ଆଜିଠୁ ଓଜେଇଇ ଯୁଗ୍ମ କାଉନସେଲିଂ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେଲା ଓଜେଇଇ କାଉନସେଲିଂ। ମାସେ ପୂର୍ବରୁ ଓଜେଇଇ ରେଜଲ୍ଟ ପ୍ରକାଶନ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାଉନ୍ସେଲିଂ ହୋଇ ନଥିଲା I ତେଣୁ କ୍ୟାରିୟରକୁ ନେଇ ଚରଛାତ୍ରୀ ମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଉପୁଜି ଥିଲା I ଆଜି ରାଜ୍ୟରେ ଥିବା ସରକାରୀ ଓ ଘରୋଇ କଲେଜର ବି. ଆର୍କ, ବି.ଟେକ୍, ବି.ପ୍ଲାନ୍ ଓ ଇଣ୍ଟିଗ୍ରେଟେଡ୍ ଏମ୍ସିଏ ପାଠ୍ୟକ୍ରମ ପାଇଁ ଓଜେଇଇ ପକ୍ଷରୁ କାଉନସେଲିଂ ଆରମ୍ଭହୋଇ ଯାଇଛି । ଚଳିତବର୍ଷ ୪ଟି ରାଉଣ୍ଡରେ ଛାତ୍ରଛାତ୍ରୀଙ୍କ […]
ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେଲା ଓଜେଇଇ କାଉନସେଲିଂ। ମାସେ ପୂର୍ବରୁ ଓଜେଇଇ ରେଜଲ୍ଟ ପ୍ରକାଶନ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାଉନ୍ସେଲିଂ ହୋଇ ନଥିଲା I ତେଣୁ କ୍ୟାରିୟରକୁ ନେଇ ଚରଛାତ୍ରୀ ମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଉପୁଜି ଥିଲା I
ଆଜି ରାଜ୍ୟରେ ଥିବା ସରକାରୀ ଓ ଘରୋଇ କଲେଜର ବି. ଆର୍କ, ବି.ଟେକ୍, ବି.ପ୍ଲାନ୍ ଓ ଇଣ୍ଟିଗ୍ରେଟେଡ୍ ଏମ୍ସିଏ ପାଠ୍ୟକ୍ରମ ପାଇଁ ଓଜେଇଇ ପକ୍ଷରୁ କାଉନସେଲିଂ ଆରମ୍ଭହୋଇ ଯାଇଛି । ଚଳିତବର୍ଷ ୪ଟି ରାଉଣ୍ଡରେ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ। ଜୁଲାଇ ୬ ତାରିଖ ପୂର୍ବାହ୍ନ ୧୧ଟାରୁ ରାଙ୍କକାର୍ଡଧାରୀ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ ଓ ଚଏସ୍ ଫିଲିଂ କରିପାରିବେ। ୧୦ ତାରିଖ ଅପରାହ୍ନ ୫ଟା ସୁଦ୍ଧା ଚଏସ୍ ଫିଲିଂ କରିଥିବା ପ୍ରାର୍ଥୀଙ୍କ ପାଇଁ ୧୨ ତାରିଖ ଅପରାହ୍ନରେ ମକ୍ ସିଟ୍ ଆଲଟ୍ମେଣ୍ଟ ପ୍ରକାଶ ପାଇବ।
ସେହିପରି ୧୫ରେ ପଞ୍ଜୀକରଣ ଓ ଚଏସ ଲକିଂ ଶେଷ ତାରିଖ ରହିଛି। ୧୪ ତାରିଖରେ ଚଏସ ଲକିଂ କରିବେ। ୧୫ ତାରିଖ ସୁଦ୍ଧା ଶେଷ ହେବ ପଞ୍ଜିକରଣ ପ୍ରକ୍ରିୟା। ୧୯ରେ ପ୍ରକାଶ ପାଇବ ପ୍ରଥମ ସିଟ୍ ଆଲର୍ଟମେଣ୍ଟ ତାଲିକା। ୧୯ ରୁ ୨୩ ଯାଏଁ ହେବ ଡକ୍ୟୁମେଣ୍ଟ ଭେରିଫିକେଶନ। ରାଜ୍ୟରେ ଥିବା ସରକାରୀ ଓ ଘରୋଇ ଇଞ୍ଜିନିୟରିଂ ସିଟ୍ରେ ନାମ ଲେଖାଇବା ପାଇଁ ଓଜେଇଇ କରିଥାଏ କାଉନସେଲିଂ।




