ମା’ତାରିଣୀଙ୍କ ଆଳତି ଦର୍ଶନ ବେଳେ ଟଳି ପଡିଲେ ବୃଦ୍ଧା

ଘଟଗାଁ : ମା’ଙ୍କ ଆଳତି ଦର୍ଶନ ବେଳେ ଘଟିଲା ଅଭାବନୀୟ ଘଟଣା I ଆଜି ସକାଳେ ମା’ଙ୍କୁ ମାନସିକ କରି ୧୦୮ ନଡ଼ିଆ ଯାଚି ପୂଜାର୍ଚ୍ଚନା କରିଥିଲେ I ପୂଜା ଶେଷରେ ଆଳତି ଦର୍ଶନ ବେଳେ ଟଳିପଡିଲେ ବୃଦ୍ଧା I ମୃତକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଗୋଲାଙ୍ଗ ଥାନା ଅନ୍ତର୍ଗତ ଛେଲିଆ ଗ୍ରାମର ସରସ୍ବତୀ ବେହେରା। ତାଙ୍କର ବୟସ ୭୮ ବର୍ଷ ବୋଲି ଜଣାଯାଇଛି। ସରସ୍ବତୀ ବେହେରାଙ୍କ ଘର ଗଞ୍ଜାମ ଜିଲ୍ଲାରେ ହୋଇଥିବାବେଳେ ସେ ଭୁବନେଶ୍ୱର ପଟିଆ […]

Samaya Live Picture
Published On

ଘଟଗାଁ : ମା’ଙ୍କ ଆଳତି ଦର୍ଶନ ବେଳେ ଘଟିଲା ଅଭାବନୀୟ ଘଟଣା I ଆଜି ସକାଳେ ମା’ଙ୍କୁ ମାନସିକ କରି ୧୦୮ ନଡ଼ିଆ ଯାଚି ପୂଜାର୍ଚ୍ଚନା କରିଥିଲେ I ପୂଜା ଶେଷରେ ଆଳତି ଦର୍ଶନ ବେଳେ ଟଳିପଡିଲେ ବୃଦ୍ଧା I ମୃତକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଗୋଲାଙ୍ଗ ଥାନା ଅନ୍ତର୍ଗତ ଛେଲିଆ ଗ୍ରାମର ସରସ୍ବତୀ ବେହେରା। ତାଙ୍କର ବୟସ ୭୮ ବର୍ଷ ବୋଲି ଜଣାଯାଇଛି।

ସରସ୍ବତୀ ବେହେରାଙ୍କ ଘର ଗଞ୍ଜାମ ଜିଲ୍ଲାରେ ହୋଇଥିବାବେଳେ ସେ ଭୁବନେଶ୍ୱର ପଟିଆ ସ୍ଥିତ କିମ୍ସ ହସ୍ପିଟାଲ ନିକଟରେ ବର୍ତ୍ତମାନ ରହୁଛନ୍ତି । ଆଜି ସକାଳେ ସରସ୍ବତୀ ନିଜ ୩ ଝିଅ ,ଜ୍ୱାଇଁ ଏବଂ ନାତି ନାତୁଣୀଙ୍କ ସହ ଘଟଗାଁ ଆସିଥିଲେ। ସକାଳେ ମାଙ୍କୁ ୧୦୮ ନଡ଼ିଆ ଭୋଗ ଲାଗି କରିବା ସହ ଆଳତି ଦର୍ଶନ ପାଇଁ ମାଙ୍କ ନିକଟରେ ବସିଥିଲେ। ହଠାତ ତଳେ ଟଳି ପଡ଼ିଥିଲେ ସେ। ତାପରେ ତାଙ୍କୁ ତୁରନ୍ତ ଘଟଗାଁ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମା’ଙ୍କ ଆଳତି ଦର୍ଶନ ସମୟରେ ଭକ୍ତଙ୍କର ଏପରି ମୃତ୍ୟୁକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି I

Tags: