ଆଜି OJEE ରେଜଲ୍ଟ
ଭୁବନେଶ୍ୱର : ଆଜି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ ପ୍ରକାଶ ପାଇବ I ପୂର୍ବାହ୍ନ ୧୧ଟାରେ ଓଜେଇଇ ୱେବସାଇଟ ଜରିଆରେ ମିଳିବ ପରୀକ୍ଷା ଫଳ। ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଆନୁଷ୍ଠାନିକ ଭାବେ ରେଜଲ୍ଟ ଘୋଷଣା କରିବା ପରେ ଛାତ୍ରଛାତ୍ରୀମାନେ WWW.OJEE.NIC.INରେ ନିଜର ପରୀକ୍ଷା ଫଳ ପାଇ ପାରିବେ। ଏସ୍ସିଟିଇ ଆଣ୍ଡ ଭିଟି କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷା ଫଳ ଉନ୍ମୋଚନ କାର୍ଯ୍ୟକ୍ରମରେ ବିଭାଗୀୟ ସଚିବ ଉଷା ପାଢ଼ୀଙ୍କ ସମେତ […]
ଭୁବନେଶ୍ୱର : ଆଜି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ ପ୍ରକାଶ ପାଇବ I ପୂର୍ବାହ୍ନ ୧୧ଟାରେ ଓଜେଇଇ ୱେବସାଇଟ ଜରିଆରେ ମିଳିବ ପରୀକ୍ଷା ଫଳ। ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଆନୁଷ୍ଠାନିକ ଭାବେ ରେଜଲ୍ଟ ଘୋଷଣା କରିବା ପରେ ଛାତ୍ରଛାତ୍ରୀମାନେ WWW.OJEE.NIC.INରେ ନିଜର ପରୀକ୍ଷା ଫଳ ପାଇ ପାରିବେ। ଏସ୍ସିଟିଇ ଆଣ୍ଡ ଭିଟି କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷା ଫଳ ଉନ୍ମୋଚନ କାର୍ଯ୍ୟକ୍ରମରେ ବିଭାଗୀୟ ସଚିବ ଉଷା ପାଢ଼ୀଙ୍କ ସମେତ ଓଜେଇଇର ଅଧିକାରୀମାନେ ଉପସ୍ଥିତ ରହିବେ।
ଗତ ମେ’ ୮ରୁ ମେ’ ୧୫ ପର୍ଯ୍ୟନ୍ତ ହୋଇଥିଲା ଓଜେଇଇ ପରୀକ୍ଷା। ଏଥିପାଇଁ ରାଜ୍ୟରେ ୪୪ଟି କେନ୍ଦ୍ର ସହ ରାଜ୍ୟ ବାହାରେ ୩ଟି କେନ୍ଦ୍ର କରାଯାଇଥିଲା ପ୍ରାୟ ୫୬ ହଜାର ପିଲା ପରୀକ୍ଷା ଦେଇଥିଲେ। ଲାଟରାଲ ଏଣ୍ଟ୍ରି, ଏମଟେକ୍, ଏମବିଏ, ଏମସିଏ ଭଳି ପ୍ରଫେସନାଲ କୋର୍ସରେ ଆଡମିଶନ ଲାଗି ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।




