ତୈଳ ଟ୍ୟାଙ୍କର-ଆମ ବସ ଧକ୍କା ,୧୫ ଆହତ

ଚୌଦ୍ୱାର : ତୈଳ ଟ୍ୟାଙ୍କରକୁ ଧକ୍କା ଦେଲା ଆମ ବସ୍ । ୧୫ ଯାତ୍ରୀ ଆହତ । ଏମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଆଜି ସକାଳେ ୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗୀ ଥାନା ଚଟିଲୋ ଗଡ଼ା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ୧୨ ଜଣଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅନ୍ୟ ଦୁଇ ଗୁରୁତରଙ୍କୁ କଟକ ସ୍ଥାନାନ୍ତର […]

ତୈଳ ଟ୍ୟାଙ୍କର-ଆମ ବସ ଧକ୍କା ,୧୫ ଆହତ
Samaya Live Picture
Published On

ଚୌଦ୍ୱାର : ତୈଳ ଟ୍ୟାଙ୍କରକୁ ଧକ୍କା ଦେଲା ଆମ ବସ୍ । ୧୫ ଯାତ୍ରୀ ଆହତ । ଏମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଆଜି ସକାଳେ ୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗୀ ଥାନା ଚଟିଲୋ ଗଡ଼ା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ୧୨ ଜଣଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅନ୍ୟ ଦୁଇ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ଟାଙ୍ଗୀ ଥାନା ପୋଲିସ ।

ସୂଚନାନୁସାରେ, ଜୁଲାଇ ୧୪ରେ ବାରଙ୍ଗ ବ୍ଲକ ଛକ ନିକଟରେ ଭୁବନେଶ୍ୱରରୁ କଟକ ଯାଉଥିବା ବେଳେ ଆମ ବସ ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିଲା । ମୃତ ଯୁବକ ହେଲେ ଶୁଭେନ୍ଦୁ ପରିଡ଼ା । ତାଙ୍କ ଘର କଟକ ରାଣୀହାଟ ବେହେରା ସାହି ଅଞ୍ଚଳରେ ବୋଲି ସୂଚନା ମିଳିଥିଲା ।

Tags: