ସରକାରୀ ଅଫିସରୁ ହଟିବ ପୁରୁଣା ପଙ୍ଖା

ଭୁବନେଶ୍ୱର : ଏଣିକି ସମସ୍ତ ସରକାରୀ ଅଫିସରୁ ହଟିବ ପୁରୁଣା ପଙ୍ଖା। ତା’ ବଦଳରେ ଅଫିସ୍‌ ଗୁଡ଼ିକରେ ଶକ୍ତି ସଂରକ୍ଷଣ କରୁଥିବା ପଙ୍ଖା ଓ ବୈଦ୍ୟୁତିକ ଉପକରଣ ଲାଗିବ। ସେହିପରି ଆଗାମୀ ଦିନରେ ବିଦ୍ୟୁତ ଉପଭୋକ୍ତାଙ୍କୁ କମ୍ ବିଦ୍ୟୁତ ଖର୍ଚ୍ଚ ହେଉଥିବା ଉପକରଣ ସ୍ବଳ୍ପ ମୂଲ୍ୟରେ ଦିଆଯିବ। ବିଶେଷ କରି ଶକ୍ତି ସଂରକ୍ଷଣ ଯୋଜନା ଗୁଡ଼ିକୁ ଭଲଭାବେ ତର୍ଜମା କରି ଆଗାମୀ ପଦକ୍ଷେପ ନେବାକୁ ଉପମୁଖ୍ୟମନ୍ତ୍ରୀ କନକବଦ୍ଧନ ସିଂହଦେଓ ଶକ୍ତି ବିଭାଗର ଅଧୁକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି […]

Samaya Live Picture
Published On

ଭୁବନେଶ୍ୱର : ଏଣିକି ସମସ୍ତ ସରକାରୀ ଅଫିସରୁ ହଟିବ ପୁରୁଣା ପଙ୍ଖା। ତା’ ବଦଳରେ ଅଫିସ୍‌ ଗୁଡ଼ିକରେ ଶକ୍ତି ସଂରକ୍ଷଣ କରୁଥିବା ପଙ୍ଖା ଓ ବୈଦ୍ୟୁତିକ ଉପକରଣ ଲାଗିବ। ସେହିପରି ଆଗାମୀ ଦିନରେ ବିଦ୍ୟୁତ ଉପଭୋକ୍ତାଙ୍କୁ କମ୍ ବିଦ୍ୟୁତ ଖର୍ଚ୍ଚ ହେଉଥିବା ଉପକରଣ ସ୍ବଳ୍ପ ମୂଲ୍ୟରେ ଦିଆଯିବ।

ବିଶେଷ କରି ଶକ୍ତି ସଂରକ୍ଷଣ ଯୋଜନା ଗୁଡ଼ିକୁ ଭଲଭାବେ ତର୍ଜମା କରି ଆଗାମୀ ପଦକ୍ଷେପ ନେବାକୁ ଉପମୁଖ୍ୟମନ୍ତ୍ରୀ କନକବଦ୍ଧନ ସିଂହଦେଓ ଶକ୍ତି ବିଭାଗର ଅଧୁକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ଓଡ଼ିଶା ସରକାରଙ୍କ ସହଭାଗିତାରେ କାର୍ଯ୍ୟ କରି ବିଦ୍ୟୁତ୍ ଉପଭୋକ୍ତାଙ୍କୁ କମ୍ ବିଦ୍ୟୁତ ଖର୍ଚ୍ଚ ହେଉଥିବା ଉପକରଣ ସୁଲଭ ମୂଲ୍ୟରେ କିଭଳି ଯୋଗାଇ ଦିଆଯିବ, ସେ ବିଷୟରେ ଆଲୋଚନା କରାଯାଇଥିଲା। ଉର୍ଜାବୀର ଓ ଗଭ୍ଇଜି ଭଳି ଯୋଜନାଗୁଡ଼ିକ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା।

ଏହାପରେ ସରକାରୀ ଅଫିସ୍‌ ଗୁଡ଼ିକରେ ବହୁବର୍ଷ ଧରି ଚାଲି ଆସୁଥିବା ପୁରୁଣା ପଙ୍ଖାଗୁଡ଼ିକୁ ବଦଳାଇବାକୁ ପରାମର୍ଶ ଦିଆଯାଇଥିଲା। ବଦଳରେ ଶକ୍ତି ସଂରକ୍ଷଣ କରୁଥିବା ବା କମ୍ ବିଜୁଳି ବିଲ୍ ଉଠୁଥିବା ପଙ୍ଖା ଓ ବୈଦୁତିକ ଉପକରଣ ଲଗାଇବା ପାଇଁ ବୈଠକରେ ଆଲୋଚନା ହୋଇଥିଲା।

Tags: