ଆଜି ଠାରୁ OJEE ପରୀକ୍ଷା,ଓଡ଼ିଶାର ୩୦ ଟି ସହରରେ ୪୪ ଟି ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର: ଆଜି ସୋମବାର ଠାରୁ ଆରମ୍ଭ ହେଉଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ( OJEE )। ପରୀକ୍ଷାର୍ଥୀଙ୍କ ପାଇଁ ରାଜ୍ୟରେ ମୋଟ ୩oଟି ସହରରେ ୪୪ଟି ପରୀକ୍ଷା କେନ୍ଦ୍ରହୋଇଛି । ଚଳିତ ବର୍ଷ ପରୀକ୍ଷା ଦେଉଛନ୍ତି ୫୫ହଜାର ୯୭୯ ଛାତ୍ରଛାତ୍ରୀ। ତିନିଟି ସିଫ୍ଟ ରେ ହେବ ପରୀକ୍ଷା I ପ୍ରଥମ ସିଫ୍ଟ ସକାଳ ୯ରୁ ୧୧ ପ୍ରଥମ ସିଫ୍ଟ ଆରମ୍ଭ ହେବ। ସେହିପରି ଦିନ ୧୨ଟା ୩୦ରୁ ୨ଟା ୩୦ ପର୍ଯ୍ୟନ୍ତ ଦ୍ୱିତୀୟ ସିଫ୍ଟ ଏବଂ […]

Samaya Live Picture
Published On

ଭୁବନେଶ୍ୱର: ଆଜି ସୋମବାର ଠାରୁ ଆରମ୍ଭ ହେଉଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ( OJEE )। ପରୀକ୍ଷାର୍ଥୀଙ୍କ ପାଇଁ ରାଜ୍ୟରେ ମୋଟ ୩oଟି ସହରରେ ୪୪ଟି ପରୀକ୍ଷା କେନ୍ଦ୍ରହୋଇଛି । ଚଳିତ ବର୍ଷ ପରୀକ୍ଷା ଦେଉଛନ୍ତି ୫୫ହଜାର ୯୭୯ ଛାତ୍ରଛାତ୍ରୀ। ତିନିଟି ସିଫ୍ଟ ରେ ହେବ ପରୀକ୍ଷା I ପ୍ରଥମ ସିଫ୍ଟ ସକାଳ ୯ରୁ ୧୧ ପ୍ରଥମ ସିଫ୍ଟ ଆରମ୍ଭ ହେବ। ସେହିପରି ଦିନ ୧୨ଟା ୩୦ରୁ ୨ଟା ୩୦ ପର୍ଯ୍ୟନ୍ତ ଦ୍ୱିତୀୟ ସିଫ୍ଟ ଏବଂ ସାଢ଼େ ଅପରାହ୍ନ ୪ଟାରୁ ସାଢ଼େ ୬ଟା ପର୍ଯ୍ୟନ୍ତ ତୃତୀୟ ସିଫ୍ଟରେ ପରୀକ୍ଷା ହେବ। କମ୍ପ୍ୟୁଟର ବେସଡ ମାଧ୍ୟମରେ ମେ ୧୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କୋର୍ସ ରେ ପରୀକ୍ଷା କରାଯିବ ଇ

ପ୍ରଥମ ଦିନ ଲାଟେରାଲ ଏଣ୍ଟ୍ରିଙ୍କ ପାଇଁ ପରୀକ୍ଷା ଥିବା ବେଳେ ଦ୍ୱିତୀୟ ଦିନରେ ଏମସିଏ ଓ ଏମଟେକ୍ ଏଣ୍ଟ୍ରାନ୍ସ ହେବ। ସେହିପରି ୧୧ ତାରିଖରେ MBA, ୧୨ ତାରିଖରେ ବି. ଫାର୍ମ ପାଇଁ ପରୀକ୍ଷା ହେବ ବୋଲି ସୂଚୀ ପ୍ରକାଶ ପାଇଛି।

ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବୈଷୟିକ ଶକ୍ଷାନୁଷ୍ଠାନର MBA, MCA, MSC, MTECH, ଓ ଏମ୍‌ ପ୍ଲାନ୍‌ ଭଳି ୧୧ଟି ପାଠ୍ୟକ୍ରମରେ ନାମଲେଖା ଲାଗି ପରୀକ୍ଷା ଦେବେ ଛାତ୍ରଛାତ୍ରୀ।

Tags: