OJEE ପରୀକ୍ଷା ସୂଚୀ ପ୍ରକାଶ
ଭୁବନେଶ୍ୱର : ଓଜେଇ ପରୀକ୍ଷା ପାଇଁ ତାରିଖ ଘୋଷଣା I ମେ’ ୬ ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା(ଓଜେଇଇ) ପରୀକ୍ଷା ଆରମ୍ଭ ହୋଇ ୧୦ ତାରିଖରେ ସରିବ । ଏଥିପାଇଁ ଓଜେଇ ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ଦୈନିକ ୩ଟି ସିଫ୍ଟରେ ପରୀକ୍ଷା ହେବ। ସିବିଟି ମାଧ୍ୟମରେ ପରୀକ୍ଷା ହେବ। ପରୀକ୍ଷା ଅବଧି ଦୁଇଘଣ୍ଟାର ରହିବ। ସକାଳ ସାଢେ ୮ ଟାରୁ ସାଢେ ୧୦ ଟା,ସାଢେ ୧୨ଟାରୁ ସାଢେ ୨ଟା, ଏବଂ ସାଢେ ୪ଟାରୁ ସାଢେ […]
ଭୁବନେଶ୍ୱର : ଓଜେଇ ପରୀକ୍ଷା ପାଇଁ ତାରିଖ ଘୋଷଣା I ମେ’ ୬ ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା(ଓଜେଇଇ) ପରୀକ୍ଷା ଆରମ୍ଭ ହୋଇ ୧୦ ତାରିଖରେ ସରିବ । ଏଥିପାଇଁ ଓଜେଇ ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ଦୈନିକ ୩ଟି ସିଫ୍ଟରେ ପରୀକ୍ଷା ହେବ। ସିବିଟି ମାଧ୍ୟମରେ ପରୀକ୍ଷା ହେବ। ପରୀକ୍ଷା ଅବଧି ଦୁଇଘଣ୍ଟାର ରହିବ। ସକାଳ ସାଢେ ୮ ଟାରୁ ସାଢେ ୧୦ ଟା,ସାଢେ ୧୨ଟାରୁ ସାଢେ ୨ଟା, ଏବଂ ସାଢେ ୪ଟାରୁ ସାଢେ ୬ଟା ଯାଏ ଏହି ପରୀକ୍ଷା ଚାଲିବ। ରାଜ୍ୟ ଭିତରେ ୩୦ଟି ଓ ରାଜ୍ୟ ବାହାରେ ୩ଟି କେନ୍ଦ୍ରରେ ଓଜେଇଇ ପରୀକ୍ଷା ହେବ।
ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟ ଓ କଲେଜର ବି.ଫାର୍ମ,ଏମବିଏ,ଏମ.ଏସ୍ସି(କମ୍ପ୍ୟୁଟର ସାଇନ୍ସ),ଏମବିଏ, ଇଣ୍ଟିଗ୍ରେଟେଡ ଏମବିଏ,ବି.କାର୍ଟ,ଏମ.ଟେକ,ଏମ.ଟେକ(ପାର୍ଟ-ଟାଇମ), ଏମ.ଆର୍କ, ଏମ.ପ୍ଲାନ,ଏମ.ଫାର୍ମା ଓ ଲାଟେରାଲ ଏଣ୍ଟ୍ରି ବି.ଟେକ ଓ ଲାଟେରାଲ ଏଣ୍ଟ୍ରି ବି.ଫାର୍ମା ପାଠ୍ୟକ୍ରମରେ ନାମଲେଖା ଲାଗି ଏହି ପ୍ରବେଶିକା ପରୀକ୍ଷା କରାଯିବ। ମେ’ ୬, ୭, ୮, ୯ ଓ ୧୦ ତାରିଖରେ କମ୍ପ୍ୟୁଟର ବେସ୍ଡ ଟେଷ୍ଟ(ସିବିଟି) ମାଧ୍ୟମରେ ପରୀକ୍ଷା ହେବ ।




