ପ୍ରକାଶ ପାଇଲା OJEE ପରୀକ୍ଷା ଫଳ,ଜାଣନ୍ତୁ କିଏ କେଉଁ ବିଭାଗରେ ହେଲେ ଟପ୍ପର
ଭୁବନେଶ୍ୱର : ଆଜି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଫଳ ପ୍ରକାଶ ପାଇଛି। ପୂବାହ୍ଣ ୧୧ଟାରେ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ଚଳିତ ବର୍ଷର ଫଳାଫଳକୁ ଆନୁଷ୍ଠାନିକଭାବେ ଘୋଷଣା କରିଛନ୍ତି। ଏସ୍ସିଟିଇ ଆଣ୍ଡ ଭିଟି କାର୍ଯ୍ୟାଳୟରେ ପରୀକ୍ଷା ଫଳ ଉନ୍ମୋଚନ କାର୍ଯ୍ୟକ୍ରମରେ ବିଭାଗୀୟ ସଚିବ ଉଷା ପାଢ଼ୀଙ୍କ ସମେତ ଓଜେଇଇର ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଏହି ଅବସରରେ ବିଭିନ୍ନ ୨୩ଟି ବିଭାଗରେ ଟପ୍ପର ହୋଇଥିବା ପରୀକ୍ଷାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା। ରାଜ୍ୟରୁ ୪୮ ହଜାର ୮୧୫ […]
ଭୁବନେଶ୍ୱର : ଆଜି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଫଳ ପ୍ରକାଶ ପାଇଛି। ପୂବାହ୍ଣ ୧୧ଟାରେ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ଚଳିତ ବର୍ଷର ଫଳାଫଳକୁ ଆନୁଷ୍ଠାନିକଭାବେ ଘୋଷଣା କରିଛନ୍ତି। ଏସ୍ସିଟିଇ ଆଣ୍ଡ ଭିଟି କାର୍ଯ୍ୟାଳୟରେ ପରୀକ୍ଷା ଫଳ ଉନ୍ମୋଚନ କାର୍ଯ୍ୟକ୍ରମରେ ବିଭାଗୀୟ ସଚିବ ଉଷା ପାଢ଼ୀଙ୍କ ସମେତ ଓଜେଇଇର ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଏହି ଅବସରରେ ବିଭିନ୍ନ ୨୩ଟି ବିଭାଗରେ ଟପ୍ପର ହୋଇଥିବା ପରୀକ୍ଷାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା।
ରାଜ୍ୟରୁ ୪୮ ହଜାର ୮୧୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୮ ହଜାର ୭୮୩ ଜଣ ପରୀକ୍ଷାର୍ଥୀ ରାଙ୍କ ପାଇଛନ୍ତି। ବି.ଫାର୍ମରେ ସୌରଭ କୁମାର ପତି ଟପ୍ପର ହୋଇଛନ୍ତି। ଏମ.ଫାର୍ମରେ ରଶ୍ମୀରଂଜନ ପାଣିଗ୍ରାହୀ, ଏମବିଏରେ ସତ୍ୟଜିତ ସାହୁ ଟପ୍ପର ହୋଇଥିବା ବେଳେ ଏମସିଏରେ ଅପୂର୍ବ ସୁନ୍ଦର ନାୟକ ଟପ୍ପର ହୋଇଛନ୍ତି।





