ପଛ ପଟେ ଥିବା ଏକ ଫୁଲ ଗଛ ନିକଟକୁ ଫୁଲ ତୋଳିବା ପାଇଁ ଆସିଥିଲେ। ଏହି ସମୟରେ ସେ ଏକ ଅବ୍ୟବହୃତ ପାଇଖାନା […]
କଟକ: ଘର ପଛପଟେ ଫୁଲ ତୋଳୁଥିବା ସମୟରେ ପାଇଖାନା ଟାଙ୍କିକୁ ଖସି ପଡ଼ି ବୃଦ୍ଧା ମୃତ । ଘଟଣା ଘଟିଛି କଟକ ଯୋବ୍ରା ଅଞ୍ଚଳରେ । ମୃତ ମହିଳାଙ୍କ ନାଁ ଜୟନ୍ତୀ ରାଉତ ଓ ତାଙ୍କ ବୟସ ୫୫ ବର୍ଷ ।
ଆଜି ସକାଳ ପ୍ରାୟ ୫ଟା ସମୟରେ ଜୟନ୍ତୀ ନିଜ ଘର ପଛ ପଟେ ଥିବା ଏକ ଫୁଲ ଗଛ ନିକଟକୁ ଫୁଲ ତୋଳିବା ପାଇଁ ଆସିଥିଲେ। ଏହି ସମୟରେ ସେ ଏକ ଅବ୍ୟବହୃତ ପାଇଖାନା ଟାଙ୍କିର ସ୍ଲାବ ଉପରେ ଛିଡ଼ା ହୋଇଯିବା ଯୋଗୁଁ ସ୍ଲାବଟି ଭାଙ୍ଗି ଯାଇଥିଲା ଏବଂ ଜୟନ୍ତୀ ଟାଙ୍କି ଭିତରକୁ ଗଳି ପଡ଼ିଥିଲେ। ଏହାପରେ ଟାଙ୍କି ନିକଟରେ ଗଦା ଯାଇ ଥିବା ଗୋଡ଼ିଗୁଡ଼ିକ ତାଙ୍କ ଉପରେ ଲଦି ହୋଇ ଯାଇଥିଲା।
ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଜୟନ୍ତୀଙ୍କୁ ଉଦ୍ଧାର କରି ଏସସିବିକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ୱାମୀ ମନୋରଂଜନ ରାଉତଙ୍କ କହିବା ଅନୁସାରେ, ଜୟଶ୍ରୀ ଆଜି ଭୋର ସମୟରେ ପ୍ରତିଦିନ ପରି ଫୁଲ ତୋଳିବା ପାଇଁ ଯାଇଥିଲେ। ସେ ଅର୍ଦ୍ଧନିର୍ମିତ ପାଇଖାନା ଟାଙ୍କି ଉପରେ ପଡ଼ିଥିବା ସ୍ଲାବ୍ ଉପରେ ଚଢ଼ିଯାଇ ଫୁଲ ତୋଳୁଥିଲେ I ତେବେ ସେହି ସମୟରେ ଟାଙ୍କି ଉପରୁ ସ୍ଲାବ ଟି ଖସି ଯିବାରୁ ଜୟଶ୍ରୀ ଭିତରକୁ ଗଲି ପଡ଼ିଥିଲେ I ଏହି ସମୟରେ ଟାଙ୍କି ନିକଟରେ ଘର ତିଆରି ପାଇଁ ଜମା ହୋଇଥିବା ଚିପ୍ସ ଗୁଡିକ ଟାଙ୍କି ଭିତରକୁ ଧସିଯାଇଥିଲା । ସେହି ସମୟରେ ଘର ଲୋକ ଏ ବିଷୟରେ ଜାଣି ପରି ନଥିଲେ ,ତେବେ କିଛି ସମୟ ପରେ ଖୋଜାଖୋଜି ହେବାରୁ ତାଙ୍କ ଚପଲ ଟାଙ୍କି ନିକଟରୁ ମିଳିଥିଲା I
ଏହାପରେ ଖବର ପାଇ ଚାଉଳିଆଗଞ୍ଜ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ୪୫ ମିନିଟରୁ ଉର୍ଦ୍ଧ୍ଵ ସମୟ ଧରି ଉଦ୍ଧାର କାର୍ଯ୍ୟ କରିବା ପରେ ତାଙ୍କୁ ଏସସିବିକୁ ସ୍ଥାନନ୍ତର କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।




